SOLAR ECLIPSE 2019: ଗର୍ଭବତୀ ରୁହନ୍ତୁ ସତର୍କ !
Advertisement

SOLAR ECLIPSE 2019: ଗର୍ଭବତୀ ରୁହନ୍ତୁ ସତର୍କ !

ଏହି ସମୟରେ ବିଶେଷ କରି ଗର୍ଭବତୀ  ମାନେ କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ୍ 

SOLAR ECLIPSE 2019: ଗର୍ଭବତୀ ରୁହନ୍ତୁ ସତର୍କ !

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ବର୍ଷ ୨୦୧୯ର ଅନ୍ତିମ ସୂର୍ଯ୍ୟ ପରାଗ ୨୬ ତାରିଖ ଗୁରୁବାରରେ ଦୃଶ୍ୟମାନ ହେବ । ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୯ ମିନିଟ୍ ପର୍ଯ୍ୟନ୍ତ ରହିବ । ସକାଳ ୯ ଟା ୪୬ ମିନିଟ୍ ୭ ସେକେଣ୍ଡରେ ମୋକ୍ଷ ଆରମ୍ଭ ପୂର୍ବାହ୍ନ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଟା ୨୦ ମିନିଟରୁ ଅନ୍ନ ଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ ।

ଜ୍ୟୋର୍ତିବିଦଙ୍କ ଅନୁସାରେ  ପରାଗ ସମୟରେ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ । ଏହି ସମୟରେ ବିଶେଷ କରି ଗର୍ଭବତୀ  ମାନେ କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଗର୍ଭବତୀଙ୍କର ଉପରେ ପରାଗର ପ୍ରଭାବ

କୁହାଯାଏ ଯେ, ଗ୍ରହଣ ହେଉକି ପରାଗ ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ଅଧିକ ପଡ଼ିଥାଏ ।  ଏହି ସମୟରେ ବାତାବରଣରେ ନକରାତ୍ମକ ଉର୍ଜା ଭରି ରହିଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ପରାଗ ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଅତ୍ୟାବଶକ କାମ ଥିଲେ, ଚନ୍ଦନ ଓ ତୁଳସୀର ପ୍ରଲେପ ଲଗାଇବାକୁ କୁହାଯାଏ । ଫଳରେ ଗର୍ଭସ୍ଥ ସନ୍ତାନ ଉପରେ ଏହାର କୁପ୍ରଭାବ ପଡ଼ିନଥାଏ । ଖାଦ୍ୟ ପାନୀୟରେ ମଧ୍ୟ ରିଷ୍ଟ ଖଣ୍ଡନ ପାଇଁ ତୁଳସୀ ଓ କୁଶର ପ୍ରୟୋଗ କରିବାକୁ କୁହାଯାଏ । ଗ୍ରହଣ ସମୟରେ ଗର୍ଭବତୀ ମହିଳା ଯେଭଳି ଛୁରୀ,ବ୍ଲେଡ଼, କଇଁଚି, ଲୁହା ବ୍ୟବହାର ନକରନ୍ତି ଧ୍ୟାନ ଦେବାକୁ ପଡ଼ିବ । ଏପରିକି ଛୁଞ୍ଚି, ସୂତା ମଧ୍ୟ ବାରଣ ଅଟେ । ଗ୍ରହଣ ସମୟରେ କେବଳ ଇଶ୍ବରଙ୍କ ନାମ ଜପିବାକୁ କୁହାଯାଏ ।

fallbackସାବଧାନ ରୁହନ୍ତୁ 

ଗ୍ରହଣ ସମୟରେ ପରିବେଶରେ ନକରାତ୍ମକ ଉର୍ଜା ସକ୍ରିୟ ରହିଥାଏ।  ତେଣୁ ଏହି ବେଳାରେ କୌଣସି ଶୁଭ କାର୍ଯ୍ୟ କରାଯିବା ଉଚିତ୍ ନୁହେଁ ।

- ଗ୍ରହଣ ସମୟରେ ଅନ୍ନ, ଜଳ ସ୍ପର୍ଶ କରାଯାଏ ନାହିଁ ।

- ଗ୍ରହଣ ଲାଗିଥିବା ସମୟରେ ସ୍ନାନ କରନ୍ତୁ ନାହିଁ । ଶେଷ ହେବା ପରେ ସ୍ନାନ କରିପାରିବେ ।

- ଖାଲି ଆଖିରେ ଗ୍ରହଣ ଦେଖିବା ଉଚିତ୍ ନୁହେଁ ।

- ଗ୍ରହଣ ସମୟରେ ଗୁରୁ ପ୍ରଦତ୍ତ ମନ୍ତ୍ର ଜପିବା ଆବଶ୍ୟକ ।