ଚୀନକୁ ଚକମା ! ଆସନ୍ତା ୨୯ରେ ଭାରତ ଆସିବେ ଗୋତବାୟା
Advertisement

ଚୀନକୁ ଚକମା ! ଆସନ୍ତା ୨୯ରେ ଭାରତ ଆସିବେ ଗୋତବାୟା

ଭାରତ ଆସିବେ ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ । ଆସନ୍ତା ୨୯ ତାରିଖରେ ସେ ଭାରତ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋତବାୟାଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଗୋତବାୟାଙ୍କ ସମ୍ମତି ନେଇ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଗୋତବାୟାଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃର୍ଦ୍ଧି କରିବ ବୋଲି ଆଶା କରାଯାଉଛି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତ ଆସିବେ ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ । ଆସନ୍ତା ୨୯ ତାରିଖରେ ସେ ଭାରତ ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋତବାୟାଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଗୋତବାୟାଙ୍କ ସମ୍ମତି ନେଇ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଗୋତବାୟାଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃର୍ଦ୍ଧି କରିବ ବୋଲି ଆଶା କରାଯାଉଛି । 

ମଙ୍ଗଳବାର କଲମ୍ବୋରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କୁ ଭେଟିଥିଲେ ।  ସେହିପରି ପ୍ରଧାନମନ୍ତ୍ରୀ ମୋଦି ଗୋତବାୟାଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ । ଏବେ ଉଭୟ ଚୀନ ଓ ପାକିସ୍ତାନ, ଶ୍ରୀଲଙ୍କାର ନୂଆ ସରକାର ସହ ଉତ୍ତମ ସମ୍ପର୍କ ରଖିବାକୁ ଆଗଭର ଅଛନ୍ତି । ତେଣୁ ଗୋତବାୟାଙ୍କ ଭାରତ ଗସ୍ତର ଏବେ ବେଶ ଗୁରୁତ୍ୱ ରହିଛି । 

ଶ୍ରୀଲଙ୍କାରେ ରାଜନୈତିକ ପରିବର୍ତ୍ତନ ଭାରତ ପାଇଁ ଚିନ୍ତାର କାରଣ । ଗୋତବାୟା ରାଜପକ୍ଷେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଏମିତି କିଛି ଆଶଙ୍କା କରିଥିଲେ ରାଜନୈତିକ ବିଶ୍ଳେଷକ । କାହିଁକିନା ତାମିଲ ବିରୋଧି ଭାବେ ଜଣାଶୁଣା ଗୋଟବାୟା ଜଣେ ଚୀନର ଦୃଢ ସମର୍ଥକ । 

ଋଣଭାରରେ ବୁଡି ରହିଥିବା ଶ୍ରୀଲଙ୍କାକୁ ଚୀନ, ଭାରତ ବିରୋଧରେ ବ୍ୟବହାର କରିପାରେ । ଚୀନ ଗତ କିଛି ଦିନ ମଧ୍ୟରେ ଶ୍ରାଲଙ୍କାରେ ବ୍ୟାପକ ମାତ୍ରାରେ ପୁଞ୍ଜି ନିବେଶ କରିଛି । ଚୀନ ଠାରୁ ଶହ ଶହ କୋଟି ଡଲାର ଋଣ ଆଣିଛି ଶ୍ରୀଲଙ୍କା । ଚୀନ ମଧ୍ୟ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଉଛି । ଯାହାର ଏକ ବଡ ଉଦାହରଣ କଲୋମ୍ବୋ ବନ୍ଦରକୁ ଚୀନ ସହାୟତାରେ ବିକାଶ କରିବା । ଏ କ୍ଷେତ୍ରରେ ଚୀନକୁ ଫାଇଦା ପାଇଁ ନୂତନ ରାଷ୍ଟ୍ରପତି  ଗୋତବାୟା ରାଜପକ୍ଷେ ଅନେକ କିଛି ବଡ ନିଷ୍ପତ୍ତି  ନେଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । 

fallback

ଭାରତ ଆସୁଥିବା ଅନେକ ସାମଗ୍ରୀ ଏବେ କଲୋମ୍ବୋ ବନ୍ଦର ଦେଇ ଆସୁଥିବା ବେଳେ ଏହା ଭାରତର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଯାହା କୁହାଯାଉଛି ଭାରତ ମହାସାଗରରେ ଚୀନର ଦାଦାଗିରି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ଶ୍ରୀଲଙ୍କା ପରୋକ୍ଷରେ ସହଯୋଗର ହାତ ବଢାଇପାରେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଆଗାମୀ ଦିନରେ ଉତ୍ତମ ସମ୍ପର୍କ ନେଇ ଆଶାବ୍ୟକ୍ତ କରିଛନ୍ତି । ଏ ସବୁ ମଧ୍ୟରେ ଏବେ ନୂତନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ଗୁରୁତ୍ୱ ବଢିଯାଇଛି । 

ଆହୁରି ପଢନ୍ତୁ; ଟେନସନରେ ଶିବସେନା: ଛିଣ୍ଡୁନି ଅଙ୍କ, କିଏ ଗଢ଼ିବ ସରକାର ?