close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଥାଇଲାଣ୍ଡ ଗସ୍ତରେ ପିଏମ ମୋଦି

ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଶନିବାର ସକାଳ ୧୦ଟାରେ ସେ ଥାଇଲାଣ୍ଡ ଅଭିମୁଖେ ଗସ୍ତ କରିଛନ୍ତି । ସେ ନଭେମ୍ୱର ୨ରୁ ୪ ଯାଏ ଏହି ଗସ୍ତରେ ରହିବେ । ଏହି ଗସ୍ତରେ ସେ ୧୬ତମ ଆସିଆନ-ଭାରତ ଶିଖର ସମ୍ମିଳନୀ, ୧୪ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ, ତୃତୀୟ ଆରସିଇପି ଶିଖର ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ଥାଇଲାଣ୍ଡ ଗସ୍ତରେ ପିଏମ ମୋଦି
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଶନିବାର ସକାଳ ୧୦ଟାରେ ସେ ଥାଇଲାଣ୍ଡ ଅଭିମୁଖେ ଗସ୍ତ କରିଛନ୍ତି । ସେ ନଭେମ୍ୱର ୨ରୁ ୪ ଯାଏ ଏହି ଗସ୍ତରେ ରହିବେ । ଏହି ଗସ୍ତରେ ସେ ୧୬ତମ ଆସିଆନ-ଭାରତ ଶିଖର ସମ୍ମିଳନୀ, ୧୪ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ, ତୃତୀୟ ଆରସିଇପି ଶିଖର ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ଏହାସହ ଥାଇଲାଣ୍ଡ ଓ ଭାରତ ମଧ୍ୟରେ ବାଣିଜ୍ୟ, ସୁରକ୍ଷା ପରି ବିଷୟ ଉପରେ ଚର୍ଚ୍ଚା ହେବାର ଅଛି । ପିଏମ ମୋଦି ଆଜି ଦିନ ୧:୫୦ ମିନିଟିରେ ବ୍ୟାଙ୍କଙ୍କର ରୟାଲ ଥାଇ ଏୟାରଫୋର୍ସ ବେସରେ ପହଞ୍ଚିବେ । ସନ୍ଧ୍ୟା ୬ଟାରେ ସେ ବ୍ୟାଙ୍କଙ୍କର ନ୍ୟାଶନାଲ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ କରିବେ ।

ଆଞ୍ଚଳିକ ବ୍ୟାପକ ଆର୍ଥିକ ଅଂଶୀଦାର(ଆରସିଇପି) ବିଷୟର ସମାଧାନ ପାଇଁ ବ୍ୟାଙ୍କକରେ ଆଲୋଚନା ଚାଲିଛି । ନେତାଙ୍କ ସାମିଲ ହେବା ପରେ ସମ୍ମିଳନୀରେ ବାର୍ତ୍ତାର ସମୀକ୍ଷା କରାଯିବ । ଆରସିଇପି ବ୍ଲୋକରେ ଆସିଆନ ସମୂହର ୧୦ଟି ଦେଶ ରହିଛି । ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପିନ୍ସ, ଲାଓସ ଓ ଭିଏତନାମ ପରି ଦେଶ ସାମିଲ ରହିଛି । ଏହାର ଛଅ ଏଫଟିଏ ସହଯୋଗକାରୀ ଦେଶ ଭାବେ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସାମିଲ ରହିଛି ।

ବିଗତ ଦିନରେ ପିଏମ ମୋଦି ସାଉଦି ଆରବ ଗସ୍ତକୁ ଯାଇଥିଲେ । ଏହି ଗସ୍ତରେ ସେ ଶାହ ସଲମାନ ବିନ ଅବଦୁଲ ଅଜୀଜ ଓ ଯୁବରାଜ ମୋହମ୍ମଦ ବିନ ସଲମାନଙ୍କ ସହ ସାକ୍ଷାତ କରିଥଲେ। ପିଏମ ମୋଦି ଏଠାରେ ଇନଭେଷ୍ଟମେଣ୍ଟ ଇନିଶିଏଟିଭ ଫରୋମକୁ ସମ୍ବୋଧିତ କରିଥିଲେ । ଏହି ସମ୍ୱୋଧନରେ ମୋଦି ଟେକ୍ନଲୋଜିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଭାରତ ଟେକ୍ନଲୋଜିର ବିକାଶ ପାଇଁ ଷ୍ଟାର୍ଟଅପ, ରିସର୍ଚ ଏଣ୍ଡ ଡେଭଲପମେଣ୍ଟ ଓ ସ୍କୁଲ ସ୍ତରୀୟ ଇନୋଭେଶନ ଉପରେ ଜୋର ଦେଇଛି ।