କ'ଣ କରିବା ! ରାସ୍ତା ତ ନାହିଁ...
Advertisement

କ'ଣ କରିବା ! ରାସ୍ତା ତ ନାହିଁ...

ଭାରରେ ଗର୍ଭବତୀ...

 

ଫଟୋ ସୌଜନ୍ୟ: ଜୀ ମିଡିଆ

ଫୁଲବାଣୀ: କ'ଣ କରିବା ! କ'ଣ କରାଯାଇପାରିବ ଯେ ! ରାସ୍ତାଘାଟ ତ ନାହିଁ । ଲୋ ଆମ୍ବୁଲାନ୍ସ, ତୋ ସେବା ଚୁଲିକି ଯାଉ । କାହିଁକିନା ରାସ୍ତା ଭଲ ନଥିଲେ, ଆମ୍ବୁଲାନ୍ସ କେଉଁ କାମକୁ ଆସିବ ? ଭାରରେ ବୁହା ହେବା ହିଁ ସାର । ଯାହା ଆଜି କନ୍ଧମାଳରେ ଦେଖିବାକୁ ମିଳିଛି । ବାରମ୍ବାର ଏ ପ୍ରକାର ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ନିଘା ପଡ଼ୁନାହିଁ । 

ଅବଶ୍ୟ କନ୍ଧମାଳ ପାଇଁ ଏହା କୌଣସି ନୂଆ କଥା ନୁହେଁ । କନ୍ଧମାଳର ଗମନାଗମନ ବ୍ୟବସ୍ଥା ସବୁବେଳେ ଏପରି । ବହୁ ଗାଁକୁ ରାସ୍ତା ହୋଇନି । ଆମ୍ବୁଲାନ୍ସ ତ ଦୂରର କଥା, ଅଟୋ ବି ଯାଇପାରୁନି । ଆଉ ଯେଉଁଥି ପାଇଁ ଗର୍ଭବତୀଙ୍କୁ ଭାରରେ ନେବାକୁ ପଡ଼ିଛି । 

ବାଲିଗୁଡ଼ା ଉପଖଣ୍ଡ କୋରୁକୁଡ଼ୁପା ପଞ୍ଚାୟତର ସାଣ୍ଡେବଣ୍ଡାଙ୍ଗି ଗାଁର ଆଶିଷ ଦିଗାଲଙ୍କ ସ୍ତ୍ରୀଙ୍କୁ ପ୍ରସବ ବେଦନା ଆସିବାରୁ ଏକ ଭାର ସାହାଯ୍ୟ ଆଣିଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଅବ୍ୟବସ୍ଥା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା । ଭାର ସାହାଯ୍ୟରେ ଅଧା ବାଟ ଆସିବା ପରେ ଏକ ଅଟୋ ସାହାଯ୍ୟରେ ମେଡ଼ିକାଲକୁ ଆଣିଥିଲେ ପରିବାର ଲୋକେ । ସେ ପୁତ୍ର ସନ୍ତାନ ଜନ୍ମ କରିଥିବା ବେଳେ ଏବେ ଉଭୟ ମା' ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା  ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ; ମାଞ୍ଜା ସୂତାରେ ଛନ୍ଦି ହୋଇ ଚିଲ ଛଟପଟ