ଯବାନଙ୍କ ସହ ଦୀପାବଳୀ ପାଳନ କରିବାକୁ ଏଲଓସି ଯାଇପାରନ୍ତି ପିଏମ ମୋଦି
ଆଲୋକର ପର୍ବ ଦୀପାବଳିକୁ ଦେଶ ସାରାରେ ପାଳନ କରାଯାଉଛି । ଲୋକେ ଆନନ୍ଦ ଉଲ୍ଲାସ ସହ ଏହି ପର୍ବକୁ ପାଳନ କରୁଛନ୍ତି । ଅନ୍ୟପଟେ ସୀମାର ସୁରକ୍ଷାରେ ଥିବା ଯବାନମାନେ ମଧ୍ୟ ପବିତ୍ର ଦୀପାବଳୀ ଉତ୍ସବକୁ ଧୁମଧାମ ସହ ପାଳନ କରୁଛନ୍ତି । ଚଳିତ ବର୍ଷ ଏହି ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳି ପାଳନ କରି ପାରନ୍ତି ।
- ପିଏମ ମୋଦି ଦୀପାବଳି ଉପଲକ୍ଷେ ଏଲଓସିରେ ଯାଇପାରନ୍ତି
ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୀପାବଳୀ ପାଳନ କରି ପାରନ୍ତି
ବିଗତ ବର୍ଷ ମଧ୍ୟ ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ
Trending Photos
)
ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ଦେଶ ସାରାରେ ପାଳନ କରାଯାଉଛି । ଲୋକେ ଆନନ୍ଦ ଉଲ୍ଲାସ ସହ ଏହି ପର୍ବକୁ ପାଳନ କରୁଛନ୍ତି । ଅନ୍ୟପଟେ ସୀମାର ସୁରକ୍ଷାରେ ଥିବା ଯବାନମାନେ ମଧ୍ୟ ପବିତ୍ର ଦୀପାବଳୀ ଉତ୍ସବକୁ ଧୁମଧାମ ସହ ପାଳନ କରୁଛନ୍ତି । ଚଳିତ ବର୍ଷ ଏହି ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳି ପାଳନ କରି ପାରନ୍ତି ।
ପିଏମ ମୋଦି ଦୀପାବଳି ଉପଲକ୍ଷେ ଏଲଓସିରେ ଯାଇପାରନ୍ତି । ସେ ଏଥର ପାକିସ୍ତାନ ଓ ଚୀନ ସୀମା ସହ ସଂଯୋଗ କରୁଥିବା ସୀମାଞ୍ଚଳରେରେ ମୁତୟନ ଯବାନବଙ୍କ ସହ ଦୀପାବଳି ପାଳନ କରିବେ ବୋଲି ସୂଚନା ମିଳୁଛି । ଏହାସହ ସେ ଜମ୍ମୁ କାଶ୍ମୀର ସ୍ଥିତ ଏଲଓସିରେ ନିର୍ମାଣ ହୋଇଥିବା ଆର୍ମି ପୋଜିଶନ୍ସରେ ମଧ୍ୟ ଯାଇ ପାରନ୍ତି ।
ଏହାପୂର୍ବରୁ ବିଗତ ବର୍ଷ ମଧ୍ୟ ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଘାଟିର ବିଭିନ୍ନ ସ୍ଥାନରେ ଯବାନଙ୍କ ଆନନ୍ଦ ଉଲ୍ଲାସ ସହ ଦୀପାବଳି ପାଳନ କରିଥିଲେ । ସୀମାରେ ଥିବା ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ସହ ମିଠା ବଣ୍ଟନ ମଧ୍ୟ କରିଥିଲେ । ଏଥର ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ଘାଟିରେ ଯାଇପାରନ୍ତି ସେ ।
ଏଲଓସିରେ ମଧ୍ୟ ଯାଇ ପାରନ୍ତି ପିଏମ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କାଶ୍ମୀର ସ୍ଥିତି ପାକିସ୍ତାନ ସୀମା ସହ ଲାଗି ଥିବା ଅଞ୍ଚଳ ଲାଇନ ଅଫ କଣ୍ଟ୍ରୋଲରେ ଥିବା ଯବାନଙ୍କ ସାହସ ବଢାଇବା ପାଇଁ ସେଠାକୁ ଯାଇ ପାରନ୍ତି ବୋଲି ଜଣା ପଡୁଛି । ଗତବର୍ଷ ସେ ଉତ୍ତରାଖଣ୍ଡର ସୀମାନ୍ତ ଅଞ୍ଚଳରେ ଥିବା ଯବାନଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଯବାନଙ୍କ ସହ ସମୟ ମଧ୍ୟ ଅତିବାହିତ କରିଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ପ୍ରଥମ ଦୀପାବଳି ସିୟାଚୀନର ଯବାନଙ୍କ ସହ ପାଳନ କରିଥିଲେ । ପ୍ରତିଥର ତାଙ୍କର ଏହି ଗସ୍ତକୁ ଗୁପ୍ତ ରଖାଯାଇଥାଏ ।
More Stories