ଗୁଜୁରାଟରେ ଏମିତି ଚାଲିଛି କୋରୋନା ସଚେତନତା...
Advertisement

ଗୁଜୁରାଟରେ ଏମିତି ଚାଲିଛି କୋରୋନା ସଚେତନତା...

ଦେଶରେ ଆକ୍ରାନ୍ତ ଏବଂ ମୃତକତଙ୍କ ସଂଖ୍ୟା କେତେ ଛୁଇଁଲାଣି, ପୋଲିସ କର୍ମଚାରୀଙ୍କ ପ୍ଲାଏକାର୍ଡରେ ସେନେଇ କହିଛି ତାଜା ଅପଡେଟ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ନିଆରା ଢଙ୍ଗରେ କୋରୋନା ସଚେତନତା । ଲୋକେ ଯେପରି କୋରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ନିୟମ ମାନିବେ, ସେନେଇ ସଚେତନ କରୁଛି ସୁରଟ ପୋଲିସ । ହାତରେ ପ୍ଲାଏକାର୍ଡ ଧରି ଦେଶରେ ବର୍ତ୍ତମାନ କୋରୋନାର ସ୍ଥିତିକୁ କହିବାକୁ ଚେଷ୍ଠା କରୁଛନ୍ତି ପୋଲିସ କର୍ମଚାରୀ । 

ବର୍ତ୍ତମାନ ଦେଶରେ ଆକ୍ରାନ୍ତ ଏବଂ ମୃତକତଙ୍କ ସଂଖ୍ୟା କେତେ ଛୁଇଁଲାଣି, ପୋଲିସ କର୍ମଚାରୀଙ୍କ ପ୍ଲାଏକାର୍ଡରେ ସେନେଇ କହିଛି ତାଜା ଅପଡେଟ । ଅର୍ଥାତ ଏହାକୁ ଦେଖି ଲୋକ ସ୍ଥିତିକୁ ଗମ୍ଭୀର ଭାବେ ନେବେ ଏବଂ ଘରେ ରହିବେ । ଯେଉଁଥିପାଇଁ ସୁରଟ ପୋଲିସ ଏପରି ସଚେତନତା କରୁଛି ।