close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ଭାରତରେ ନିବେଶ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ'

ବିଦେଶୀ ନିବେଶକମାନେ ଯେପରି ଭାରତରେ ନିବେଶ କରିବାକୁ ମନ ବଳାଇବେ, ସେଥିପାଇଁ ଭରପୁର ପ୍ରୟାସ କରିଛନ୍ତି ମୋଦି । 

'ଭାରତରେ ନିବେଶ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ'
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗସ୍ତର ଦ୍ୱିତୀୟ ଦିନରେ ବ୍ୟାଙ୍କକକର ଏକ କାର୍ଯ୍ୟକ୍ରମରେ ନିବେଶକଙ୍କୁ ସମ୍ମୋଧନ କରିଛନ୍ତି । ବିଦେଶୀ ନିବେଶକମାନେ ଯେପରି ଭାରତରେ ନିବେଶ କରିବାକୁ ମନ ବଳାଇବେ, ସେଥିପାଇଁ ଭରପୁର ପ୍ରୟାସ କରିଛନ୍ତି ମୋଦି । ଏନେଇ ଭାରତରେ ଯେଉଁ ସବୁ ସୁବିଧା ସୁଯୋଗ ରହିଛି, ସେ ଉପରେ ଆଲୋକପାତ କରିଛନ୍ତି । 

ନିବେଶକଙ୍କୁ ଉଦବୋଧନ ଦେବାକୁ ଯାଇ ମୋଦି କହିଛନ୍ତି, ବର୍ତ୍ତମାନ ଭାରତରେ ନିବେଶ କରିବା ପାଇଁ ସବୁଠୁ ଭଲ ସମୟ । ପରିବର୍ତ୍ତନର ରାସ୍ତାରେ ଆମ ଦେଶ ଆଗେଇ ଚାଲିଛି । ବ୍ୟବସାୟ ପାଇଁ ଏବେ ଭାରତରେ ବହୁ ସୁବିଧା ଏବଂ ସୁଯୋଗ ରହିଛି ।

ଆହୁରି ମଧ୍ୟ ମୋଦି କହିଛନ୍ତି, ନିବେଶ ପାଇଁ ବର୍ତ୍ତମାନ ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ସବୁଠୁ ଭଲ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଭାରତରେ ବ୍ୟବସାୟ କରିବା ପାଇଁ ହେଲେ ପୂର୍ବାପେକ୍ଷା ଏବେ ବହୁ ସୁବିଧା ଓ ସୁଯୋଗ ରହିଛି । ଭାରତର କରଦାତାଙ୍କ ଯୋଗଦାନଙ୍କୁ ମଧ୍ୟ ଏହି ଅବସରରେ ସେ ଆଲୋକପାତ କରିଛନ୍ତି । 

ମୋଦି କହିଛନ୍ତି, ଆମେ ଏକ ମହତ୍ତ୍ୱପୂର୍ଣ୍ଣ କାମ କରିଛୁ । ତାହା ହେଉଛି ଆମ ଦେଶର କର ବ୍ୟବସ୍ଥା । ଭାରତରେ ଲୋକଙ୍କ ପାଇଁ ସବୁଠୁ ଅନୁକୂଳ କର ବ୍ୟବସ୍ଥା କରାଯାଇଛି । କର ବ୍ୟବସ୍ଥାରେ ଯଦି କିଛି ସମସ୍ୟା ଉପୁଜେ କିମ୍ବା ଏହାକୁ ଆହୁରି ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । 

କହିରଖୁଛୁ, ଏବେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଶନଭେମ୍ୱର ୨ରୁ ୪ ଯାଏ ଏହି ଗସ୍ତରେ ରହିବେ । ଏହି ଅବସରରେ ସେ ୧୬ତମ ଆସିଆନ-ଭାରତ ଶିଖର ସମ୍ମିଳନୀ, ୧୪ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ, ତୃତୀୟ ଆରସିଇପି ଶିଖର ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଦଦେବେ । ଶନିବାର ସନ୍ଧ୍ୟା ୬ଟାରେ ସେ ବ୍ୟାଙ୍କଙ୍କର ନ୍ୟାଶନାଲ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ।