• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ଦିନକୁ ମାତ୍ର ୧ ଟଙ୍କାରୁ କମ ଖର୍ଚ୍ଚ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର ସୁରକ୍ଷା ପାଇଁ ଜୀବନ ବୀମା ପୋଲିସି କରୁଛନ୍ତି । କିନ୍ତୁ ବହୁଥର ଦେଖା ଯାଇଛି ଯେ କମ୍ପାନୀ ବୀମା ଉପରେ ବହୁତ ଟଙ୍କାର ପ୍ରିମିୟମ ନେବା ପରେ ମଧ୍ୟ ଲୋକ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ । ଏହାକୁ ଧ୍ୟାନରେ ରଖି ଦେଶର ଜନତାଙ୍କ ପାଇଁ ମୋଦି ସରକାର ନୂଆ ଜୀବନ ବିମା ପ୍ଲାନ ଆରମ୍ଭ କରିଛନ୍ତି ।

ଦିନକୁ ମାତ୍ର ୧ ଟଙ୍କାରୁ କମ ଖର୍ଚ୍ଚ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର ସୁରକ୍ଷା ପାଇଁ ଜୀବନ ବୀମା ପୋଲିସି କରୁଛନ୍ତି । କିନ୍ତୁ ବହୁଥର ଦେଖା ଯାଇଛି ଯେ କମ୍ପାନୀ ବୀମା ଉପରେ ବହୁତ ଟଙ୍କାର ପ୍ରିମିୟମ ନେବା ପରେ ମଧ୍ୟ ଲୋକ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ । ଏହାକୁ ଧ୍ୟାନରେ ରଖି ଦେଶର ଜନତାଙ୍କ ପାଇଁ ମୋଦି ସରକାର ନୂଆ ଜୀବନ ବିମା ପ୍ଲାନ ଆରମ୍ଭ କରିଛନ୍ତି ।

ଦେଶର ଗରିବ ବର୍ଗଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଲଞ୍ଚ କରିଛନ୍ତି । ଜୀବନ ଜ୍ୟୋତି ବୀମା ଯୋଜନା ଏକ ଟର୍ମ ବୀମା ପ୍ଲାନ । ଏହି ପ୍ଲାନ ଅନ୍ତର୍ଗତ ନିବେଶ ପରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ପରିବାରକୁ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ଏହାର ଫାଇଦା ଦେଶର ଯେକୌଣସି ନାଗରିକ ଉଠାଇ ପାରିବେ ।

ଆପଣଙ୍କୁ କହି ରଖୁଛୁ ଯେ ଏହି ବୀମା ପ୍ଲାନରେ କେବଳ ୧ ଟଙ୍କାରୁ କମ୍ ଖର୍ଚ୍ଚରେ ପ୍ରତିଦିନ ହିସାବରେ ବର୍ଷକୁ ୩୩୦ ଜମା କରିବାକୁ ପଡିବ । ଏହି ପ୍ଲାନ ଗ୍ରହଣ କରିବାର ବୟସ ସୀମା ହେଉଛି ୧୮ ବର୍ଷରୁ ୫୦ ବର୍ଷ । ଏହି ପୋଲିସି ମେଚ୍ୟୁରିଟିର ସମୟ ସୀମା ହେଉଛି ୫୫ ବର୍ଷ । ଏହି ଜୀବନ ବୀମାର ଖାସ କଥା ହେଉଛି ଯେ ଆପଣ ବିନା ମେଡିକାଲ ପରୀକ୍ଷଣରେ ଏହି ପ୍ଲାନ ଗ୍ରହଣ କରି ପାରିବେ ।