Advertisement
Article Detail0/zeeodisha/odisha693092
Zee OdishaOther Newsଭାରତରେ ଚୀନ କେତେ ସ୍ଥାନ ଦଖଲ କରିଛି

'ଭାରତରେ ଚୀନ କେତେ ସ୍ଥାନ ଦଖଲ କରିଛି'

ଲକଡାଉନ ଏକ ଅସାମ୍ବିଧାନିକ ତଥା ଅଣପ୍ରାୟୋଜିତ ଥିଲା।

'ଭାରତରେ ଚୀନ କେତେ ସ୍ଥାନ ଦଖଲ କରିଛି'

ନୂଆଦିଲ୍ଲୀ: ସୀମାରେ ଦେଶର ସୁରକ୍ଷା ପାଇଁ ଯବାନମାନେ ଦିନରାତି ଏକ କରି ଲଢୁଛନ୍ତି। ମାତ୍ର ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଲଦାଖ ଫିଙ୍ଗର ପର୍ବତ ନିକଟରେ ଦେଶ ମଧ୍ୟକୁ ପ୍ରବେଶ କରିଥିବା ନେଇ ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦ୍ଦୁଲ ମୁସଲିମ(ଏଆଇଏମଆଇଏମ)ର ଅଧ୍ୟକ୍ଷ ଅସଦୁଦ୍ଦିନ ଓଓ୍ୱେସୀ ସୋମବାର ପ୍ରଶ୍ନ ଉଠାଇଛନ୍ତି। 

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି କି,  ଚୀନ କେତେ ବାଟ ଭାରତୀୟ ସୀମା ମଧ୍ୟକୁ ପଶି ଆସିଛି, ସେ ନେଇ ପ୍ରଧାନମନ୍ତ୍ରୀ ତଥ୍ୟ ପ୍ରଦାନ କରିବେ କି। ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶ ମଧ୍ୟରେ କୋରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାରେ ବିଫଳ ହୋଇଛନ୍ତି। ସେ ଆହୁରି କଡ଼ା ଭାଷାରେ ମୋଦିଙ୍କୁ ସମାଲୋଚନା କରି କହିଥିଲେ କି, ମୋଦି ଆପଣମାନଙ୍କୁ ଏହି ମାରାତ୍ମକ ଭାଇରସରୁ ବଞ୍ଚାଇ ରଖିପାରିବେ ନାହିଁ। ତାଳି ମାରିବା କିମ୍ବା ଦୀପ ଜଳାଇବା ଦ୍ୱାରା ଭାଇରସକୁ ଅଟକାଇ ପାରିବେ ନାହିଁ। ଭାରତରେ ଏହି ଭାଇରସ ଉପରେ ନିୟନ୍ତ୍ରଣ ଆଣିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ଲକଡାଉନ ଏକ ଅସାମ୍ବିଧାନିକ ତଥା ଅଣପ୍ରାୟୋଜିତ ଥିଲା। ମୋଦି ସରକାର ଏଭଳି ସମୟରେ ଲକଡାଉନକୁ ଦେଶରେ ଲାଗୁ କରିଥିଲେ ଯେଉଁ ସମୟରେ ମାତ୍ର ୫ ଶହ ଲୋକ ସଂକ୍ରମିତ ଥିଲେ। ଏବେ ଲକ୍ଷାଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇ ରହିଛନ୍ତି। 

Add Zee News as a Preferred Source

ଓଓ୍ୱେସୀ ଆହୁରି ମଧ୍ୟ କହିଛନ୍ତି, ଯେଉଁ ସମୟରେ କୋଟି କୋଟି ପ୍ରବାସୀ ସେମାନଙ୍କ ଘରକୁ ଫେରୁଛନ୍ତି, ସେହି ସମୟରେ ଲକଡାଉନକୁ ଦେଶରୁ ହଟାଇ ଦେଇଛନ୍ତି। ସେହିପରି ଲକଡାଉନ ଶ୍ରମିକ ଏକ୍ସପ୍ରେସରେ ଯାତାୟତ ସମୟରେ ପ୍ରାୟ ୮୫ ଜଣ ଶ୍ରମିକଙ୍କ ଜୀବନ ହାନି ମଧ୍ୟ ଘଟିଛି। ଏସମସ୍ତ ଲୋକ ଶ୍ରମିକ ଶ୍ରେଣୀର ବ୍ୟକ୍ତି। ଗତକାଲି ମଧ୍ୟ ତେଲଙ୍ଗାନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇ ସାରିଛି। ଏହା ଉପରେ ଆଲୋଚନା କରିବାକୁ କେହି ନାହାନ୍ତି। 

ସେହିପରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ମଧ୍ୟ ଓଓ୍ୱେସୀ ବର୍ଷିଥିଲେ। ସେ କହିଥିଲେ କି, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ କହି ପାରିବେ କି ଚୀନ ଦେଶ ମଧ୍ୟରେ କେତେ ସ୍ଥାନ ଦଖଲ କରିସାରିଛି। ଚୀନ ସହିତ ପ୍ରକୃତରେ କଣ ଆଲୋଚନା କରାଯାଉଛି ସେ ନେଇ କହିବେ କି ବୋଲି ଓଓ୍ୱେସୀ କହିଛନ୍ତି। ଚୀନ ଓ ଭାରତ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇବେ କି ବୋଲି ସେ ପ୍ରଶ୍ନ କରିଥିଲେ। ଦେଶ ମଧ୍ୟରେ ଚୀନର ବେଦଖଲ ଉପରେ ବିଜେପି ଓ ଆରଏସଏସ କାହିଁକି ଚୁପ ବୋଲି ମଧ୍ୟ ଓଓ୍ୱେସୀ ପ୍ରଶ୍ନ କରିଥିଲେ। 

About the Author