Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଗୁରୁତର ରୂପ ନେଉଛି। ଏଥିରେ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଖୋଦ ସମସ୍ତଙ୍କ ମତ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିରୋଧୀ ହୁଅନ୍ତୁ ଅବା ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ରଣନୀତି ଧାର୍ଯ୍ୟ କରୁଛନ୍ତି। ଲକଡାଉନକୁ ଦ୍ୱିତୀୟ ଥର ବଢାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନସିଂରେ ଆଲୋଚନା କରିଥିଲେ। ତେବେ ପୁଣି ଥରେ ଏହି କୋଭିଡ଼ ୧୯ ପାଇଁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଭିଡ଼ିଓ କନଫରନେସିଂ ଜରିଆରେ ଆଲୋଚନା କରିବାକୁ ଯାଉଛନ୍ତି।
Prime Minister Narendra Modi will interact with CMs of all States via video conference on 27th April pic.twitter.com/k57HGUtosA
— ANI (@ANI) April 22, 2020
ଏନେଇ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ଏଏନଆଇ କହିବା ମୁତାବକ ଆସନ୍ତା ୨୭ ତାରିଖ ଅର୍ଥାତ ସୋମବାର କୋଭିଡ଼ ୧୯ ସହିତ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପୁନର୍ବାର ଆଲୋଚନା କରିପାରନ୍ତି। ଏଥିପାଇଁ ପୁଣିଥରେ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିବେ।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଥର ସମ୍ବୋଧନ କରିସାରିଛନ୍ତି। ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ ୧୪ ତାରିଖରେ ଦେଶକୁ ସମ୍ବୋଧନ କରିଥିଲେ। ଏହା ପୂର୍ବରୁ ସେ ଏପ୍ରିଲ ୧୧ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଲକଡାଉନ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲୋଡିଥିଲେ। ୨୪ ଘଣ୍ଟା ମଧ୍ୟରେ ସେ ଅହରହ ଉପଲବ୍ଧ ରହିବେ ବୋଲି କହିଥିଲେ।