• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

ଅଯୋଧ୍ୟା ମାମଲାର ସେହି ଗୋଟିଏ ଦିନ, ଯାହା ଭୁଲି ନାହାଁନ୍ତି ମୋଦି

ପୂର୍ବରୁ ଅଯୋଧ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଦିନଟିକୁ ମନ୍ କି ବାତରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅଯୋଧ୍ୟା ମାମଲାର ସେହି ଗୋଟିଏ ଦିନ, ଯାହା ଭୁଲି ନାହାଁନ୍ତି ମୋଦି
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୂର୍ବରୁ ଅଯୋଧ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଦିନଟିକୁ ମନ୍ କି ବାତରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଦେଶ ଏହିଦିନ ନ୍ୟାୟପାଳିକାର ଗରିମାକୁ ସମ୍ମାନ ଦେଇଥିଲା । କେଉଁଠି ବି ଉତ୍ତେଜନା, ହିଂସା ନଥିଲା । ଏହି ଦିନ ମୋ ପାଇଁ ସ୍ମରଣୀୟ ଥିଲା କହିଛନ୍ତି ମୋଦି । 

୨୦୧୦ ଡିସେମ୍ବରରେ ଅଯୋଧ୍ୟା ମାମଲାର ଶୁଣାଣି କରିଥିଲେ ଆହ୍ଲାବାଦ ହାଇକୋର୍ଟ । ମୋଦି କହିଛନ୍ତି, ଥରେ ସେ ଦିନକୁ ମନେପକାନ୍ତୁ । କେମିତି ମାହୋଲ ଥିଲା ଭାବନ୍ତୁ । ନିଜ ନିଜର ଫାଇଦା ହାସଲ ପାଇଁ ବିଭିନ୍ନ ସଙ୍ଗଠନ କେମିତି ଉଦ୍ୟମ କରୁଥିଲେ ? ମାହୋଲ ବିଗାଡିବା ପାଇଁ କେମିତି ଭାଷାର ପ୍ରୟୋଗ ହେଉଥିଲା ? ମୋର ସବୁ କଥା ମନେଅଛି । ଏସବୁ ୫/୭ ଦିନ ଚାଲିଲା । ହେଲେ ଯେତେବେଳେ ରାୟ ଆସିଥିଲା, ଆନନ୍ଦପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଶରେ ଅନୁଭବ ହୋଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ମୋଦି କହିଛନ୍ତି, ଆଜି ମୋତେ ସେହି ଦିନଟି ବେଶ ମନେପଡୁଛି । ଯେବେ ବି ସେହି ଦିନଟିକୁ ମନେପକାଏ, ମୋତେ ବେଶ ଖୁସି ଅନୁଭବ ହୁଏ । ନ୍ୟାୟପାଳିକାର ରାୟକୁ ସମ୍ମାନର ସହ ଗ୍ରହଣ କରାଯାଇଥିଲା । ସରକାର, ବିଭିନ୍ନ ରାଜନୈତିକ ଦଳ, ସମାଜିକ ସଙ୍ଗଠନ, ସିବିଲ ସୋସାଇଟି, ବିଭିନ୍ନ ସମ୍ପ୍ରଦାୟ ସନ୍ତୁଳିତ ବୟାନ ଦେଇଥିଲେ । ଏହା ସବୁବେଳେ ମନେରଖିବା ଦରକାର । ଏହି ଦିନଟି ଆମ ସଭିଙ୍କ ପାଇଁ କର୍ତ୍ତବ୍ୟବୋଧର ଦିନ ବୋଲି ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ . 

କହିରଖୁଛୁ, ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ସରିଛି । ଏହାର ରାୟ ସଂରକ୍ଷିତ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଦୀର୍ଘ ୪୦ ଦିନ ଧରି ହୋଇଛି । ଯେକୌଣସି ଦିନ ରାୟ ପ୍ରକାଶ ପାଇପାରେ । ଆସନ୍ତା ନଭେମ୍ବର ୧୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେଉଥିବାରୁ ଏହା ପୂର୍ବରୁ ରାୟ ଆସିବ ବୋଲି ଆଶା କରାଯାଉଛି ।