)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଧିରେ ଧିରେ ଉଗ୍ର ହେଉଛି । ଫଳରେ କୋରୋନା ବିପକ୍ଷରେ ଲଢିବା ପାଇଁ ଦେଶବାସୀ ଲଢେଇ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଭିଲଓ୍ୱାଡ଼ା ମଡ଼େଲ କୋରୋନା ଲଢେଇ ପାଇଁ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ କୋରୋନା ବିପକ୍ଷରେ ଲଢେଇ ପାଇଁ ଭିଲଓ୍ୱାଡ଼ାର ସଫଳତାକୁ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବେଶ ପ୍ରଶଂସା କରିଥିଲେ । ଯାହାକୁ ସହଜରେ ହଜମ କରିପାରିନଥିଲେ ଭିଲଓ୍ୱାଡ଼ା ଅନ୍ତର୍ଗତ ଦେବରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ । କଡ଼ା ଭାଷାରେ ସୋନିଆଙ୍କୁ ସମାଲୋଚନା କରିଥିଲେ ସେ ।
भीलवाड़ा वासियों की मेहनत का श्रेय सोनिया गांधी जी द्वारा राहुल गांधी जी को दिया जाना दुःखद हैं। pic.twitter.com/B9tSu52h2e
— Sarpanch Kismat Gurjar (@SarpanchOnline) April 11, 2020
ତେବେ ସୋନିଆଙ୍କୁ ସମାଲୋଚନା କରିଥିବା ମହିଳା ଜଣକ ହେଉଛନ୍ତି ଉକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ କିସ୍ମତ ଗୁର୍ଜର । ସୋନିଆ ଗାନ୍ଧୀ ଏହାକୁ ନେଇ ରାଜନୀତି କରୁଛନ୍ତି । ଜିଲ୍ଲାର ମହିଳା, କୃଷକ, ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ କୋରୋନାକୁ ହରାଇବା ପାଇଁ ବେଶ କଠିନ ପରିଶ୍ରମ କରିଛନ୍ତି । ସେମାନଙ୍କର ଏଙି ନିରବଚ୍ଛିନ୍ନ ସେବା ପାଇଁ ଆଜି ଭିଲଓ୍ୱାଡ଼ାରେ କୋରୋନା ଉପରେ ନିୟନ୍ତ୍ରଣ ଆସିପାରିଛି ।
ଶନିବାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ଜାରି କରି କିସ୍ମତ କହିଥିଲେ କି, ଭିଲଓ୍ୱାଡ଼ା ବାସୀଙ୍କ ପରିଶ୍ରମ ସୋନିଆ ଗାନ୍ଧୀ ରାହୁଲଙ୍କୁ ଦେଇଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଆହୁରି ମଧ୍ୟ କହିଥିଲେ କି, କୋରୋନା ଭାଇରସ ବିପକ୍ଷରେ ଅଭିଯାନରେ ସଫଳତାର ଶ୍ରେୟ ଗ୍ରାମବାସୀ ତଥା ଜିଲ୍ଲାବାସୀଙ୍କୁ ମିଳିବାର ଆବଶ୍ୟକତା ରହିଛି । କିନ୍ତୁ ଏହାର ଶ୍ରେୟ ରାହୁଲ ଗାନ୍ଧୀ ଓ ରାଜ୍ୟ ସରକାରଙ୍କୁ ମିଳିଛି ବୋଲି ସେ ଅଭିଯୋଗ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ କି, ଆଜି ମୁଁ ସୋନିଆ ଗାନ୍ଧୀ ରାହୁଲଙ୍କୁ ପ୍ରଶଂସା କରୁଥିବା ଖବର ପଢୁଥିଲି । ମାତ୍ର ଏହି ଖବର ମୋତେ ଅତ୍ୟନ୍ତ ଆଘାତ ପହଞ୍ଚାଇଛି । ଆଜି ଭିଲଓ୍ୱାଡ଼ାକୁ କୋରୋନା ଲଢେଇରେ ରୋଲ ମଡେଲ କୁହାଯାଉଛି । ଏହା ପଛରେ ଜିଲ୍ଲାର ମହିଳା । କୃଷକ, ଗ୍ରାମବାସୀ ଓ ଭିଲଓ୍ୱାଡ଼ାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କଠିନ ପରିଶ୍ରମ ଫଳ ରହିଛି । ବିଗତ କିଛି ଦିନ ହେବ ରାଜ୍ୟ ସରକାର ଏହାର ଶ୍ରେୟ ନେବାକୁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଆଜି ତାହା ରାହୁଲ ଗାନ୍ଧୀ ନେଲେ ବୋଲି ସେ ଅଭିଯୋଗ କରିଥିଲେ ।
श्री @narendramodi जी के साथ चिकित्सक और पुलिस के जवान कोरोना संक्रमण से देश बचाने में लगे हैं तो मैं क्यू पीछे रहुँ ?
श्री राम के सेतु निर्माण में गिलहरी की मदद जैसी एक मदद की कोशिश की हैं।
मेरी ग्राम पंचायत देवरिया , भीलवाड़ा में #COVID19 से बचने हेतु सेनेटाइनेशन करते हुए। pic.twitter.com/JgNJPLxRhb
— Sarpanch Kismat Gurjar (@SarpanchOnline) March 25, 2020
ସେ ଆହୁରି ମଧ୍ୟ କହିଥିଲେ କି, ଆମେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛୁ । ଏଠାକାର ଲୋକମାନେ ଲକଡାଉନକୁ ସଠିକ ଢଙ୍ଗରେ ପାଳନ କରିଛନ୍ତି । ଏହା ସହିତ ସାମାଜିକ ଦୂରତ୍ୱକୁ ମଧ୍ୟ ଠିକ ଭାବରେ ପାଳନ କରିଛନ୍ତି । ନିଜ ପରିବେଶକୁ ମଧ୍ୟ ବେଶ ପରିସ୍କାର ପରିଚ୍ଛନ ରଖିଛନ୍ତି । ଡାକ୍ତର, ନର୍ସ, ମେଡ଼ିକାଲ ଟିମଙ୍କୁ ମଧ୍ୟ ଗ୍ରାମବାସୀ ବେଶ ସହଯୋଗ କରିଛନ୍ତି ବୋଲି ସେ କହିଥିଲେ ।
ସୂଚନା ଯୋଗ୍ୟ ଭିଲଓ୍ୱାରା ହେଉଛି ରାଜସ୍ଥାନର ଏକ ଛୋଟ ସହର। ୩.୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୮ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଅନୁପାତରେ ଦେଖିବାକୁ ଗଲେ ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। ସମଗ୍ର ରାଜ୍ୟରେ ୬୭୮ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୬୧୫ ଜଣ ଚିକିତ୍ସିତ ଅବସ୍ଥାରେ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅବଶିଷ୍ଟ ୩ ଜଣଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଥି ।