close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଥାଇଲାଣ୍ଡ ଗସ୍ତରେ ଯିବେ ପିଏମ ମୋଦି

ଥାଇଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ୱର ୨ରୁ ୪ ଯାଏ ସେ ଥାଇଲାଣ୍ଡରେ ରହିବେ । ଏହି ଗସ୍ତରେ ସେ ୧୬ତମ ଆସିଆନ-ଭାରତ ଶିଖର ସମ୍ମିଳନୀ, ୧୪ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ, ତୃତୀୟ ଆରସିଇପି ଶିଖର ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହାର ସୂଚନା ବୈଦେଶିକ ମନ୍ତ୍ରାଳୟର ସଚିବ(ପୂର୍ବ) ବିଜୟ ଠାକୁର ସିଂହ ଦେଇଛନ୍ତି ।

ଥାଇଲାଣ୍ଡ ଗସ୍ତରେ ଯିବେ ପିଏମ ମୋଦି
ପିଏମ ମୋଦି

ନୂଆଦିଲ୍ଲୀ: ଥାଇଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ୱର ୨ରୁ ୪ ଯାଏ ସେ ଥାଇଲାଣ୍ଡରେ ରହିବେ । ଏହି ଗସ୍ତରେ ସେ ୧୬ତମ ଆସିଆନ-ଭାରତ ଶିଖର ସମ୍ମିଳନୀ, ୧୪ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ, ତୃତୀୟ ଆରସିଇପି ଶିଖର ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହାର ସୂଚନା ବୈଦେଶିକ ମନ୍ତ୍ରାଳୟର ସଚିବ(ପୂର୍ବ) ବିଜୟ ଠାକୁର ସିଂହ ଦେଇଛନ୍ତି ।

ସେ କହିଛନ୍ତି ଯେ ଆଞ୍ଚଳିକ ବ୍ୟାପକ ଆର୍ଥିକ ଅଂଶୀଦାର(ଆରସିଇପି) ବିଷୟର ସମାଧାନ ପାଇଁ ବ୍ୟାଙ୍କକରେ ଆଲୋଚନା ଚାଲିଛି । ନେତାଙ୍କ ସାମିଲ ହେବା ପରେ ସମ୍ମିଳନୀରେ ବାର୍ତ୍ତାର ସମୀକ୍ଷା କରାଯିବ । ଆରସିଇପି ବ୍ଲୋକରେ ଆସିଆନ ସମୂହର ୧୦ଟି ଦେଶ ରହିଛି । ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପିନ୍ସ, ଲାଓସ ଓ ଭିଏତନାମ ପରି ଦେଶ ସାମିଲ ରହିଛି । ଏହାର ଛଅ ଏଫଟିଏ ସହଯୋଗକାରୀ ଦେଶ ଭାବେ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସାମିଲ ରହିଛି ।

ବିଗତ ଦିନରେ ପିଏମ ମୋଦି ସାଉଦି ଆରବ ଗସ୍ତକୁ ଯାଇଥିଲେ । ଏହି ଗସ୍ତରେ ସେ ଶାହ ସଲମାନ ବିନ ଅବଦୁଲ ଅଜୀଜ ଓ ଯୁବରାଜ ମୋହମ୍ମଦ ବିନ ସଲମାନଙ୍କ ସହ ସାକ୍ଷାତ କରିଛନ୍ତି । ପିଏମ ମୋଦି ଏଠାରେ ଇନଭେଷ୍ଟମେଣ୍ଟ ଇନିଶିଏଟିଭ ଫରୋମକୁ ସମ୍ବୋଧିତ କରିଥିଲେ । ଏହି ସମ୍ୱୋଧନରେ ମୋଦି ଟେକ୍ନଲୋଜିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଭାରତ ଟେକ୍ନଲୋଜିର ବିକାଶ ପାଇଁ ଷ୍ଟାର୍ଟଅପ, ରିସର୍ଚ ଏଣ୍ଡ ଡେଭଲପମେଣ୍ଟ ଓ ସ୍କୁଲ ସ୍ତରୀୟ ଇନୋଭେଶନ ଉପରେ ଜୋର ଦେଇଛି ।