Advertisement
Article Detail0/zeeodisha/odisha665667
Zee OdishaOther Newsକାଶୀର ଅବସ୍ଥା ପଚାରି ବୁଝିଲେ, ସୁରକ୍ଷିତ ପାଇଁ ଏପରି କହିଲେ...

କାଶୀର ଅବସ୍ଥା ପଚାରି ବୁଝିଲେ, ସୁରକ୍ଷିତ ପାଇଁ ଏପରି କହିଲେ...

ବାରଣାସୀ ଜିଲ୍ଲା ଅଧ୍ୟକ୍ଷ ସହିତ କଥା ହେଲେ ମୋଦି...

କାଶୀର ଅବସ୍ଥା ପଚାରି ବୁଝିଲେ, ସୁରକ୍ଷିତ ପାଇଁ ଏପରି କହିଲେ...

ନୂଆଦିଲ୍ଲୀ: ଦେଶରେ କୋରୋନା ଏବେ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରତ୍ୟେକ୍ଷ ଭାବେ ଫୋନ ହେଉ ଅବା ଭିଡ଼ିଓ କନଫରେନସିଂ ଜରିଆରେ ଅବଗତ ହେଉଛନ୍ତି। ତେବେ ଗୁରୁବାର ଦିନ ମୋଦି କାଶୀରେ କୋରୋନା ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ସେ ଲକଡାଉନର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏହା ସହିତ ସେ ନାଗରିକମାନଙ୍କୁ ଆରୋଗ୍ୟ ଆପକୁ ଡାଉନଲୋଡ଼ କରି ତାହାର ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବିଜେପି ନେତାଙ୍କ ମାସ୍କ ପ୍ରସ୍ତୁତକୁ ନେଇ ମୋଦି କହିଥିଲେ, ଅଧିକରୁ ଅଧିକ ଖର୍ଚ୍ଚ କରିବା କୌଣସି ଆବଶ୍ୟକତା ନାହିଁ। ଆପଣ ମାନେ ଗାମୁଛାକୁ ମୁହଁରେ ବାନ୍ଧି ଦେଲେ ସୁବିଧା ଓ ସୁରକ୍ଷିତ ରହିବେ। ମାସ୍କ ପିନ୍ଧିବା କୌଣସି ଜରୁରୀ ନୁହେଁ। ବିନା କାରଣରେ ଅଧିକ ଖର୍ଚ୍ଚାନ୍ତ ନ ହେବା ପାଇଁ ମୋଦି ଉପଦେଶ ଦେଇଛନ୍ତି। ତେବେ ଲକଡାଉନ ଜାରି ହେବା ପରେ ପ୍ରଧାନମନ୍ତ୍ରୀ ନମୋ ଆପ ମାଧ୍ୟମରେ କାଶୀ ନାଗରିକଙ୍କ ସହିତ ଆଲୋଚନା କରିସାରିଛନ୍ତି।  

ବାରଣାସୀର ଜିଲ୍ଲାଧ୍ୟକ୍ଷ ହଂସରାଜ ବିଶ୍ୱକର୍ମାଙ୍କ ସହିତ କଥାବାର୍ତ୍ତା ଆରମ୍ଭରୁ ତାଙ୍କର ପରିବାର ସମ୍ପର୍କରେ ପଚାରି ବୁଝିଥିଲେ। ପରେ କାଶୀରେ କୋରୋନା ଓ ଲକଡାଉନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ହଂସରାଜ ମାସ୍କର କଥା ଆରମ୍ଭ କରିବା ମାତ୍ରେ ହିଁ ମୋଦି ତାଙ୍କୁ ଅଟକାଇ ଦେଇଥିଲେ ଓ ଗାମୁଛା ବାନ୍ଧିବାର ଅଭ୍ୟାସ କରିବାକୁ କହିଥିଲେ।  

Add Zee News as a Preferred Source
About the Author