ପିଏମସି ଜମାକାରୀଙ୍କ ହୃଦଘାତରେ ମୃତ୍ୟୁ, ଖାତାରେ ଜମା ଥିଲା ୯୦ ଲକ୍ଷ ଟଙ୍କା

ବର୍ତ୍ତମାନ ସମୟରେ ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋ-ଅପରେଟିବ ବ୍ୟାଙ୍କ(ପିଏମସି)ର ଜମାକାରୀଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହା ମଧ୍ୟରେ ଏକ ପିଏମସି ଜମାକାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜମାକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପ୍ରାୟ ୯୦ ଲକ୍ଷ ଟଙ୍କାର ଜମା ଥିଲା । 

ପିଏମସି ଜମାକାରୀଙ୍କ ହୃଦଘାତରେ ମୃତ୍ୟୁ, ଖାତାରେ ଜମା ଥିଲା ୯୦ ଲକ୍ଷ ଟଙ୍କା
PMC Bank

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋ-ଅପରେଟିବ ବ୍ୟାଙ୍କ(ପିଏମସି)ର ଜମାକାରୀଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହା ମଧ୍ୟରେ ଏକ ପିଏମସି ଜମାକାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜମାକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପ୍ରାୟ ୯୦ ଲକ୍ଷ ଟଙ୍କାର ଜମା ଥିଲା । 

ଆଶିବାରା ତାରାପୋରେବାଲା ଗାର୍ଡନରେ ରହୁଥିବା ସଞ୍ଜୟ ଗୁଲାଟୀ ପିଏମସି ବ୍ୟାଙ୍କର ଜଣେ ଜମାକାରୀ ଥିଲେ । ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ୯୦ ଲକ୍ଷ ଟଙ୍କା ଜମା ରହିଛି ।ସୋମବାର ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣା ବିରୋଧରେ ସେ ପ୍ରଦର୍ଶନ କରୁଥିଲେ । ଏହି ପ୍ରଦର୍ଶନ ପରେ ଯେତେବେଳେ ସେ ଘରକୁ ପହଞ୍ଚିଥିଲେ ସେହି ସମୟରେ ତାଙ୍କର ହାର୍ଟ ଆଟାକ ଆସିଥିଲା । ଯେଉଁଥି ପାଇଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଆଜି(ମଙ୍ଗଳବାର) ତାଙ୍କର ଅନ୍ତିମ ସଂସ୍କାର କରାଯିବ। 

ଆସନ୍ତୁ ଜାଣିବା କଣ ପିଏମସି ବ୍ୟାଙ୍କ ମାମଲା? 
ପିଏମସି ବ୍ୟାଙ୍କ ଦେବାଳିଆ ହେବାର ଖବର ଆସିବା ପରେ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ  ଜମାକାରୀଙ୍କ ଭିଡ଼ ଲାଗିଯାଇଥିଲା। ଚାରିଆଡ଼େ ହଙ୍ଗାମା ଆରମ୍ଭ ହୋଇଯାଇଥିଲା ।ପିଏମସି ବ୍ୟାଙ୍କରେ ଗ୍ରାହକଙ୍କ ୧୧୫୦୦ କୋଟି ଟଙ୍କା ଜମା ରହିଛି।ଏହି ବ୍ୟାଙ୍କର ଶାଖା ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ମଧ୍ୟ ରହିଛି । 

ପିଏମସି ବ୍ୟାଙ୍କର ସର୍ବମୋଟ ୧୩୭ଟି ଶାଖା ରହିଛି । ଏହି ବ୍ୟାଙ୍କ ଦେଶର ଟପ ୧୦ କୋ-ଅପରେଟିବ ବ୍ୟାଙ୍କ ମଧ୍ୟରୁ ଏକ । ପିଏମସି ବ୍ୟାଙ୍କର ମ୍ୟାନେଜମେଣ୍ଟ ନିଜ ନନ ପରଫାର୍ମିଂ ଏସେଟ ଓ ଋଣ ବିତରଣ ଭୁଲ ତଥ୍ୟ ଆରବିଆଇକୁ ଦେଇଥିବାର ଅଭିଯୋଗ ଆସିଛି । ଯାହା ପରେ ଆରବିଆଇ ଏହି ବ୍ୟାଙ୍କ ଉପରେ କଟକଣା ଜାରି କରିଛି ।