close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀର ତିସ ହଜାରୀ କୋର୍ଟରେ ତାଣ୍ଡବ, ପୋଲିସ-ଓକିଲ ମୁହାଁମୁହିଁ

ଦିଲ୍ଲୀର ତିସ ହଜାରୀ କୋର୍ଟରେ ଓକିଲ ଓ ପୋଲିସ ମୁହାଁମୁହିଁ । ଦୁଇ ପକ୍ଷ ମଧ୍ୟରେ ଜୋରଦାର ହିଂସକ ଲଢେଇ ହୋଇଛି । ପୋଲିସ ଫାଇରିଂ କରିବାରୁ ଓକିଲମାନେ ଉତ୍ୟକ୍ତ ହୋଇ ଉଠିଥିଲେ । ଯାହାପରେ ଓକିଲମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ଓକିଲମାନେ କିଛି ପୋଲିସ ଅଧିକାରୀଙ୍କ ସହ ମାରପିଟ ମଧ୍ୟ କରିଛନ୍ତି । ଓକିଲମାନେ କୋର୍ଟର ଦ୍ୱାରକୁ ବନ୍ଦ କରି ଦେଇଛନ୍ତି । ଫଳରେ ପୋଲିସ ଅଧିକାରୀ ଭିତରକୁ ଯାଇ ପାରୁ ନାହାନ୍ତି ।

ଦିଲ୍ଲୀର ତିସ ହଜାରୀ କୋର୍ଟରେ ତାଣ୍ଡବ, ପୋଲିସ-ଓକିଲ ମୁହାଁମୁହିଁ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦିଲ୍ଲୀର ତିସ ହଜାରୀ କୋର୍ଟରେ ଓକିଲ ଓ ପୋଲିସ ମୁହାଁମୁହିଁ । ଦୁଇ ପକ୍ଷ ମଧ୍ୟରେ ଜୋରଦାର ହିଂସକ ଲଢେଇ ହୋଇଛି । ପୋଲିସ ଫାଇରିଂ କରିବାରୁ ଓକିଲମାନେ ଉତ୍ୟକ୍ତ ହୋଇ ଉଠିଥିଲେ । ଯାହାପରେ ଓକିଲମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ଓକିଲମାନେ କିଛି ପୋଲିସ ଅଧିକାରୀଙ୍କ ସହ ମାରପିଟ ମଧ୍ୟ କରିଛନ୍ତି । ଓକିଲମାନେ କୋର୍ଟର ଦ୍ୱାରକୁ ବନ୍ଦ କରି ଦେଇଛନ୍ତି । ଫଳରେ ପୋଲିସ ଅଧିକାରୀ ଭିତରକୁ ଯାଇ ପାରୁ ନାହାନ୍ତି ।

ସେହି କୋର୍ଟ ପରିସରରେ ଥିବା ଗାଡ଼ିକୁ ମଧ୍ୟ ନିଆଁ ଲଗାଇ ଦିଆଯାଇଛି । ଏହି ହିଂସକ ଲଢେଇରେ ବହୁ ଓକିଲ ଆହତ ହୋଇଛନ୍ତି । ସେମାନଙ୍କୁ ସେଣ୍ଟ ଷ୍ଟିଫନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳୁଥିବା ସୂଚନା ଅନୁସାରେ, ପାର୍କିଂକୁ ନେଇ ପୋଲିସ ଓ ଓକିଲଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତିସ ହଜାର କୋର୍ଟର ଲୋକଅପ ବାହାରେ ଓକିଲ ଓ ପୋଲିସଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ଅଭିଯୋଗ ଆସୁଛି ଯେ ତୃତୀୟ ବାଟାଲିୟନର ପୋଲିସମାନେ ଓକିଲଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ କୋର୍ଟରେ ଜୋରଦାର ହଙ୍ଗାମା ହୋଇଛି ।