ନୂଆଦିଲ୍ଲୀ: କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ଗୃହୀତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜେଭେଡକରଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଗତକାଲି କେନ୍ତ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଶିବସେନାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ।
President Ram Nath Kovind has accepted the resignation of Union Minister of Heavy Industries& Public Enterprises Arvind Sawant(Shiv Sena MP). I&B Minister Prakash Javadekar has been assigned additional charge of Sawant's ministry pic.twitter.com/mF65LbpY7p
— ANI (@ANI) November 12, 2019
ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଛକପଞ୍ଝା ଲାଗିଥିବା ବେଳେ ଶିବସେନା ଆଗରେ ଏକ ବଡ ସର୍ତ୍ତ ରଖିଥିଲା ଶରଦ ପାୱାରଙ୍କ ଦଳ ଏନସିପି । ଯଦି ଉଦ୍ଧବ ଠାକରେ ଏନଡିଏ ଠାରୁ ସମ୍ପର୍କ ଛିନ୍ନ କରନ୍ତି, ତେବେ ଶିବସେନାକୁ ଏନସିପି ସମର୍ଥନ କରିପାରେ । ଆଉ ଏପରି ହେଲେ ମହାରାଷ୍ଟ୍ରରେ ବିକଳ୍ପ ସରକାର ସମ୍ଭବ ବୋଲି ରୋକଠୋକ୍ କହିଥିଲେ ଏନସିପିର ବରିଷ୍ଠ ନେତାଏ । ଆଉ ଏନସିପି ସର୍ତ୍ତକୁ ପୁରଣ କରିବାକୁ ଯାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ।
ଯଦିଓ ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ ଶିବସେନା ଘୋଷଣା କରିନାହିଁ, ତଥାପି ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦରୁ ଶିବସେନା ସାଂସଦଙ୍କ ଇସ୍ତଫା ଦେବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ସେପଟେ ବିଜେପି ଓ ଶିବସେନା ପରେ ସରକାର ଗଠନ ପାଇଁ ଏନସିପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ଘଟଣା ମହାରାଷ୍ଟ୍ର ରାଜନୀତିକୁ ଆହୁରି ରୋଚକୀୟ କରିଦେଇଛି । ଆଜି ସଂନ୍ଧ୍ୟା ସୁଦ୍ଧା ବହୁମତ ଥିବା ନେଇ ଏନସିପିକୁ ରାଜ୍ୟପାଳଙ୍କ ପାଖରେ ବିଶ୍ୱାସ ଜନ୍ମାଇବାକୁ ପଡିବ ।