close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୭୦ ଦିନ ପରେ କାଶ୍ମୀରରେ ବାଜିଲା ଫୋନର ଘଣ୍ଟି, ଆରମ୍ଭ ହେଲା ପୋଷ୍ଟପେଡ ସେବା

ଜମ୍ମୁ କାଶ୍ମୀରରେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଛି ରାଜ୍ୟ ପ୍ରଶାସନ। ଧାରା ୩୭୦ର ଉଚ୍ଛେଦର ୭୦ ଦିନ ପରେ ସୋମବାର ମଧ୍ୟାହ୍ନରୁ ଘାଟିରେ ବାଜିଲା ଫୋନର ଘଣ୍ଟି। ପ୍ରାୟ ୪୦ ଲକ୍ଷରୁ ଅଧିକ ପୋଷ୍ଟପେଡ ମୋବାଇଲ ଫୋନ ସେବାକୁ ସକ୍ରିୟ କରିଛି ରାଜ୍ୟ ସରକାର। ପୋଷ୍ଟପେଡ ସେବାକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ୨ ଦିନ ପୂର୍ବରୁ ରାଜ୍ୟର ପ୍ରଧାନ ସଚିବ ରୋହିତ କନ୍ସଲ କହିଥିଲେ।

୭୦ ଦିନ ପରେ କାଶ୍ମୀରରେ ବାଜିଲା ଫୋନର ଘଣ୍ଟି, ଆରମ୍ଭ ହେଲା ପୋଷ୍ଟପେଡ ସେବା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଛି ରାଜ୍ୟ ପ୍ରଶାସନ। ଧାରା ୩୭୦ର ଉଚ୍ଛେଦର ୭୦ ଦିନ ପରେ ସୋମବାର ମଧ୍ୟାହ୍ନରୁ ଘାଟିରେ ବାଜିଲା ଫୋନର ଘଣ୍ଟି। ପ୍ରାୟ ୪୦ ଲକ୍ଷରୁ ଅଧିକ ପୋଷ୍ଟପେଡ ମୋବାଇଲ ଫୋନ ସେବାକୁ ସକ୍ରିୟ କରିଛି ରାଜ୍ୟ ସରକାର। ପୋଷ୍ଟପେଡ ସେବାକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ୨ ଦିନ ପୂର୍ବରୁ ରାଜ୍ୟର ପ୍ରଧାନ ସଚିବ ରୋହିତ କନ୍ସଲ କହିଥିଲେ।

ପୋଷ୍ଟପେଡ ସେବାରେ ବର୍ତ୍ତମାନ କେବଳ କୋଲିଂ ସୁବିଧା ପ୍ରଦାନ କରାଯିବ। ଇଣ୍ଟରନେଟ ସେବା ପାଇଁ ଘାଟିର ଲୋକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ। ଏହାସହ କିଛିଦିନ ପରେ ସରକାର ପ୍ରିପେଡ ସେବା ଉପରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ବିଗତ ୨ ମାସ ଧରି ରାଜ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ସ୍ଥାନୀୟ ଲୋକଙ୍କୁ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛନ୍ନ କରି ରଖିଥିଲେ ସରକାର।

କାଶ୍ମୀର ଘାଟିରେ ପ୍ରାୟ ୬୬ ଲକ୍ଷ ମୋବାଇଲ ଧାରକ ଅଛନ୍ତି। ଯେଉଁଥିରେ ୪୦ ଲକ୍ଷ ଲୋକ ହେଉଛନ୍ତି ପୋଷ୍ଟପେଡ ଧାରକ। ବିଗତ ଦିନରେ ଜମ୍ମୁ କାଶ୍ମୀର ସରକାର ରାଜ୍ୟରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଥିବା କଟକଣାକୁ ଉଠାଇ ନେଇଥିଲା। ପର୍ଯ୍ୟଟନ ସହ ଜଡିତ ସଙ୍ଗଠନ ପ୍ରଶାସନଙ୍କୁ ଅନୁରୋଧ କରି କହିଥିଲେ ଯେ, ମୋବାଇଲ ସେବା କାର୍ଯ୍ୟକାରୀ ନ ହେଲେ ପର୍ଯ୍ୟଟକ ଘାଟିରେ ଆସିବାକୁ ସହମତି ହେବେ ନାହିଁ।

ଏହାପୂର୍ବରୁ ଲ୍ୟାଣ୍ଡଲାଇନ ସେବା ଆଂଶିକ ଭାବେ ଅଗଷ୍ଟ ୧୭ରୁ କାର୍ଯ୍ୟକାରୀ କରାଯାଇଥିଲା। ସେପ୍ଟମ୍ବର ୪ ଯାଏ ପ୍ରାୟ ୫୦, ୦୦୦ ଲ୍ୟାଣ୍ଡଲାଇନ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଧାରା ୩୭୦ର ଉଚ୍ଛେଦର କିଛି ଦିନ ପରେ ଜମ୍ମୁରେ ମୋବାଇଲ ସେବା ସହ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଏହା ଦୁରୂପଯୋଗକୁ ହେବାର ଦେଖି ସରକାର ଅଗଷ୍ଟ ୧୮ରେ ପୁଣିଥରେ ସେବା ବନ୍ଦ କରି ଦେଇଥିଲା।