)
ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସଂଗୀନ ରହିଛି। ତେବେ କୋରୋନା ବିପକ୍ଷ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବେଶ ପ୍ରଶଂସା କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।
ସେ କହିଛନ୍ତି କି କୋରୋନା ବିପକ୍ଷ ଲଢେଇରେ ପ୍ରଧାନମନ୍ତ୍ରୀ ସଠିକ ପଦକ୍ଷେପ ନେଇଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଦେଶର ସ୍ଥିତି ଅନେକ ପ୍ରଗତିଶୀଳ ରାଷ୍ଟ୍ର ଠାରୁ ମଧ୍ୟ ବେଶ ଉନ୍ନତ ରହିଛି। କାରଣ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ନିଷ୍ପତ୍ତି କାରଣରୁ ଆମେ ଏହା ଉପରେ ନିୟନ୍ତ୍ରଣ ନେଇପାରିଛୁ। ପ୍ରଧାନମନ୍ତ୍ରୀଙ୍କୁ ବର୍ତ୍ତମାନ ସମୟରେ ସମର୍ଥନ ଜଣାଇବା ସହିତ କେନ୍ଦ୍ର ନେଉଥିବା ନିଷ୍ପତ୍ତିକୁ ମାନିବାକୁ ହେବ ବୋଲି ସେ କହିଥିଲେ।
PM has taken correct decision to extend lockdown. Today, India’s position is better than many developed countries because we started lockdown early. If it is stopped now, all gains would be lost. To consolidate, it is imp to extend it
— Arvind Kejriwal (@ArvindKejriwal) April 11, 2020
ସେ ଟ୍ୱିଟ କରି ଆହୁରି ମଧ୍ୟ କହିଥିଲେ କି, ପ୍ରଧାନମନ୍ତ୍ରୀ ନେଉଥିବା ଏହି ପଦକ୍ଷେପକୁ ଯଦି ଆମେ ନ ମାନିବା ବା ଏଥିରେ ହେଳା କରିବା ତେବେ ଆମର ସମସ୍ତ ପ୍ରୟାସ ବିଫଳ ଯିବ। ଏହାକୁ ଗୁରୁତ୍ୱଭାବେ ନେଇ ମାନିବାକୁ ହେବ ବୋଲି ସେ କହିଥିଲେ। ତେବେ ସେ ପରୋକ୍ଷରେ ରାଜ୍ୟମାନଙ୍କର ପଦକ୍ଷେପକୁ ନାପସନ୍ଦ କରିଥିଲେ।
ସୂଚନା ଯୋଗ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଲକଡାଉନ ଅବଧିକୁ ଘୁଞ୍ଚାଇ ଦେଇଛି। ଓଡ଼ିଶାକୁ ଅନୁକରଣ କରି ପଞ୍ଜାବ ଓ ମହାରାଷ୍ଟ୍ର ମଧ୍ୟ ଆସନ୍ତ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ଜଣାପଡ଼ିଛି।