୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସୁରକ୍ଷା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ, ଖୋର୍ଦ୍ଧାରେ ହେବ ୪ଟି ହେଲିପ୍ୟାଡ

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସୁରକ୍ଷା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ ଡିଜି କ୍ୟାମ୍ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ସରୋଜ ବେହେରା, ଭୁବନେଶ୍ୱର: ଆସନ୍ତା ୭ ଓ ୮ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ୨ ଦିନିଆ ଗସ୍ତରେ ଆସିବା ପରେ ଶନିବାର ସଧ୍ୟାରେ ଭୁବନେଶ୍ୱର ରାଜଭବନରେ ସେ ରହିବେ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ ଡିଜି କ୍ୟାମ୍ପରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଅନ୍ତରିଣ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ, ପୋଲିସ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ର, ଆଇନ ଶୃଙ୍ଖଳା ଏଡିଜି ଆରପି କୋଚ୍ଚେ, ଗୁଇନ୍ଦା ଆଇଜି ଆରକେ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଶନିବାର ଓଡ଼ିଶାକୁ ଆସିବେ ମହାମହିମ ରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧା ଓ ଭୁବନେଶ୍ୱରର ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ରବିବାର ସକାଳେ ସେ ଖୋର୍ଦ୍ଧା ବରୁଣେଇରେ ପାଇକ ମାନଙ୍କ ଏକ କାର୍ଯ୍ୟକ୍ରମ ଓ ପରେ ବାଣୀବିହାରର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଖୋର୍ଦ୍ଧାରେ ହେବ ୪ଟି ହେଲିପେଡ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ । ଏସପି ପାହ୍ୟାର ଜଣେ ପୋଲିସ ଅଧିକାରୀ ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ । ଖୋର୍ଦ୍ଧା ପୋଲିସ ସହ କମିଶନରେଟ ପୋଲିସ ମଧ୍ୟରେ ସମନ୍ୱୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଅନ୍ତରୀଣ ପୋଲିସ ଡିଜି ସତ୍ୟଜିତ ମହାନ୍ତି ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂବରୁ କମିସନରେଟ୍ ପୋଲିସ କରିବ କାରକେଡ୍ ରିହରସଲ୍ । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସେ ରାଜଭବନ ଗସ୍ତ କରିବେ । ଏଠାରେ ରାତ୍ରି ଯାପନ କରିବା ପରେ ସକାଳେ ଖୋର୍ଦ୍ଧା ଯିବେ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ବରୁଣେଇରେ ପାଇକ ସ୍ମୃତି ସ୍ତମ୍ଭର ଶୁଭ ଦେବେ ରାଷ୍ଟ୍ରପତି । ଏଠାରୁ ସିଧାସଳଖ ବାଣୀବିହାରରେ ପହଞ୍ଚି ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ ଜୁବଲି ସେଲିବ୍ରେସନରେ ଯୋଗେ ଦେବେ । ଭୁବନେଶ୍ୱର ଆଗମନ ଓ ରହଣୀ ସମୟର ସୁରକ୍ଷା ବ୍ୟବସ୍ଥାକୁ ସମୟ ସମୟରେ ପୋଲିସ କମିଶନର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ କରାଯିବ । ବିମାନ ବନ୍ଦରରୁ ରାଜଭବନ ଓ ରାଜଭବନରୁ ବିମାନ ବନ୍ଦର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯ଼ିବ । ଏହାବାଦ ରାଜଭବନର ସୁରକ୍ଷା ଅତିରିକ୍ତ ବଢାଯିବ ବୋଲି କହିଛନ୍ତି ପୋଲିସ ଡିଜି ।

ଖୋର୍ଦ୍ଧା ଓ କମିଶନରେଟ ପୋଲିସ ଦୁଇଟି ପୋଲିସ ଜିଲ୍ଲା ରହିଛି । ଉଭୟଙ୍କ ମଧ୍ୟରେ ତାଳମେଳ ରଖିବା ପାଇଁ ଡିଜି ପୋଲିସ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି । ଅଢେଇ ମାସ ମଧ୍ୟରେ ଦୁଇ ଦୁଇ ଥର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରେ ଓଡ଼ିଶାବାସୀ ମଧ୍ୟ ବେଶ ଉଲ୍ଲାସିତ ଅଛନ୍ତି ।