ପିଆଜ ପରେ ଏବେ ଆଳୁ ଦରରେ ନିଆଁ
Advertisement

ପିଆଜ ପରେ ଏବେ ଆଳୁ ଦରରେ ନିଆଁ

ପିଆଜ ପରେ ଏବେ ଦିନକୁ ଦିନ ବଢୁଛି ଆଳୁର ଦର । ଆଜି କଟକ ଛତ୍ରବଜାରରେ  ଆଳୁର ଦର ପହଞ୍ଚିଛି କିଲୋ ପିଛା ୩୦ରୁ ୩୫ ଟଙ୍କାରେ । ପିଆଜର ଦର  କମ ହେଉ ନଥିବା ବେଳେ ଏବେ ଆଳୁର ମହଙ୍ଗା ମାଡ ଗ୍ରାହକଙ୍କ ବଢାଇଛି ଚିନ୍ତା । ଗତ ମାସରେ ୧୮ରୁ ୨୨ ଟଙ୍କାରେ ମିଲୁଥିବା ବେଳେ ଏବେ ପଶ୍ଚିମବଙ୍ଗ ଅଞ୍ଚଳରୁ ଆଳୁର ଆମଦାନୀ କମ ଯୋଗୁଁ   ଦରବୃଦ୍ଧି ହୋଇଥିବା କୁହନ୍ତି ଛାତ୍ରବଜାର ବ୍ୟବସାୟୀ ।

ପିଆଜ ପରେ ଏବେ ଆଳୁ ଦରରେ ନିଆଁ

ଜଗନ୍ନାଥ ପାତ୍ର, କଟକ: ପିଆଜ ପରେ ଏବେ ଦିନକୁ ଦିନ ବଢୁଛି ଆଳୁର ଦର । ଆଜି କଟକ ଛତ୍ରବଜାରରେ  ଆଳୁର ଦର ପହଞ୍ଚିଛି କିଲୋ ପିଛା ୩୦ରୁ ୩୫ ଟଙ୍କାରେ । ପିଆଜର ଦର  କମ ହେଉ ନଥିବା ବେଳେ ଏବେ ଆଳୁର ମହଙ୍ଗା ମାଡ ଗ୍ରାହକଙ୍କ ବଢାଇଛି ଚିନ୍ତା । ଗତ ମାସରେ ୧୮ରୁ ୨୨ ଟଙ୍କାରେ ମିଲୁଥିବା ବେଳେ ଏବେ ପଶ୍ଚିମବଙ୍ଗ ଅଞ୍ଚଳରୁ ଆଳୁର ଆମଦାନୀ କମ ଯୋଗୁଁ   ଦରବୃଦ୍ଧି ହୋଇଥିବା କୁହନ୍ତି ଛାତ୍ରବଜାର ବ୍ୟବସାୟୀ ।

ଗତମାସରେ କଟକର ଛାତ୍ରବଜାରରେ ଯେଉଁଠି ଆଳୁ କିଲୋ ପିଛା ୧୮ରୁ ୨୨ ଟଙ୍କାରେ ମିଲୁଥିବା ଆଜି ସେଠି ଆଳୁ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ହେଉଛି ବିକ୍ରି । କେଉଁଠି ୩ କିଲୋ ଅର୍ଥାତ ଧଡା ବାବଦକୁ ୯୦ରୁ ୧୦୦ ଟଙ୍କାରେ ଆଳୁ ବିକ୍ରି ମଧ୍ୟ କରାଯାଉଥିବା ଦେଖିବାକୁ ମିଲିଛି । ପିଆଜର ଦର ଆଶାନୁରୂପକ କମ ହେଉ ନଥିବା ବେଳେ ଏବେ ଆଳୁର ମହଙ୍ଗା ମାଡ ଗ୍ରାହକଙ୍କ ବଢାଇଛି ଚିନ୍ତା ।
ଓଡିଶାରେ ଆଳୁର ଉତ୍ପାଦନ ହେଉଥିଲେ ମଧ୍ୟ ତାହା ସାରା ରାଜ୍ୟକୁ ଯୋଗାଇ ହୋଇପାରିନଥାଏ । ତେଣୁ ଅଧିକା ସମୟରେ ପଞ୍ଚିମବଙ୍ଗ ରାଜ୍ୟ ଉପରେ ଓଡିଶା ନିର୍ଭର କରିଥାଏ । ଏହି ମଧ୍ୟରେ ଆଳୁ ଚାଷ ସମୟରେ ଗତବର୍ଷ ପଞ୍ଚିମ ବଙ୍ଗରେ ଲଗାଲ ବର୍ଷା ଯୋଗୁଁ ଚାଷ ଉତ୍ପାଦନରେ ବିଳମ୍ୱ ହୋଇଥିଲା । ଏବେ ଉତ୍ପାଦନ ସମୟରେ ପୁଣିଥରେ ସେହି ସ୍ଥାନରେ ବର୍ଷା ହୋଇଥିବାରୁ ଫସଲ ବାହାରି ପାରୁ ନଥିବା କହିଛନ୍ତି ଛତ୍ରବଜାର ବ୍ୟବସାୟୀ । ଧିରେ ଧିରେ ବଜାରକୁ ନୂଆ ଆଳୁ ଆସୁଥିଲେ ମଧ୍ୟ ସଂମ୍ପୃର୍ଣ୍ଣ ସ୍ଥିତି ନିୟନ୍ତ୍ରଣ କୁ ଆସିବାକୁ ଆହୁରି ୧୫ ଦିନ ଲାଗିବ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।
ଦିନକୁ ଦିନ ବଜାରରେ ପରିବା ଦର ମଧ୍ୟରେ ନିୟନ୍ତ୍ରଣ ରହୁ ନ ଥିବା ବେଳେ ଏବେ ପିଆଜ ଓ ଆଳୁର ଦର ମହଙ୍ଗା ସାଧାରଣ ଲୋକଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।