ଶାହୀନ ବାଗକୁ ନେଇ ତେଜୁଛି ରାଜନୀତି, କନଫ୍ୟୁଜ କରାଉଛନ୍ତି ଆପ୍ ଓ ବିଜେପି
Advertisement

ଶାହୀନ ବାଗକୁ ନେଇ ତେଜୁଛି ରାଜନୀତି, କନଫ୍ୟୁଜ କରାଉଛନ୍ତି ଆପ୍ ଓ ବିଜେପି

ଦିଲ୍ଲୀ ଝଟକା ପାଇଁ ଶାହଙ୍କ ରାଗ, ପ୍ରଶାନ୍ତଙ୍କ ପ୍ରେମ ଫର୍ମୁଲା

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ବୟାନବାଜ ମଧ୍ୟ ସେତିକି ବଢ଼ୁଛି । ଆପ୍, ବିଜେପି ଏବଂ କଂଗ୍ରେସ ଦିଲ୍ଲୀ ଦଖଲ ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଫେବ୍ରୁଆରୀ ୮ରେ ମତଦାନ ଥିବା ବେଳେ ପ୍ରଚାର ପାଇଁ ହାତରେ ଆଉ କମ୍ ସମୟ ରହିଛି । ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ରବିବାର ଛୁଟି ଦିନରେ ମଧ୍ୟ ଶାହ ଦଳ ପାଇଁ ପ୍ରଚାର କରିଥିଲେ । ତେବେ ଶାହଙ୍କ ଏକ ବୟାନକୁ କାଉଣ୍ଟର କରିଛନ୍ତି ଜେଡିୟୁ ନେତା ତଥା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । 

ମୁହାଁମୁହିଁ ଅମିତ ଶାହ ଏବଂ ପ୍ରଶାନ୍ତ କିଶୋର । ବିଜେପିର ପ୍ରଚାର ମଙ୍ଗ ଧରିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ କାଉଣ୍ଟର କଲେ ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର । ଶାହ କହିଲେ, ଭୋଟ ଦିନ ରାଗିକି ବଟନ୍ ଦବାଅ । ଆଉ ଏହାକୁ କାଉଣ୍ଟର କରିବାକୁ ଯାଇ ପ୍ରଶାନ୍ତ କିଶୋର କହିଲେ, ପ୍ରେମର ସହ ବଟନ୍ ଦବାଅ । 

କ'ଣ ଥିଲା ପୁରା ଘଟଣା ? 

ରବିବାର ବାବରପୁରର ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଥିଲେ ଅମିତ ଶାହ । ଏହି ସମୟରେ ସେ ଶାହୀନ ବାଗରେ ସିଏଏ ବିରୋଧରେ ଚାଲିଥିବା ବିକ୍ଷୋଭକୁ ଟାର୍ଗେଟ କରିଥିଲେ । କହିଥିଲେ, ଫେବ୍ରୁଆରୀ ୮ରେ ଇଭିଏମ ବଟନକୁ ଆକ୍ରୋଶର ସହ ଦବାନ୍ତୁ, ଯେପରିକି କରେଣ୍ଟ ଶାହୀନ ବାଗରେ ଲାଗିବ । 

କ'ଣ ଜବାବ ଦେଇଛନ୍ତି ପ୍ରଶାନ୍ତ କିଶୋର ?

ତେବେ ଏହାକୁ ଆଜି ଟ୍ୱିଟ କରି କାଉଣ୍ଟର କରିଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ କହିଛନ୍ତି, ରାଗିକି ନୁହେଁ, ପ୍ରେମର ସହ ଇଭିଏମ ବଟନ୍ ଦବାଅ । ବଡ଼ ଝଟକା ଧିରେ ଧିରେ ଲାଗିବା ଦରକାର । ଫଳରେ ଭାଇଚାର ଏବଂ ସୌହାର୍ଦ୍ଦ୍ୟ ବିପଦରେ ପଡ଼ିବ ନାହିଁ । 

ଆପ୍ ପାଇଁ ଏଥର ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ବିଜୟ ନେଇ ପୁରା ଆଶାବାଦୀ । ବିଜେପିକୁ ଝାଡ଼ଖଣ୍ଡରେ 'ମହା' ଝଟକା ପରି ଦିଲ୍ଲୀରେ ଝାଡ଼ୁ ପାହାର ଦେବାକୁ ରଣନୀତି କରିଛନ୍ତି ପ୍ରଶାନ୍ତ କିଶୋର । ତେବେ ଫେବ୍ରୁଆରୀ ୧୧ ହିଁ କହିବ, ଦିଲ୍ଲୀ କାହାର ? 

ଆହୁରି ପଢ଼ନ୍ତୁ; 'ମୋଦିଙ୍କ ଜୟକାର କଲେ ମିଳୁଛି ପଦ୍ମ ପୁରସ୍କାର, ବିରୋଧ କଲେ ମଗାଯାଉଛି ନାଗରିକତା ପ୍ରମାଣ'