ଚୀନ ଉପରେ ଆରମ୍ଭ ହେଲା ଅର୍ଥନୈତିକ ପ୍ରହାର, ଭାରତ ଆସିବେ ଏହି ଦୁଇ କମ୍ପାନୀ !
Advertisement

ଚୀନ ଉପରେ ଆରମ୍ଭ ହେଲା ଅର୍ଥନୈତିକ ପ୍ରହାର, ଭାରତ ଆସିବେ ଏହି ଦୁଇ କମ୍ପାନୀ !

ଭାରତ ସହିତ ଚାଲିଛି ଆଲୋଚନା...

ଚୀନ ଉପରେ ଆରମ୍ଭ ହେଲା ଅର୍ଥନୈତିକ ପ୍ରହାର, ଭାରତ ଆସିବେ ଏହି ଦୁଇ କମ୍ପାନୀ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏହି ଅର୍ଥନୈତିକ ସଂକଟ ସମୟରେ କିଛି ଅର୍ଥନୈତିକ ବିଶେଷଜ୍ଞ କିନ୍ତୁ କିଛି ଭିନ୍ନ ମତ ଦେଇଛନ୍ତି। ବିଶ୍ୱର ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଏବେ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଅର୍ଥନୈତିଜ୍ଞ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଏହି କ୍ରମରେ ଭାରତ ମୁହାଁ ହୋଇଛନ୍ତି ବିଶ୍ୱର ଦୁଇ ବୃହତ୍ତ ଶିଳ୍ପାନୁଷ୍ଠାନ। ଆଉ ଏଥିପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ଦକ୍ଷିଣ କୋରିଆର ଦୁଇ ବଡ଼ କମ୍ପାନୀ ହ୍ୟୁଣ୍ଡାଇ ଓ ପୋସ୍କୋ ଭାରତ ମୁହାଁ ହୋଇଥିବା ଜଣାପଡ଼ିଛି। ଚୀନରେ ଏଭଳି ସଂକଟ ପରେ ଏହି ଦୁଇ କମ୍ପାନୀ ଭାରତ ମୁହାଁ ହୋଇଥିବା ଜଣାପଡ଼ିଛି। ଏହି ଦୁଇ କମ୍ପାନୀ ଚୀନରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ଏହି ଦୁଇ କମ୍ପାନୀ ସେଠାରେ ଶିଳ୍ପ ଗଢିବାର ମୁଳ କାରଣ ଥିଲା ସେଠାରେ ସ୍ୱଳ୍ପ ମଜୁରୀରେ ଶ୍ରମିକ ମିଳି ଯାଉଥିଲେ। ଏପରିକି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଚୀନ ସରକାର ଶସ୍ତାରେ ଜମି ମଧ୍ୟ ପ୍ରଦାନ କରୁଥିଲେ। 

ତେବେ କୋରୋନା ମହାମାରୀ ପରେ ଚୀନ ଉପରେ ଦକ୍ଷିଣ କୋରିଆ ବେଶ ଆକ୍ରୋଶ ହୋଇ ପଡ଼ିଛି ଓ ସେଠାରୁ ଶିଳ୍ପାନୁଷ୍ଠାନକୁ ହଟାଇବାକୁ ଯୋଜନା କରୁଛି। ସେପଟେ ଏହି କମ୍ପାନୀକୁ ଭାରତକୁ ଆଣିବା ପାଇଁ ପ୍ରୟାସ କରୁଥିବା ନେଇ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ରହିଛି। 

ଯଦି ସବୁକିଛି ଠିକ ରୁହେ ଏବଂ ସରକାରଙ୍କ ସହିତ ଆଲୋଚନ ସଫଳ ହୁଏ, ତେବେ ଖୁବ ଶୀଘ୍ର ଏହି ଦୁଇ କମ୍ପାନୀ ଭାରତରେ ପ୍ରତିଷ୍ଠା ହେବ। ସେପଟେ ଏହି ଦୁଇ କମ୍ପାନୀ ହଟିଗଲେ, ଚୀନ ସିଧାସଳଛ ଭାବେ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବ। ଅନୁରୂପ ଭାବେ ଭାରତକୁ ମଧ୍ୟ କୋଟି କୋଟି ଟଙ୍କାର ଫାଇଦା ହେବ। ଏହା ସହିତ ଭାରତରେ ଶ୍ରମିକ, ମ୍ୟାନେଜମେଣ୍ଟ ଭଳି ହଜାର ହଜାର ସଂଖ୍ୟାରେ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ଏହି ସୁଯୋଗକୁ ଭାରତ ହାତଛଡ଼ା କରିବ ନାହିଁ। 

ଆହୁରି ମଧ୍ୟ ସୂଚନା ରହିଛି ଯେ, କମ୍ପାନୀ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସରକାର କାର୍ଯ୍ୟ କରୁଛନ୍ତି। ସେପଟେ ମୋଦି ସରକାର ଚାହୁଁଛନ୍ତି ଯେ, ଚୀନରୁ ଯେଉଁ ସବୁ କମ୍ପାନୀ ହଟିବେ, ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମ ପସନ୍ଦ ଭାରତ ହେଉ। ଏହା ବ୍ୟତୀତ ଆମେରିକା, ଜାପାନ, ଜର୍ମାନୀ ପ୍ରଭୃତି ରାଷ୍ଟ୍ର ମୁଖ୍ୟଙ୍କ ସହିତ ମୋଦିଙ୍କର ସମ୍ପର୍କ ମଧ୍ୟ ବେଶ ଉନ୍ନତ ରହିଛି। ତେବେ ଏହାର ଫାଇଦା ମୋଦି ଉଠାଇ ପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।