)
ରାୟପୁର: ଦେଶରେ କୋରୋନା ସଂକଟ ପାଇଁ ଲକଡାଉନ ସ୍ଥିତି ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଆସନ୍ତା ୩ ତାରିଖରେ ଶେଷ ହେବ। ତେବେ ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଏହାରି ସମୟରେ ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓ କୋରୋନାକୁ ନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି କି ଦେଶରେ କୋରୋନାର ସ୍ଥିତି ଅଧିକ ସମୟ ପର୍ଯ୍ୟନ୍ତ ରହିବ। ପାଖାପାଖି ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ରହିବ। ଆସନ୍ତା ଜୁନ କିମ୍ବା ଜୁଲାଇ ମାସରେ କୋରୋନାର ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ ଏହି ତଥ୍ୟ ଦେଇଥିଲେ ମନ୍ତ୍ରୀ ଶ୍ରୀ ସିଂହଦେଓ।
ସୂଚନା ଯୋଗ୍ୟ ଏହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ଛତିଶଗଡ଼ରେ ମାତ୍ର ୩୭ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ଜଣ ଚିକିତ୍ସାଧିନ ରହିଛନ୍ତି।