close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପଲିଥିନ୍ ତଳେ କଟୁଛି ଦିନ; ଆବାସ ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ୍

କୁଲି ମଜୁରୀ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ଏହି ଦମ୍ପତି ଯାହା ରୋଜଗାର କରନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପବାସ ରୁହନ୍ତି । ଏମିତି ପରିସ୍ଥିତିରେ ତାଙ୍କ ପକ୍ଷେ ଘର ତିଆରି କରିବା କଷ୍ଟକର । ତେବେ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଏନଏସି ଅଧ୍ୟକ୍ଷାଙ୍କ ସସହିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗ୍ରାମସଭା ପଲ୍ଲୀସଭାରେ ନିଜ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ତାଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଛନ୍ତି ।

ପଲିଥିନ୍ ତଳେ କଟୁଛି ଦିନ; ଆବାସ ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ୍

 ସୁଚିତ୍ରା ସେଣ୍ଡ୍,କଳାହାଣ୍ଡି​: କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା ଭଳି ଯୋଜନା କରିଛନ୍ତି। ହେଲେ ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ସୁଫଳ ମିଳୁନଥିବାରୁ ଦୀର୍ଘ ବର୍ଷ ହେବ ଚାଳ ଓ ପଲିଥିନ ତଳେ କଟୁଛି ଦିନ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସି ୱାର୍ଡ ନଂ ୧୧ରେ ଏଭଳି ଏକ ଅଭାବନୀୟ ବିଦାରକ ଘଟଣା ଦେଖିବାକୁ  ମିଳିଛି ।   

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୧୧ ହରିଜନ ସାହିରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ସୁଦର୍ଶନ ଜଗତ ଓ ତାଙ୍କ ପତ୍ନୀ ସଙ୍ଗୀତା ଜଗତ ।  ସରକାରଙ୍କ ତରଫରୁ ତାଙ୍କୁ ୪ ଡିସିମିଲ ଘରଡିହ ଯୋଗାଇ ଦିଆଯାଇଛି । କୁଲି ମଜୁରୀ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ଏହି ଦମ୍ପତି ଯାହା ରୋଜଗାର କରନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପବାସ ରୁହନ୍ତି । ଏମିତି ପରିସ୍ଥିତିରେ ତାଙ୍କ ପକ୍ଷେ ଘର ତିଆରି କରିବା କଷ୍ଟକର । ତେବେ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଏନଏସି ଅଧ୍ୟକ୍ଷାଙ୍କ ସସହିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗ୍ରାମସଭା ପଲ୍ଲୀସଭାରେ ନିଜ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ତାଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଚାଳ ପଲିଥିନ ଘରେ ଖରା, ବର୍ଷା ଓ  ଶୀତ ଦିନରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ତିନି ପୁଅ ଝିଅ ମିଶାଇ ଗୋଟିଏ ପଲିଥିନ୍ ପଡିଥିବା  ଘରେ କଷ୍ଟେ ମଷ୍ଟେ ଚଳୁଛନ୍ତି  ୫ ପ୍ରାଣୀ କୁଟୁମ୍ୱ । ଏମିତିରେ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଅନେକ ଥର ସରପଞ୍ଚ ଓ ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ମଧ୍ୟ  କିଛି ସୁଫଳ ମିଳିପାରିନାହିଁ ।   

 

ଗ୍ରାମବାସୀ ସୁଦର୍ଶନଙ୍କ ଅବସ୍ଥାକୁ ଦେଖି ବାରମ୍ବାର ତାଙ୍କୁ ଘର ଯୋଗାଇ ଦେବା ପାଇଁ ବାରମ୍ୱାର ଦାବି କରିଥିଲେ  ମଧ୍ୟ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନାହାଁନ୍ତି । ପୂର୍ବରୁ  ଦମ୍ପତିଙ୍କ ଘର  ଧର୍ମଗଡ଼ ଗ୍ରାମପଞ୍ଚାୟତ ଥିଲେ । ଏବେ ସେହି ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ପରିଷଦ  ଅଧିନରେ ରହିଛି । ସେବେଠାରୁ ଆବାସ ଯୋଜନାରେ ସାମିଲ ହେବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି  ଯିଏ ହାତଗୁଞ୍ଜା ଦେବାରେ ସକ୍ଷମ ଅଛି ତାକୁ ଘର ଯୋଗାଇ ଦିଆଯାଉଛି  ଯିଏ ଦେଇ ପାରୁନି ତାଙ୍କୁ ଘର ଦିଆଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଧର୍ମଗଡ ଏନଏସି ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରାଯାଇଥିଲା । ଯଦି ସେ ଘର ପାଇବା ପାଇଁ ଯୋଗ୍ୟ ଅଛନ୍ତି ତେବେ ତୁରନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି  ଧର୍ମଗଡ଼ ଏନଏସି ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି ।  

କେବଳ ସୁଦର୍ଶନ ନୁହଁନ୍ତି ଅନେକ ଗରିବ  ହିତାଧିକାରୀ ଅଛନ୍ତି । ଯାହାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ  ନଥିବାରୁ  ସେମାନେ ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ତେବେ ପ୍ରକୃତ ହିତାଧିକାରୀଙ୍କ ପାଖରେ କେବେ ସରକାରୀ ଯୋଜନା ପହଞ୍ଚିବା ସହ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ତାହା ଉପରେ ସମସ୍ତଙ୍କ ନଜର।

Tags: