ଦାଦନ ନେଲା ଜୀବନ
Advertisement

ଦାଦନ ନେଲା ଜୀବନ

କେନ୍ଦ୍ର ଓ ରାଜ୍ୟ ସରକାର ଦାଦନ ସମସ୍ୟା ଉପରେ ରୋକ ଲଗାଇବା ପାଇିଁ ଅନେକ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡିକର ସଠିକ ରୂପାୟନ ହୋଇନପାରିବା ଯୋଗୁ ସବୁ ଫେଲ ମାରୁଛି । ଯେଉଁଥିପାଇିଁ ଦାଦନ ସମସ୍ୟା ଦୂର ହୋଇପାରୁନାହିଁ । 

ଦାଦନ ନେଲା ଜୀବନ

ହିମାଂଶୁ ଶେଖର ସାମଲ,ଢେଙ୍କାନାଳ: କେନ୍ଦ୍ର ଓ ରାଜ୍ୟ ସରକାର ଦାଦନ ସମସ୍ୟା ଉପରେ ରୋକ ଲଗାଇବା ପାଇିଁ ଅନେକ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡିକର ସଠିକ ରୂପାୟନ ହୋଇନପାରିବା ଯୋଗୁ ସବୁ ଫେଲ ମାରୁଛି । ଯେଉଁଥିପାଇିଁ ଦାଦନ ସମସ୍ୟା ଦୂର ହୋଇପାରୁନାହିଁ । ନିଜର ପରିବାର ପେଟ ପୋଷିବା ପାଇିଁ ଗାଁ ଛାଡି ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ  ଆଉ ସେଠାରୁ ଭଲ ଅବସ୍ଥାରେ ଫେରିବେ ବୋଲି ସେମିଛି କିଛି ମାନେ ନାହିଁ । ଏହି ଦାଦନ ସମସ୍ୟା ଲାଗି ଅନେକ ପରିବାର ଉଜୁଡିଯାଉଛି । ନୂଆ ବିବାହିତା ବୋହୂ  ବିଧବା ହେଉଛି, ପିଲା ଛୁଆ ବାପ ଛେଉଣ୍ଡ ହେଉଛନ୍ତି, ବାପା ମା ପୁଅକୁ ଝୁରିଝୁରି ଜୀବନ  ମଧ୍ୟ ହାରିଦେଉଛନ୍ତି । ଏପରି ଦୁଃଖଦାୟକ ଘଟଣା  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ୪ନଂ କଲୋନିର ସ୍ୱର୍ଗତ ସୁଶାନ୍ତ ନାୟକଙ୍କ ପରିବାରରରେ ଦେଖା ଦେଇଛି  । 

ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଘରେ ଚଳାଇବାକୁ କେହି  ରୋଜଗାରିଆ ବ୍ୟକ୍ତି ନାହାନ୍ତି । ଗତବର୍ଷ  ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ ସୁଶାନ୍ତ  । ସେଠାରେ କିଛି ଦିନ କାମ କରିବା ପରେ ଦେହ ଅସୁସ୍ଥ ହୋଇଥିଲା ।  ଗତ  ବର୍ଷ ଜୁନ  ୪ରେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା ।  ଅର୍ଥାଭାବରୁ ପରିବାର ଲୋକେ ସୁଶାନ୍ତଙ୍କ ମଲା ମୁହଁ ବି ଦେଖିପାରିଲେ ନାହିଁ ।  ସେବେଠାରୁ ବୁଢା ବାପା ମାଆପତ୍ନୀ  ଶାନ୍ତିଲତା ଓ ଦୁଇ ସନ୍ତାନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପାଙ୍କୁ ପକ୍ଷାଘାତ ରୋଗ ହେଲା । ଏହାପରେ  ପରିବାରର ଆର୍ଥିକ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ବେଳାଏ ଖାଇଲେ ବୋଳାଏ ଉପବାସ ରହୁଛନ୍ତି  ପରିବାରର ଲୋକେ ।

କେମିତି ଚଳିବେ, ପିଲାଙ୍କର ଭବିଷ୍ୟତ କ'ଣ ହେବ ସେହି ଚିନ୍ତା ଶାଶୁ ବୋହୂଙ୍କୁ ଘାରିଛି । ଶାନ୍ତିଲତାଙ୍କ  ବିଧବା ଭତ୍ତା ଓ ରାସନ ଜିନିଷରେ ମାସଟେ ଚଳିବା କଷ୍ଟକର ହେଉଥିବାରୁ । ଶାଶୁ ବୋହୂ ମୁଲ ଦୁଃଖ ଲାଗିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଅଭାବୀ ପରିବାରକୁ  ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ  ଦାବି କରିଛନ୍ତି । ସରକାରଙ୍କ ତରଫରୁ ଘର ଖଣ୍ଡିଏ ଯୋଗାଇ ଦେବା ସହ ସହାୟତା ମିଳିଲେ ଶାନ୍ତିଲତାଙ୍କ ପରିବାର ମୁହଁରେ ହସ ଫୁଟି ପାରନ୍ତା ।