ଆସୁଛନ୍ତି ଆମେରିକା ରାଷ୍ଟ୍ରପତି
Advertisement

ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ପରିବାର ସହ ଭାରତ ଗସ୍ତ କରିବାରେ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରକୁ ଯିବେ ବୋଲି ଜଣାପଡ଼ିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟ ପରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦିନ ୧୧।୫୫ ମିନିଟରେ ଅହମ୍ମଦାବାଦ ବିମାନ ବନ୍ଦରରରେ ଟ୍ରମ୍ପଙ୍କ ବିମାନ ଅବତରଣ କରିବ । ଆଉ ଟ୍ରମ୍ପଙ୍କ ଗସ୍ତକୁ ନେଇ ଉଭୟ ଭାରତ ଓ ଆମେରିକା ବେଶ୍ ଉତ୍ସାହିତ । ଆମେରିକା ରାଷ୍ଟ୍ରପତିଙ୍କ ଏହି  ଗସ୍ତ ଉଭୟ ଦେଶର ସମ୍ପର୍କକୁ ଆଉପାଦେ ଆଗକୁ ନେବ ବୋଲି ଆଶା କରାଯାଉଛି । ସେହିପରି ଆଜି ଉଠୁଛି ପଡ଼ୁଛି ଅହମ୍ମଦାବାଦ । 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି । 

ପରିବାର ସହ ଭାରତ ଗସ୍ତ କରିବାରେ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରକୁ ଯିବେ ବୋଲି ଜଣାପଡ଼ିଛି । ସେହିପରି ସାବରମତୀ ଆଶ୍ରମ ଏବଂ ମୋଟେରା ଷ୍ଟାଡ଼ିୟମରେ ସମସ୍ତ ପ୍ରକାର ପ୍ରସ୍ତୁତି ରହିଛି ।  ସୁରକ୍ଷା ବଳୟରେ ରହିଛି ଅହମ୍ମଦାବାଦ । 

ଆହୁରି ପଢ଼ନ୍ତୁ; ୪୦ ବର୍ଷ ପୂର୍ବରୁ 'କରୋନା' କୁ ନେଇ ଭବିଷ୍ୟବାଣୀ କରିଥିଲା ଏହି ବହି...