କୋରୋନା ଭାଇରସକୁ ରୋକିବା କ୍ଷେତ୍ରରେ ଉଭୟ ଦେଶ କ'ଣ ସବୁ ପଦକ୍ଷେପ ନେଉଛନ୍ତି, ତାହା ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ଲାଗିପଡ଼ିଛି ବିଶ୍ୱ । ଏହି ଭାଇରସକୁ ମାତ ଦେବା ପାଇଁ ଭାରତ ମଧ୍ୟ ଆପ୍ରାଣ ଉଦ୍ୟମ କରୁଛି । ଆଉ ଏହାରି ଭିତରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କାଟ ମୋରିସନଙ୍କୁ ଫୋନ କରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମୁକାବିଲା କ୍ଷେତ୍ରରେ ପରସ୍ପର ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
କୋରୋନା ଭାଇରସକୁ ରୋକିବା କ୍ଷେତ୍ରରେ ଉଭୟ ଦେଶ କ'ଣ ସବୁ ପଦକ୍ଷେପ ନେଉଛନ୍ତି, ତାହା ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି । କୋରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁସବୁ ରଣନୀତି ଆପଣେଇଛନ୍ତି, ସେସବୁ ଅଭିଜ୍ଞତାକୁ ଜଣେ ଅନ୍ୟ ଜଣଙ୍କୁ ବାଣ୍ଟିଛନ୍ତି ମୋଦି ଏବଂ ମୋରିସନ । ଏହି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।
ସେପଟେ ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକଙ୍କୁ ଜରୁରୀ ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି, ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମୁଦାୟ ଆମ ସମାଜର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ବିଶେଷକରି ଭାରତୀୟ ଛାତ୍ରଛାତ୍ରୀ ବୋଲି ମୋରିସନ କହିଛନ୍ତି ।