close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜି ଜାପାନ ସମ୍ରାଟଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି

ବିଦେଶ ଗସ୍ତରେ ଥିବା ମହାମହିମ ଆଜି ଜାପାନ ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ । ଏଥିପାଇଁ ସୋମବାର ଟୋକିଓରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଆଜି ଜାପାନ ସମ୍ରାଟଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି
ଟୋକିଓରେ ବୃକ୍ଷରୋପଣ କରୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଥିବା ମହାମହିମ ଆଜି ଜାପାନ ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ । ଏଥିପାଇଁ ସୋମବାର ଟୋକିଓରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ବର୍ଷ ବ୍ୟବଧାନରେ କେହି ଭାରତୀୟ ରାଷ୍ଟ୍ରପତି ଜାପାନ ଗସ୍ତ କରିଛନ୍ତି । 

ସୋମବାର ଟୋକିଓରେ ପହଞ୍ଚିବା ପରେ ଏକ ବୌଦ୍ଧ ମନ୍ଦିର ଯାଇଥିଲେ ରାଷ୍ଟ୍ରପତି । ସେଠାରେ ଏକ ବୌଧି ବୃକ୍ଷ ଲଗାଇଥିଲେ ମହାମହିମ । ଯେଉଁ ଚାରାକୁ ସେ ଭାରତରୁ ନେଇଥିଲେ । ୧୯ ବର୍ଷ ବ୍ୟବଧାନ ପରେ ଜାପାନ ଗସ୍ତ କରିଛନ୍ତି ଭାରତୀୟ ରାଷ୍ଟ୍ରପତି । 

କହିରଖୁଛୁ, ପୂର୍ବରୁ ୧୯୯୦ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଆର ଭେଙ୍କଟରମଣ ଜାପାନ ସମ୍ରାଟ ଏମେରିଟସ ଅକିହୋତୋଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ ହୋଇଥିଲେ । ଅକିହୋତୋ ଗତ ବର୍ଷ ନିଜ ନିଜ ପଦ ଛାଡିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ୫ ଦିନିଆ ଫିଲିପିନ ଯାତ୍ରା ପରେ ସୋମବାର ଟୋକିଓରେ ପହଞ୍ଚିଛନ୍ତି । 

ରାଷ୍ଟ୍ରପତି ଭବନ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁସାରେ, ଆଜି  ଜାପାନ ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଷେକ ସମାରୋହରେ ସାମିଲ ହେବେ ମହାମହିମ । ଜାପାନୀ ଏବଂ ଇଂରାଜୀ ଭାଷାରେ ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି, ''ଟୋକିଓର ଏକ ବୌଦ୍ଧ ମନ୍ଦିର ଯାଇ ମୁଁ ବେଶ ଅନୁଭବ କରୁଛି । ଭାରତରୁ ନେଇ ଆସିଥିବା ଏକ ବୌଧି ଚାରା ମୁଁ ସେଠାରେ ରୋପଣ କରିଛି । ଏହି ଚାରା ଭାରତ-ଜାପାନ ସମ୍ପର୍କ ଏବଂ ଐତିହର ପ୍ରତୀକ ହେବ ।''