• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ମାତୋଶ୍ରୀ ବାହାରେ ଲାଗିଛି ପୋଷ୍ଟର, କ'ଣ ଉଦ୍ଧବ ହେବେ ଆଗାମୀ ସିଏମ?

ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବେ, ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ । ଶନିବାର ରାଜ୍ୟପାଳ ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ସତ କିନ୍ତୁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ନାହିଁ । ତେଣୁ ବର୍ତ୍ତମାନ ଦେଖିବାକୁ ରହିଲା ଶିବସେନା କଣ କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଠନ କରିବାକୁ ପ୍ରୟାସ କରିବ ? ଏହି କ୍ରମରେ ଆଜି ଅର୍ଥାତ ରବିବାର ମାତାଶ୍ରୀ ବାହାରେ ଶିବସେନା କାର୍ଯ୍ୟକର୍ତ୍ତା ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖା ଯାଇଛି । 

ମାତୋଶ୍ରୀ ବାହାରେ ଲାଗିଛି ପୋଷ୍ଟର, କ'ଣ ଉଦ୍ଧବ ହେବେ ଆଗାମୀ ସିଏମ?

ମୁମ୍ୱାଇ: ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବେ, ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ । ଶନିବାର ରାଜ୍ୟପାଳ ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ସତ କିନ୍ତୁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ନାହିଁ । ତେଣୁ ବର୍ତ୍ତମାନ ଦେଖିବାକୁ ରହିଲା ଶିବସେନା କଣ କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଠନ କରିବାକୁ ପ୍ରୟାସ କରିବ ? ଏହି କ୍ରମରେ ଆଜି ଅର୍ଥାତ ରବିବାର ମାତାଶ୍ରୀ ବାହାରେ ଶିବସେନା କାର୍ଯ୍ୟକର୍ତ୍ତା ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖା ଯାଇଛି । 

ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରି ପାରୁ ନାହିଁ, ତେବେ ତାଙ୍କ ଦଳ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ଅଛି । ଏହି ଘଟଣା କ୍ରମ ମଧ୍ୟରେ ଶିବସେନା ଓ ଏନସିପି ମଧ୍ୟରେ କୋଳାକୋଳି ହେବାର ସମ୍ଭାବନା  ଦେଖାଦେଇଛି । ଏପରିକି ବିଚାରଗତ ଦୃଷ୍ଟିରୁ ସମ୍ପୁର୍ଣ୍ଣ ଭାବରେ ଭିନ୍ନ ଥିବା କଂଗ୍ରେସ ମଧ୍ୟ ଆଜି  ଶିବସେନାକୁ ବାସୁଛି । ଏନେଇ ଦଳର ମୁଖପତ୍ର 'ସାମନା'ରେ ମଧ୍ୟ କଂଗ୍ରେସର ଭୁରିଭୁରି ପ୍ରଶଂସା  କରାଯାଇଛି । ଏପରିକି ମହାରାଷ୍ଟ୍ର ପାଇଁ କଂଗ୍ରେସ କେବେବି ଶତ୍ରୁ ନୁହେଁ ବୋଲି କହିବାକୁ  ପଛାଇନାହିଁ ଶିବସେନା । 

ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଛି । ଦୁଇ ଦଳ ଏକାଠି ମିଶି ନିର୍ବାଚନ ଲଢିଥିଲା । କିନ୍ତୁ ଫଳାଫଳ ଆସିବା ପରେ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି । ଏହି ସମସ୍ତ ବିବାଦ ମଧ୍ୟରେ ଶୁକ୍ରବାର ଅର୍ଥାତ ନଭେମ୍ୱର ୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାବିସ । ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ ଅକ୍ଟୋବର ୨୪ରେ ଆସିଥିଲା । କିନ୍ତୁ ୧୩ ପରେ ମଧ୍ୟ ସରକାର ଗଠନ ହୋଇ ପାରିନାହିଁ । କାରଣ କୌଣସି ଦଳ ଆବଶ୍ୟକ ୧୪୫ଟି ଆସନ ଯୋଗାଡ଼ କରି ପାରି ନାହିଁ ।