close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୧୪ରୁ ମୋବାଇଲ ଧରିବେ ଜମ୍ମୁ କାଶ୍ମୀରବାସୀ

ଜମ୍ମୁ କଶ୍ମୀରରେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ ହେବାକୁ ଲାଗିଛି ବୋଲି ଦାବି କରିଛନ୍ତି ରାଜ୍ୟ ପ୍ରଶାସନ। ତେଣୁ ଧାରା ୩୭୦ର ଉଚ୍ଛେଦ ପରେ ପ୍ରଥମଥର ଆସନ୍ତା ୧୪ ତାରିଖରେ ମୋବାଇଲ ପୋଷ୍ଟପେଡ ସେବାକୁ ଆରମ୍ଭ କରାଯିବ। ଯାହାର ଘୋଷଣା କରିଛନ୍ତି ରାଜ୍ୟ ସରକାର।

୧୪ରୁ ମୋବାଇଲ ଧରିବେ ଜମ୍ମୁ କାଶ୍ମୀରବାସୀ
Post paid mobile services to be restore in Jammu Kashmir

ତମାଲ ବାଗଚି, ଶ୍ରୀନଗର: ଜମ୍ମୁ କଶ୍ମୀରରେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ ହେବାକୁ ଲାଗିଛି ବୋଲି ଦାବି କରିଛନ୍ତି ରାଜ୍ୟ ପ୍ରଶାସନ। ତେଣୁ ଧାରା ୩୭୦ର ଉଚ୍ଛେଦ ପରେ ପ୍ରଥମଥର ଆସନ୍ତା ୧୪ ତାରିଖରେ ମୋବାଇଲ ପୋଷ୍ଟପେଡ ସେବାକୁ ଆରମ୍ଭ କରାଯିବ। ଯାହାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଗତ ୨ ମାସ ଧରି ରାଜ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ସ୍ଥାନୀୟ ଲୋକଙ୍କୁ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛନ୍ନ କରି ରଖିଥିଲେ ସରକାର। ଏଣିକି ପରିସ୍ଥିତିରେ ସୁଧାର ଆସିବା ପରେ ଧିରେ ଧିରେ ଜମ୍ମୁ କାଶ୍ମୀରବାସୀଙ୍କୁ ସମସ୍ତ ସୁବିଧା ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି ସରକରା ।

ଜମ୍ମୁ କାଶ୍ମୀରର ପ୍ରଧାନ ସଚିବ ରୋହିତ କନ୍ସଲ କହିଛନ୍ତି ଯେ, ଆସନ୍ତା ସୋମବାରରୁ ରାଜ୍ୟରେ ମୋବାଇଲ ପୋଷ୍ଟପେଡ ସେବା ଆରମ୍ଭ କରାଯିବ। ଏହି ସେବା ସୋମବାର ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ଅର୍ଥାତ ଅକ୍ଟୋବର ୧୪ରୁ ମୋବାଇଲ ଦୁନିଆରେ ପାଦ ଥାପିବେ ଜମ୍ମୁ କାଶ୍ମୀରବାସୀ ।  ପୋଷ୍ଟପେଡ ସେବା ଆରମ୍ଭ ହେବା ପରେ ପ୍ରିପେଡ ସେବା ଆରମ୍ଭ କରିବା ଉପରେ ବିଚାର କରାଯିବ। ଏହି ପୋଷ୍ଟପେଡ ସେବାରେ କେବଳ ଫୋନ କରିବାର ସୁବିଧା ମିଳିବ। ଅନ୍ୟପକ୍ଷେ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ଜଣାପଡିଛି। ପୁଣି ଥରେ କୌଣସି ଅପ୍ରିତୀକର ପରିସ୍ଥିତି ନ ଉପୁଜୁ ଓ ସବୁବେଳେ ଶାନ୍ତି ବଜାୟ ରହୁ ଏହି ଉଦ୍ଦେଶ୍ୟରେ କିଛିଟା ପ୍ରତିବନ୍ଧକ ଲଗାଇ ଲୋକଙ୍କୁ ସାଧାରଣ ସୁବିଧା ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ପୁରା ଘଟଣାକୁ ଅନୁମାନ କଲେ ଏହା ହିଁ ଦର୍ଶାଉଥିବା କହିଛନ୍ତି କିଛି ବୁଦ୍ଧିଜୀବୀ ।

କାଶ୍ମୀର ଘାଟିରେ ପ୍ରାୟ ୬୬ ଲକ୍ଷ ମୋବାଇଲ ଧାରକ ରହିଛନ୍ତି। ଯେଉଁଥିରେ ୪୦ ଲକ୍ଷ ଲୋକ ହେଉଛନ୍ତି ପୋଷ୍ଟପେଡ ଧାରକ। ବିଗତ ଦିନରେ ଜମ୍ମୁ କାଶ୍ମୀର ସରକାର ରାଜ୍ୟରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଥିବା କଟକଣାକୁ ଉଠାଇ ନେଇଥିଲା। ପର୍ଯ୍ୟଟନ ସହ ଜଡିତ ସଙ୍ଗଠନ ପ୍ରଶାସନଙ୍କୁ ଅନୁରୋଧ କରି କହିଥିଲେ ଯେ, ମୋବାଇଲ ସେବା କାର୍ଯ୍ୟକାରୀ  ନ ହେଲେ ପର୍ଯ୍ୟଟକ ଘାଟିରେ ଆସିବାକୁ ସହମତି ହେବେ ନାହିଁ।

ଏହାପୂର୍ବରୁ ଲ୍ୟାଣ୍ଡଲାଇନ ସେବା ଆଂଶିକ ଭାବେ ଅଗଷ୍ଟ ୧୭ରୁ କାର୍ଯ୍ୟକାରୀ କରାଯାଇଥିଲା। ସେପ୍ଟମ୍ବର ୪ ଯାଏ ପ୍ରାୟ ୫୦, ୦୦୦ ଲ୍ୟାଣ୍ଡଲାଇନ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଧାରା ୩୭୦ର ଉଚ୍ଛେଦର କିଛି ଦିନ ପରେ ଜମ୍ମୁରେ ମୋବାଇଲ ସେବା ସହ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଏହା ଦୁରୂପଯୋଗକୁ ହେବାର ଦେଖି ସରକାର ଅଗଷ୍ଟ ୧୮ରେ ପୁଣିଥରେ ସେବା ବନ୍ଦ କରି ଦେଇଥିଲେ।