close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବେଳାଭୂମିରେ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଓ "ପ୍ଲୋଗିଙ୍ଗ" ଶବ୍ଦର ଅର୍ଥ

ଭାରତରେ ସ୍ୱଚ୍ଛ ଭାରତର ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୁଦ୍ର କୂଳରେ ସଫେଇ ଅଭିଯାନର ଫଟୋ ଓ ଭିଡିଓ ଗତ କିଛିଦିନ ହେବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ସମଲୋଚନା କରିବାକୁ ପଛାଉ ନାହାନ୍ତି ।  ମୋଦିଙ୍କୁ ଆଦର୍ଶ ଭାବେ ନେବା ତାହା ହେଲେ ଉର୍ଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ । ଯଦି କେହି ରାସ୍ତାରେ ଅଳିଆ ଫିଙ୍ଗୁଛି ଆମେ ବି କିଛି ଅଳିତା ତା ଉପରେ ଗଦେଇ ଦେଉଛୁ । ଆମେ ନକରାତ୍ମକ କଥାକୁ ଅତି ଶିଘ୍ର ଗ୍ରହଣ କରିଥାଉ, ମୋଦି ସାରା ଦେଶକୁ ସ୍ୱଚ୍ଛ କରିପାରିବେ ନାହିଁ । ସେ ସଫେଇ ଅଭିଯାନ ଆରମ୍ଭ କରି ସମସ୍ତଙ୍କୁ ସାମିଲ ହେବାକୁ ସନ୍ଦେଶ ଦେଇଛନ୍ତି । ସେ ଯାହା ହେଉନା କାହିଁକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଫଟୋ ପଛରେ ଏକ ରହସ୍ୟ ଲୁଚି ରହିଛି । ଯାହା ବହୁ କମ୍ ଲୋକଙ୍କୁ ଜଣାଥିବା... 

ପିଏମ୍  ମୋଦିଙ୍କ ଏହି ଫଟୋ ମିଡିଆରେ ଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତ ଅକ୍ଟୋବର ୧୨ ତାରିଖ ସକାଳ ଠାରୁ ହିଁ  ଏହି ଫଟୋକୁ ଆପଣମାନେ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଫଟୋ  ମହାବଳୀପୁରମ୍ ସମୁଦ୍ର ବେଳାଭୂମୀରେ ପଡ଼ିଥିବା ପ୍ଲାଷ୍ଟିକ୍ ଏବଂ ଅନ୍ୟ ଅଳିଆ ଆବର୍ଜନା ପ୍ଲୋଗିଙ୍ଗ୍ କରିବା ବେଳର । ପ୍ରଧାନମନ୍ତ୍ରୀ ମୋଦି ଏଥିସହ ଜଡ଼ିତ ଭିଡିଓ ଟ୍ୱିଟ୍ କରି ସେ ଲେଖିଛନ୍ତି.....
'' ଆଜି ସକାଳ ସମୟରେ ମାମଲ୍ଲପୁରମ୍ ର ସମୁଦ୍ର କୂଳରୁ ଅଧଘଣ୍ଟା ଧରି ଅଳିଆ ଅବର୍ଜନା ପ୍ଲୋଗିଙ୍ଗ୍ କରିଥିଲି, ଏହି ଅଳିଆକୁ ମୁଁ  ହୋଟେଲ ମାଲିକ ଜୟରାଜଙ୍କୁ ଦେଇଥିଲି । ଆମେ ଏହିକଥାକୁ ପୃଷ୍ଠି କରିବା ଦରକାର ଯେ, ସର୍ବସାଧାରଣ ସ୍ଥାନକୁ ସଫା ସୁତୁରା ରଖିବା ଉଚିତ୍ । ଏହା ଦ୍ୱାରା ଆମେ ସୁସ୍ଥ ରହିଥାଉ''
 
ମୋଦି ତାଙ୍କ ଟ୍ୱିଟ୍ ରେ କହିଛନ୍ତି  ପ୍ଲୋଗିଙ୍ଗ୍ ବାବଦରେ ଅନେକ ଲୋକଙ୍କୁ ଜଣାନଥିବ । ଏହାର ଅର୍ଥ ମୁଁ ଶବ୍ଦ କୋଶରେ ଖୋଜିଲି,  ହେଲେ କିଛି ମିଳିଲାନାହିଁ । ରିପୋର୍ଟ ଦେଖିବା ପରେ ମୋତେ ଏହାର ଅର୍ଥ ଦେଖିଲି ଯେ 'ପ୍ଲୋଗିଙ୍ଗ୍'ର ଅର୍ଥ ଚଲାବୁଲା କରୁଥିବା କିମ୍ୱା ଦୌଡୁଥିବା ସମୟରେ ରାସ୍ତାରେ ପଡ଼ିଥିବା ଅଳିଆ ଦେଖିଲେ ଉଠାଇ ଜମା କରିବା । 
 
'ପ୍ଲୋଗିଙ୍ଗ୍' ଶବ୍ଦ ଧିରେ ଧିରେ ବ୍ୟାପିବାରେ ଲାଗିଛି  । ପ୍ଲୋଗିଙ୍ଗ୍  ବହୁତ ଜଣାଶୁଣା ଶବ୍ଦ ସ୍ୱିଡେନ୍ ରୁ ଆସୁଛି । ୨୦୧୬ରେ ଜଣେ ସ୍ୱେଡେନ୍ ନାଗରୀକ ଏରିକ୍ ଅହଲଷ୍ଟ୍ରୋମ୍ ଏହି ଶବ୍ଦର ଆରମ୍ଭ କରିଥିଲେ ।  ଅଫିସକୁ ଯିବା ସମୟରେ ଏରିକ୍ ରାସ୍ତା ପାର୍ଶ୍ୱରେ  ଅଳିଆ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଗଦା ହୋଇରହିଥିବା ଦେଖିଥିଲେ । ସେ ମର୍ଣ୍ଣିଂ ୱାର୍କ ସମୟରେ ଏହି ଅଳିଆ ଅବର୍ଜନାକୁ ସଫା କରିବାକୁ ଅଭିଯାନ ଚଳାଇଲେ । ଏରିକ୍ ଏକ କାର୍ଯ୍ୟକ୍ରମରେ ପ୍ଲୋଗିଙ୍ଗ୍ ବାବଦରେ  ଜଣାଇଥିଲେ ଯେ ରାସ୍ତାରେ ଅନେକ ସପ୍ତାହ ଧରି  ଅଳିଆ ଅବର୍ଜନା ପଡ଼ି ରହୁଥିଲା । ତାକୁ କେହି ହଟାଉନଥିଲା,  ସେଥିପାଇଁ ମୁଁ ସେହି ଅଳିଆକୁ ସଫା କରିବାକୁ ନିଷ୍ପତ୍ତି ନେଲି । ମେକ୍ସିକୋରେ  ପ୍ରତ୍ୟେକ ଦିନ ୪ ହଜାର ଲୋକ ପ୍ଲୋଗିଂଙ୍ଗ୍ କରୁଛନ୍ତି ।  
 
ପ୍ଲୋଗିଙ୍ଗ୍ ରେ ଅଳିଆ ଆବର୍ଜନା ଉଠାଇବାକୁ ନଇଁବାକୁ ପଡ଼େ । ହାତ ତଳକୁ କରିବାକୁ ପଡ଼େ । ଶରୀରକୁ ଏକ  ଭଙ୍ଗୀରେ ନୁଆଁଇବା ଯୋଗୁଁ ଅଧିକ କ୍ୟାଲୋରୀ ଉତ୍ପନ୍ନ ହୁଏ । ଏହା ସହ ସେହି ସମୟରେ ପରିବେଶ  ମଧ୍ୟ ସଫାସୁତୁରା ହୋଇଯାଏ । ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ୱର ମାସରେ  ମନ୍ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ଲଗିଙ୍ଗ୍ ଶବ୍ଦ ବାବଦରେ କହିଥିଲେ, ସେ କହିଥିଲେ..
 
"ଆମ ଦେଶର ଜଣେ ଯୁବକ ଏକ ବଡ଼ ଅଭିନବ  ଅଭିଯାନ ଆରମ୍ଭ କରିଛନ୍ତି । ସେହି ଯୁବକଙ୍କ କାମ ଉପରେ ମୋର ଧ୍ୟାନ ଯିବାପରେ, ମୁଁ ତାଙ୍କ ସହ ଫୋନରେ କଥାହେଲି । ଯେହି ଯୁବକଙ୍କ ଉଦ୍ୟମକୁ ଜାଣିବାକୁ ଓ ବୁଝିବାକୁ ଚେଷ୍ଠା କଲି । ହୋଇପାରେ ସେହି ଯୁବକ ଜଣଙ୍କ ଉଦ୍ୟମ ଅନ୍ୟ ଲୋକଙ୍କ କାମରେ ଆସିପାରେ  । ରିପୁଦମନ୍ ଏକ ଅଭିନବ ପ୍ରୟାସରେ ପ୍ଲୋଗିଙ୍ଗ୍ କରୁଛନ୍ତି  । ଯେତେବେଳେ ପ୍ରଥମଥର ପାଇଁ ମୁଁ ପ୍ଲୋଗିଙ୍ଗ୍ ଶବ୍ଦ ଶୁଣିଲି ମୋ ପାଇଁ ମଧ୍ୟ ନୂଆଥିଲା । ବିଦେଶରେ ବୋଧହୁଏ କିଛି ମାତ୍ରାରେ ଉପଯୋଗ ହେଉଛି ଏହି ଶବ୍ଦ ।  ହେଲେ ଭାରତରେ ରିପୁଦମ୍ ବଲ୍ବୀ ଜୀ ଏହାକୁ ବହୁତ ପ୍ରଚାର କରିଛନ୍ତି'' ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରୋଡିଓ କାର୍ଯ୍ୟକ୍ରମରେ ବଲ୍ବୀଙ୍କ ସହ ଚର୍ଚ୍ଚା ବେଳେ ରିପୁଦମ୍ ବଲ୍ବୀ କହିଥିଲେ ।
 
'' ମୁଁ ନିଜେ ଜଣେ ଦୌଡ଼ାଳୀ ଏବଂ ମୋର ମନରେ ବିଚାର ଆସିଥିଲା କୌଣସି ଜିନିଷର ଅଭିଯୋଗ  କରିବା ଠାରୁ ଭଲ  ନିଜେ କିଛି କରିବା । ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିବା ।  ପୁଣି ମୁଁ ଭାବିଲି ଦୌଡ଼ ସହ ସଫେଇ ଅଭିଯାନର ଶୁଭାରମ୍ଭ  କରାଯାଉ । ଏଥିରେ ଦୋଡ଼ି ଦୋଡ଼ି ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ  ନିଜ ଆଖପାଖର ବାତାବରଣକୁ ମଧ୍ୟ ସଫା ଓ ସ୍ୱଚ୍ଛ ରଖିବାକୁ ସାହାଯ୍ୟ କରିବା  ।