close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭଣ୍ଡ ସାରଥୀ ମାୟାରେ ବାୟା ଅନ୍ଧଭକ୍ତ, ଚଳାଇଛନ୍ତି କେଳେଙ୍କାରୀ ବାବା ନାମରେ ସତସଙ୍ଗ

ସାରଥି ମୋହ ଏବେ ବି ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଅନ୍ଧଭକ୍ତ କେଳେଙ୍କାରୀ ବାବା ନାମରେ ସତସଙ୍ଗ କରୁଛନ୍ତି। ଏବେ ସର୍ତ୍ତମୂଳକ ଜାମିନ ରେ ଅଛନ୍ତି ବିବାଦୀୟ ବାବା ସାରଥୀ। ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ, ବାହାର ଲୋକଙ୍କୁ ନେଇ ସତସଙ୍ଗ ନକରିବାକୁ ଏହି ପରିବାର ସଦସ୍ୟ ମାନଙ୍କୁ ସୂଚନା ଦିଆଯାଇଛି।

ଭଣ୍ଡ ସାରଥୀ ମାୟାରେ ବାୟା ଅନ୍ଧଭକ୍ତ, ଚଳାଇଛନ୍ତି କେଳେଙ୍କାରୀ ବାବା ନାମରେ ସତସଙ୍ଗ

ଭଦ୍ରକ: ସାରଥି ମୋହ ଏବେ ବି ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ  ମଧ୍ୟ ଅନ୍ଧଭକ୍ତ କେଳେଙ୍କାରୀ ବାବା ନାମରେ ସତସଙ୍ଗ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ମଠ ସାହି ଗ୍ରାମ ରେ ଥିବା ଏକ ପରିବାରରୁ। ଏନେଇ ସୂଚନା ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥତି ପରଖିଥିଲା। ଏବେ ସର୍ତ୍ତମୂଳକ ଜାମିନ ରେ ଅଛନ୍ତି ବିବାଦୀୟ ବାବା ସାରଥୀ। ହେଲେ  ତାଙ୍କର  ଅନ୍ଧ ଭକ୍ତ ମାନେ ଏବେବି  ସେହି ଚିରାଚରିତ ଢଙ୍ଗରେ ସତସଙ୍ଗ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। କାଳେ ଏହା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ, ତେଣୁ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ, ବାହାର ଲୋକଙ୍କୁ ନେଇ ସତସଙ୍ଗ ନକରିବାକୁ ଏହି ପରିବାର ସଦସ୍ୟ ମାନଙ୍କୁ ସୂଚନା ଦିଆଯାଇଛି।

କେନ୍ଦ୍ରାପଡ଼ାରେ ୧୯୯୩ ମସିହାରୁ ଭଣ୍ଡ ବାବା ସାରଥୀ ମନ୍ଦିର ଓ ଆଶ୍ରମ ଲୋଚଲୋଚନକୁ ଆସିଥିଲା। ୨୦୧୩ ପରେ ଏକ ଟିଭି ଚ୍ୟାନେଲରେ  ଆଧ୍ୟାତ୍ମିକ ପ୍ରବଚନ ଦେଇ ବେଶ୍ ପ୍ରଶଂସା ସାଉଁଟିଥିଲେ ସାରଥୀ। ତାଙ୍କର ପରିଚିତ ବାଣୀ, ଶରୀର ଦେଖ-ସଂସାର ଦେଖ-ଇଶ୍ୱର ଦେଖ ଏବଂ ଜୀବନ ପଥ ଏଦେହ ରଥ ...ରଥେ ବସିଛ ରେବତୀକାନ୍ତ ଅନ୍ଧ ଭକ୍ତ ମାନଙ୍କୁ ପାଗଳ କରୁଥିଲା। ସକାଳ ସନ୍ଧାରେ ବାରିମୂଳ ସ୍ଥିତ ସାରଥୀ ଆଶ୍ରମରେ ଭିଡ଼ ଲଗାଉଥିଲେ ଭକ୍ତ। କେତେ ବେଳେ ସିମେଣ୍ଟ ଗାଇରୁ କ୍ଷୀର ବାହାର କରୁଥିଲେ ତ ଆଉ କେବେ ପାଦରୁ ବିଭୂତି ବାହାର କରି ଭକ୍ତଙ୍କୁ ଚକିତ କରୁଥିଲେ। ଏହି ସବୁ ଅଲୌକିକ ଘଟଣା କରିବା ସହ ସେ ନିଜକୁ କୃଷ୍ଣଙ୍କ ଅବତାର ବୋଲି ଦାବି କରୁଥିଲେ ।
 ୨୦୧୫ ମସିହା ଜୁଲାଇ ୪ ତାରିଖରେ ସାରଥୀ ଭକ୍ତଙ୍କ ପାଦତଳୁ ଯେମିତି ମାଟି ଖସିପଡ଼ିଲା। ଯେତେବେଳେ ଗଣମାଧ୍ୟମରେ ପ୍ରସାରିତ ହେଲା ଭଣ୍ଡ ସାରଥୀଙ୍କ ହୋଟେଲରେ ଅୟାସି କରିବାର ଚିତ୍ର। ଏହାକୁ ଅନେକ ବିଶ୍ୱାସ ମଧ୍ୟ କରୁନଥିଲେ। ୨୦୧୫ ମସିହା ଜୁଲାଇ ୪ ତାରିଖରେ ହାଇଦ୍ରାବାଦ ସ୍ଥିତ ହୋଟେଲ ଗୋଲକୋଣ୍ଡାରେ ସାରଥୀ ଜିନ୍ସ ପ୍ୟାଣ୍ଟ,  ସାର୍ଟ ଏବଂ କଳା ଚଷମା ପିନ୍ଧିଥିବାର ଫଟୋ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତାଙ୍କ ସହିତ ଜଣେ ୨୧ ବର୍ଷୀୟା ଯୁବତୀ ମଧ୍ୟ ଥିଲେ। ଯାହାକୁ ନେଇ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । 
ବିଭିନ୍ନ ଗଣମାଧ୍ୟମରେ ଖବର ସାରଥୀଙ୍କ କେଳେଙ୍କାରୀ ଖବର ପ୍ରସାରିତ ହେବା ପରେ ସାରଥୀ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଖଣ୍ଡନ କରିଥିଲେ। ତାଙ୍କୁ ଫସାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ବୟାନ ଦେଇଥିଲେ। ହେଲେ ସାରଥୀଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରିନଥିଲେ ଜନତା। ସାରଥୀଙ୍କ କେଳେଙ୍କାରୀ ପଦାରେ ପଡ଼ିବାପରେ ସାରା ଓଡ଼ିଶା ବ୍ୟାପୀ ଭଣ୍ଡସାରଥୀ ବିରୋଧରେ ଆନ୍ଦୋଳନ ହୋଇଥିଲା। ବାରିମୂଳରେ  ଉତ୍ତେଜନା ଦେଖାଦେଇଥିଲା। ସାରଥୀ ଭକ୍ତ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବାରିମୂଳ ଆଶ୍ରମ ଉପରକୁ ଟେକା ପଥର ମାଡ଼ କରିଥିଲେ। କିନ୍ତୁ ସେତେବେ ଆଶ୍ରମକୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଥିଲ କେନ୍ଦ୍ରାପଡ଼ାର ତତ୍କାଳୀନ ଏସପି ସତୀଶ ଗଜଭିୟେ। ଆଶ୍ରମକୁ ସୁରକ୍ଷା ଦେବାପାଇଁ ଏସପି ଅଧିକ ପୋଲିସ ଫୋର୍ସ ମୁତୟନ କରିବା ସହ  ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ଚାର୍ଜ ଏବଂ ଲୁହା ବୁହା ଗ୍ୟାସ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସପିଙ୍କ ଏହି କାର୍ଯ୍ୟକଳାପ ତାଙ୍କୁ ସନ୍ଦେହ ଘେର ଭିତରକୁ ଟାଣି ଆଣିଥିଲା। ୨୦୧୫ଅଗଷ୍ଟ ୧୩ ତାରିଖରେ ଏସପି ସତୀଶ ଗଜଭିୟେଙ୍କୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ  ସାରଥୀଙ୍କୁ ତାଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା। ଦୀର୍ଘ ୪ ବର୍ଷ ହେଲା ବିଚାରବିଭାଗୀୟ ହାଜତରେ ଥିଲେ ସାରଥୀ। ଉଚ୍ଚ ନ୍ୟାୟଳୟରୁ ଜାମିନ ପାଇଲା ପରେ ୨୫ ଜୁଲାଇରେ  ଚୌଦ୍ୱାର ଜେଲରୁ ମୁକୁଳିଥିଲେ ସାରଥୀ।