• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ମୁହଁ ମାଡି ପଡିଗଲେ ପ୍ରଧାନମନ୍ତ୍ରୀ ମୋଦି

ଝୁଣ୍ଟିପଡିଲେ ପ୍ରଧାନମନ୍ତ୍ରୀ । ଗଙ୍ଗା ନଦୀ କୂଳରେ ପାହାଚ ଚଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡିଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ମୁହଁ ମାଡି ପଡିଗଲେ ପ୍ରଧାନମନ୍ତ୍ରୀ ମୋଦି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଝୁଣ୍ଟିପଡିଲେ ପ୍ରଧାନମନ୍ତ୍ରୀ । ଗଙ୍ଗା ନଦୀ କୂଳରେ ପାହାଚ ଚଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡିଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ଶନିବାର ଉତ୍ତରପ୍ରଦେଶ କାନପୁର ଗସ୍ତରେ ଥିଲେ ମୋଦି । ନମାମି ଗଙ୍ଗେ ପ୍ରକଳ୍ପର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଗଙ୍ଗା କୂଳକୁ ଯାଇଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଗଙ୍ଗା ପରିକ୍ରମା ମଧ୍ୟ କରିଥିଲେ । ତେବେ ଗଙ୍ଗା କୂଳରେ ପାହାଚ ଚଢୁଥିବା ବେଳେ ଝୁଣ୍ଟିପଡିଥିଲେ ପ୍ରଧାନମନ୍ତ୍ରୀ । ଅବଶ୍ୟ ଦୁଇ ହାତରେ ଭାର ଦେଇ ନିଜକୁ ସୁରକ୍ଷିତ ରଖିପାରିଥିଲେ । ସଙ୍ଗେ ସଙ୍ଗେ ଉଠି ଆଗକୁ ବଢିଥିଲେ ମୋଦି । 

 

ତେବେ ଏହି ଖବର ଜଣାପଡିବା ପରେ ବହୁ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ କିଛି ଟ୍ରୋଲ ମଧ୍ୟ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, ଦେଶର ଅର୍ଥନୀତି ଭଳି ମୋଦି ମଧ୍ୟ ଝୁଣ୍ଟିପଡିଲେ । 

ଆହୁରି ପଢନ୍ତୁ; ପିଏମ କିଷାନ ଓ କାଳିଆ ମିଶ୍ରଣ ପରେ ଏବେ ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା !