close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋଦି ସବୁବେଳେ ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ: ଟି. ଗୋଗୋଇ

ବିଜେପିକୁ ଟାର୍ଗେଟ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ . 

 ମୋଦି ସବୁବେଳେ ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ: ଟି. ଗୋଗୋଇ
ଫାଇଲ ଫଟୋ

ନୂଆଦିଲ୍ଲୀ: ଏତେ ସାରା ପ୍ରସ୍ତୁତି ଆଉ ପ୍ରଚାର . ଏହାରି ସତ୍ତ୍ୱେ ଉଭୟ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି . ଯଦିଏ ଉଭୟ ରାଜ୍ୟରେ ଦଳ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ, ତଥାପି ବି ଏହି ନିର୍ବାଚନର ଫଳାଫଳ ଯେ ଭାରତୀୟ ଜନତା ପାର୍ଟି ପାଇଁ ଏକ ସତର୍କ ଖଣ୍ଟି ତାହା ଜଳ ଜଳ ହୋଇ ଜଣାପଡୁଛି . ଆଉ ଏହାରି ଭିତରେ ବିଜେପିକୁ ଟାର୍ଗେଟ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ . 

ବରିଷ୍ଟ କଂଗ୍ରେସ ନେତା ତରୁଣ ଗୋଗୋଇ କହିଛନ୍ତି, ''ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ନୂଆ ବାର୍ତ୍ତା ଦେଉଛି . ଆଗ ଭଳି ଏବେ ଆଉ ମୋଦିଙ୍କ ଲୋକପ୍ରିୟତା ନାହିଁ, ଏହା ସ୍ପଷ୍ଚ ବାରି ହୋଇପଡୁଛି . ଉଭୟ ରାଜ୍ୟରେ ବିଜେପିର ପ୍ରଦର୍ଶନରୁ ମୋଦି ଲୋକପ୍ରିୟତା ହରାଇ ସାରିଥିବା  ଜଣାପଡୁଛି'' . 

ଅଜୟ ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାର ଅଜୟେ ନୁହେଁ . ଦିନେ ଏ ସରକାରର ବି ପତନ ଘଟିବ . ଆବେଗତାକୁ ନେଇ ମୋଦି ସବୁବେଳେ ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ . 
ମହାରାଷ୍ଟ୍ର ଏବଂ ହରିୟଣା ନିର୍ବାଚନର ଫଳଫଳ ହିଁ ଏକଥା କହୁଛି . ସେହିପରି କଂଗ୍ରେସ ଦଳର କର୍ମକର୍ତ୍ତା ଏକା ସାଙ୍ଗରେ ଦଳ ପାଇଁ କାମ କଲେ ପରବର୍ତ୍ତି ନିର୍ବାଚନରେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ଆସମର ପୂର୍ବତନ ମୁଖ୍ୟମନ୍ତ୍ରୀ . 

କହିରଖୁଛୁ, ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଏଥର ଆଶାନୁରୂପକ ସଫଳତା ହାସଲ କରିପାରିନାହିଁ . ଯଦିଓ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ, ତଥାପି ବି ମହାରାଷ୍ଟ୍ରରେ ଶିବସେନା ଏବଂ ହରିୟଣାରେ ଜେଜେପି ଦଳକୁ ଝୁଲାଇ ରଖୁଛନ୍ତି . ହରିୟଣାରେ ମ୍ୟାଜିକ ନମ୍ବର ହାସଲ  କରିପାରିନଥିବାରୁ ଜେଜେପି ସମର୍ଥନରେ ସରକାର ଗଢିବ ବିଜେପି . ଅନ୍ୟପଟେ ମହାରାଷ୍ଟ୍ରରେ ଯଦିଓ ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଛି, ତଥାପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡି ବସୁଛି ଶିବସେନା . ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ୫୦/୫୦ ଫର୍ମୁଲା ବିଜେପିକୁ ଘାଇଲା କରୁଛି .