4.o ନା ଏକଜିଟ୍ ପ୍ଲାନ୍ ? ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ମିଳିବ ସୁଯୋଗ
Advertisement
Article Detail0/zeeodisha/odisha679437

4.o ନା ଏକଜିଟ୍ ପ୍ଲାନ୍ ? ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ମିଳିବ ସୁଯୋଗ

ଆଜି ଅପରାହ୍ନ ୩ଟା ବେଳେ ଭିଡିଓ କନଫରେସିଂ ମାଧ୍ୟମରେ ଏହି ଆଲୋଚନା ହେବ । କୋରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ ହେବ ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ୫୦ ଦିନ ପୁରିବାକୁ ଯାଉଛି ଲକଡାଉନ୍ । ଅନ୍ୟପଟେ କୋରୋନା ଭାଇରସ୍ ମଧ୍ୟ ପୂର୍ବାପେକ୍ଷା ଅଧିକ ମାତ୍ରାରେ ପ୍ରଭାବ ପକାଇଛି । ତେଣୁ ଲକଡାଉନ୍ ବଢ଼ିବ ନା ଏକଜିଟ ପ୍ଲାନ୍ କରିବେ ସରକାର, ସେନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି । କ'ଣ ହେବ ସରକାରଙ୍କ ନିଷ୍ପତ୍ତି ? ଲକାଡାଉନ୍ 3.o ଆସନ୍ତା ୧୭ ତାରିଖରେ ସରୁଛି । ତେଣୁ ଲକଡାଉନ୍ 4.o ନେଇ ସରକାର ଚିନ୍ତା କରୁଛନ୍ତି କି ? ଏ ତମାମ ଚର୍ଚ୍ଚା ଭିତରେ ଆଜି ପୁଣିଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଆଜି ଅପରାହ୍ନ ୩ଟା ବେଳେ ଭିଡିଓ କନଫରେସିଂ ମାଧ୍ୟମରେ ଏହି ଆଲୋଚନା ହେବ । କୋରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ ହେବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ସାମିଲ ହେବେ । ଆଗକୁ  କୋରୋନା ମୁକାବିଲା ଦିଗରେ ସରକାରଙ୍କ କ'ଣ ରଣନୀତି ରହିବ, ସେନେଇ ଆଲୋଚନା ହେବ । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । 

ପୂର୍ବ ବୈଠକ ପରି ନୁହେଁ, ଏଥରର ବୈଠକ ଭିନ୍ନ ଧରଣର ହେବ । ଏଥର ୨ଟି ପର୍ଯ୍ୟାୟରେ ବୈଠକ ହେବ । ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିବାର ସୁଯୋଗ ମିଳିବ । ଗତ ବୈଠକରେ ମାତ୍ର ୧୦/୧୧ ମୁଖ୍ୟମନ୍ତ୍ରୀ ହିଁ ମତାମତ ସାବ୍ୟସ୍ତ କରିବାର ସୁଯୋଗ ପାଇଥିଲେ । କାହିଁକିନା ସମୟର ଅଭାବ ରହିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । 

ପ୍ରଥମ ପର୍ଯ୍ୟାୟ ବୈଠକ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ୫ଟା ୩୦ରେ  ଶେଷ ହେବ । ପରେ ୩୦ ମିନିଟର ବ୍ରେକ୍ ରହିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ଆଲୋଚନା ଶେଷ ହେବା ପର୍ଯ୍ୟନ୍ତ ଚାଲିବ । ମୋଦିଙ୍କ ସହ ସିଧାସଳଖ କଥା ହେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ । 

;