ପୁଣି ମାଲକାନଗିରିରେ ଜନନୀ ଯନ୍ତ୍ରଣା

ରାସ୍ତା ସମସ୍ୟା ଯୋଗୁଁ ୪ କିମି ବୁହାହେଲା ଗର୍ଭବତୀ

ପୁଣି ମାଲକାନଗିରିରେ ଜନନୀ ଯନ୍ତ୍ରଣା
ପୁଣି ମାଲକାନଗିରିରେ ଜନନୀ ଯନ୍ତ୍ରଣା

ମାଲକନଗିରି: ପୁଣି ମାଲକାନଗିରିରେ ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା ଯୋଗୁଁ ୪ କିମି ବୁହାହେଲା ଗର୍ଭବତୀ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାନ୍ଦିଗୁଡା ଗ୍ରାମରେ । ଗ୍ରାମର ରାମେ ମାଢିଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ଆମ୍ୱୁଲାନ୍ସକୁ ଫୋନ କରାଯାଇଥିଲା । ରାସ୍ତା ଖରାପ ଥିବାରୁ କାନ୍ଦିଗୁଡା ଯାଇ ନ ପାରି କମାରଗୁଡାରେ ହିଁ ଅଟକି ଯାଇଥିଲା । ଶେଷରେ ଗର୍ଭବତୀଙ୍କ ପରିବାର ଲୋକେ, ଆମ୍ବୁଲାନ୍ସ କର୍ମଚାରୀ ଓ ଆଶା କର୍ମୀଙ୍କ ସାହାଯ୍ୟରେ ଷ୍ଟ୍ରେଚର ଯୋଗେ ବୋହି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।