ଦେଶକୁ ସମ୍ବୋଧନ କରିବେ ମୋଦି, ବଢାଇ ପାରନ୍ତି ଲକଡାଉନ ଅବଧି
Advertisement

ଦେଶକୁ ସମ୍ବୋଧନ କରିବେ ମୋଦି, ବଢାଇ ପାରନ୍ତି ଲକଡାଉନ ଅବଧି

ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶକୁ ସମ୍ବୋଧନ କରିବେ। 

ଦେଶକୁ ସମ୍ବୋଧନ କରିବେ ମୋଦି, ବଢାଇ ପାରନ୍ତି ଲକଡାଉନ ଅବଧି

ନୂଆଦିଲ୍ଲୀ: ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶକୁ ସମ୍ବୋଧନ କରିବେ। ଏହି ସମୟରେ ସେ କୋରୋନାର ସ୍ଥିତି  ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇ ପାରନ୍ତି। କେବଳ ଏତିକି ନୁହେଁ, କୋରୋନା ସମ୍ପର୍କରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ପ୍ରଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।  

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଟନା କରିସାରିଛନ୍ତି। ବୈଠକରେ ମହାରାଷ୍ଟ୍ର, ପଞ୍ଜାବ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ଲକଡାଉନର ଅବଧିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ। ସୂଚନାଯୋଗ୍ୟ ଲକଡାଉନ ୩। ୦ ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ କୋରୋନା ସମ୍ପର୍କରେ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି।  

କୁହାଯାଉଛି ଆଜି ରାତିରେ ଏହି ଲକଡାଉନର ଅବଧୀ ବୃଦ୍ଧି କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଲକଡାଉନରୁ ଏକଜିଟ ପ୍ଲାନର ମଧ୍ୟ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେବେ କ୍ଲଷ୍ଟର ଅନୁଯାୟୀ ଲକଡାଉନକୁ ଲାଗୁ କରିବା ନେଇ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ନେଇ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।