ସ୍ୱପ୍ନ ଗଲା, ଶତ୍ରୁ କଲା

ମହାନାଟକରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ କ୍ଷମତା ଲୋଭ ସମ୍ପର୍କକୁ ଏକ ନୂଆ ମୋଡ଼ରେ ଛିଡ଼ା କରିଛି । ମହାରାଷ୍ଟ୍ର ସିଂହାସନକୁ ଆଶା କରି ବିଜେପି ସହ ସମ୍ପର୍କ ଛିନ୍ନ କରିଛି ଶିବସେନା । ଏମିତିକି ଏନସିପିର ସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ । ହେଲେ କଂଗ୍ରେସର ସମର୍ଥନ ନ ମିଳିବାରୁ ନିରାଶ ହୋଇ ପଡ଼ିଛି ଶିବସେନା । ଆଉ ତୃତୀୟ ସର୍ବାଧିକ ଆସନ ପାଇଥିବା ଦଳ ଭାବେ ରାଜ୍ୟପାଳ ଏନସିପିକୁ ଆମନ୍ତ୍ରଣ କଲେ ମାତ୍ର, ଏନସିପି ବି ୫୦-୫୦ର ଫର୍ମୁଲା ରଖିଲା ।

ସ୍ୱପ୍ନ ଗଲା, ଶତ୍ରୁ କଲା

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ମହାନାଟକରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ କ୍ଷମତା ଲୋଭ ସମ୍ପର୍କକୁ ଏକ ନୂଆ ମୋଡ଼ରେ ଛିଡ଼ା କରିଛି । ମହାରାଷ୍ଟ୍ର ସିଂହାସନକୁ ଆଶା କରି ବିଜେପି ସହ ସମ୍ପର୍କ ଛିନ୍ନ କରିଛି ଶିବସେନା । ଏମିତିକି ଏନସିପିର ସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ । ହେଲେ କଂଗ୍ରେସର ସମର୍ଥନ ନ ମିଳିବାରୁ ନିରାଶ ହୋଇ ପଡ଼ିଛି ଶିବସେନା । ଆଉ ତୃତୀୟ ସର୍ବାଧିକ ଆସନ ପାଇଥିବା ଦଳ ଭାବେ ରାଜ୍ୟପାଳ ଏନସିପିକୁ ଆମନ୍ତ୍ରଣ କଲେ ମାତ୍ର, ଏନସିପି ବି ୫୦-୫୦ର ଫର୍ମୁଲା ରଖିଲା ।

ଏହା ପୂର୍ବରୁ ବିଜେପି-ଶିବସେନାକୁ ସରକାର ଗଢ଼ିବାରୁ ରାଜ୍ୟପାଳ ସୁଯୋଗ ଦେଇଥିଲେ । କିନ୍ତୁ ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ଶିବସେନା ଓ ବିଜେପି । ତେଣୁ ଗତକାଲି ଏନସିପିକୁ ସରକାର ଗଢ଼ିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଆଜି ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢ଼ିବାକୁ ଏଧିକ ୨ ଦିନ ସମୟ ମାଗିଥିଲା ଏନସିପି । ଯେଉଁ ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିଥିଲେ ରାଜ୍ୟପାଳ । ଆଉ ଶେଷରେ ସେୟା ହିଁ ହେଲା ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ ।

ମହାରାଷ୍ଟ୍ରରେ କାହିଁକି ଲାଗୁ ହେଲା ରାଷ୍ଟ୍ରପତି ଶାସନ ? କାହାର ରହିଲା ଭୁଲ ? କାହାକୁ ମିଳିଲା ଫାଇଦା ? ଯଦି ଦେଖାଯାଏ, ସରକାର ଗଢ଼ିବା ପାଇଁ ବିଜେପିକୁ ଛାଡ଼ିଦେଲେ, ଶିବସେନା ଓ ଏନସିପି ପାଇଁ ଟାଳଟୁଳ ନୀତିରେ ରହିଲା କଂଗ୍ରେସ । ସେହିପରି ଶିବସେନା ବି ସମର୍ଥନ ବାବଦରେ ନିରବ ରହିଲା । କାରଣ ଶିବସେନା ନେତୃତ୍ୱାଧୀନ ସରକାରକୁ କଂଗ୍ରେସ ଯେତବେଳେ ସମର୍ଥନ କରିନାହିଁ, ସେତେବେଳେ ଏନସିପି ନେତୃତ୍ୱାଧୀନ ସରକାରକୁ ଶିବସେନା ବା ସମର୍ଥନ ଦେବ କେମିତି । ଯଦି ଉଭୟ ଶିବସେନା ଓ କଂଗ୍ରେସ ଏନସିପିକୁ ସମର୍ଥନ ଦେଇଥାନ୍ତେ, ତେବେ ଏନସିପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କହିଥାନ୍ତା । ଅନ୍ୟପଟେ ଯଦି ଦେଖାଯାଏ ଏନସିପି ନେତୃତ୍ୱରେ ଯଦି ସରକାର ଗଠନ ହୁଏ ତେବେ ଶିବସେନାକୁ କାହିଁକି ଅଗ୍ରାଧିକାର ଦେଇଥାନ୍ତା ଏନସିପି । 

ସେହିପରି ଯଦି ୫୦-୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ପଦବୀ ରହିବ ବୋଲି ଏନସିପି ଶିବସେନା ସ୍ଥିର କରନ୍ତି ତେବେ କଂଗ୍ରେସ କାହିଁକି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରି ନଥାନ୍ତା । କାରଣ ବର୍ତ୍ତମାନର ରାଜନୀତିରେ ଏନସିପି-କଂଗ୍ରେସ ପୁରୁଣା ମେଣ୍ଟ ହୋଇଥିବା ବେଳେ, ସୋନିଆ ଗୋନ୍ଧି ଓ ଶରଦ ପାୱାର ହେଉଛନ୍ତି ରାଜନୀତିରେ ପୋଖତ ଖେଳାଳି । ଯାହା ଫଳରେ ଏବେ ଅକଲରେ ଶିବସେନା, ଯାହାକି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନା ସାଂସଦ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇସାରିଛନ୍ତି । ଆଉ ଓହରି ଥିବା ନେଇ ଘୋଷଣା କରି ସାରିଛି ଶିବସେନା । ଆଉ ଉପରିସ୍ଥ ସମୀକରଣ କହୁଛି ଆଗାମୀ ଦିନରେ ଶିବସେନାକୁ କାଳ ହୋଇପାରେ ମହାରାଷ୍ଟ୍ର ସିଂହାସନ । ସମୀକରଣ ଯାହା କହୁଛି ସିଂହାସନ ପାଇଁ ସମସ୍ତେ ଆଶାୟୀ । ଏଠି କେବଳ ବିକଳ୍ପ ହୋଇପାରିଥାନ୍ତା ଶିବସେନା-ବିଜେପି ମେଣ୍ଟ ସରକାର । ଆଉ ଅନ୍ୟ ଏକ ବିକଳ୍ପ ହେଉଛି ମୋଦି ମ୍ୟାଜିକ । ହେଲେ କ୍ଷମତା ଲୋଭରେ ଶିବସେନାକୁ ଏତେ ତଳକୁ ନେଇ ଯାଇଛି...ଶେଷରେ ୩୦ ବର୍ଷର ବିଜେପି ସହ ସମ୍ପର୍କରେ ନାଲିଗାର ଟାଣିଛି । ଯାହାଫଳରେ ଏବେ କ'ଣ ଆଗାମୀ ଦିନ ପାଇଁ ବି ଶତ୍ରୁ ହେଲା ଓ ସ୍ୱପ୍ନ ବି ଗଲା ।