ଏକ ସଂକଟମୟ ପରିସ୍ଥିତିରେ ଦଳର ସ୍ଥାପନା ଦିବସ ପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ବିଶ୍ୱରେ ରାଜୁତି କରୁଛି। ସମଗ୍ର ବିଶ୍ୱରେ ଏକ ମହାମାରୀର ରୂପ ନେଇ ସାରିଛି। ଏହା ବିରୋଧରେ ବର୍ତ୍ତମାନ ସମଗ୍ର ବିଶ୍ୱ ଲଢେଇ ଜାରି ରଖିଛି। ଏହାକୁ ହରାଇବା ପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ହେବ ବୋଲି ବିଜେପିର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେପଟେ କୋରୋନା ବିପକ୍ଷ ଲଢେଇରେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଇଁ ସୃଷ୍ଟି କରିଛି ଭାରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶ ସତର୍କତାର ସହ ଏହି ଲଢେଇ ଜାରି ରଖିଛି। ଏକଜୁଟ ହୋଇଛନ୍ତି ଦେଶବାସୀ। ଆମକୁ ଏହି ଲଢେଇ ଲଢିବାର ଅଛି। ଏହି ଲଢେଇରେ ନା ଥକିବାର ଅଛି ନା ହାରିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ପ୍ରତିଟି ସ୍ତରରେ ଦେଶ ସକ୍ରିୟ ଭାବେ ଯୁଦ୍ଧ ଲଢୁଛି। ପ୍ରତିଟି ସ୍ତରରେ ସୁରକ୍ଷା ପାଇଁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସରକାର। ଏହି ନିଷ୍ପତ୍ତିର ଫଳାଫଳ ମଧ୍ୟ ଆସିଛି। ଏହି କୋରୋନା ବିପକ୍ଷ ଲଢେଇରେ ଭାରତ ଯେଭଳି ସକ୍ରିୟତାର ସହିତ ଯୁଦ୍ଧ କରୁଛି, ତାହାର ପ୍ରଶଂସା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏପରିକି ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ କରୁଛି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଥିଲେ କି, କେନ୍ଦ୍ର ସରକାର ପ୍ରତିଟି ସ୍ତର ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ବେଶ କେନ୍ଦ୍ରକୁ ବେଶ ସହଯୋଗ କରିଛନ୍ତି। ତେବେ କେନ୍ଦ୍ର ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି। ସେ ସବୁକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ସରକାର ପ୍ରୟାସ କରୁଥିବା ମୋଦି କହିଥିଲେ।
ତେବେ ଦଳର ସ୍ଥାପନା ଦିବସ ସମ୍ପର୍କରେ କହିଥିଲେ କି, ଆମ ଦଳର ସ୍ଥାପନା ଦିବସ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ସମଗ୍ର ବିଶ୍ୱ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ସମଗ୍ର ପରିବେଶ ବର୍ତ୍ତମାନ ଚ୍ୟାଲେଞ୍ଜରେ ଭରି ହୋଇ ରହିଛି। ୧୩୦ କୋଟି ଦେଶବାସୀ ନିଜର ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ରବିବାର ରାତିରେ ଦୀପ ପ୍ରଜ୍ଜ୍ୱଳନ ପ୍ରସ୍ତାବକୁ ସମସ୍ତେ ସ୍ୱିକାର କରିଛନ୍ତି। ସମସ୍ତେ ସମ୍ମାନ ଜଣାଇ ପରିଶେଷରେ ସବୁ ବର୍ଗ, ସବୁ ବୟସର ଲୋକେ ଦୀପ ଜାଳିଥିବା କଥା କହିଥିଲେ। ଏହି ସମୟରେ ଦେଶବାସୀ ନିଜର ପରିପକ୍ୱତା ଦେଖାଇଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।