ଦେଶର ଭବିଷ୍ୟତ ବାରଦୁଆର ଶୁଣ୍ଢିପିଣ୍ଡା, ସ୍ଥାଣୁ ପାଲଟିଛି ପ୍ରଶାସନ

ସମ୍ବଲପୁର ସହର ଠାରୁ ମାତ୍ର ୨୨ କିଲୋମିଟରର ଦୂରରେ ରହିଛି ସିତଲେନପାଲି  ପ୍ରାଥମିକ ବିଦ୍ୟାଳୟ ।   ପ୍ରାୟ ଦେଢ ବର୍ଷ ହେଲା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ବାହାରେ ବସି ପାଠ ପଢୁଛନ୍ତି । କେତେ ବେଳେ ସ୍କୁଲ ବାରଣ୍ଡାରେ ତ କେତେବେଳେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପାଠପଢାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସିତଲେନପାଲି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ।

ଦେଶର ଭବିଷ୍ୟତ ବାରଦୁଆର ଶୁଣ୍ଢିପିଣ୍ଡା, ସ୍ଥାଣୁ ପାଲଟିଛି ପ୍ରଶାସନ

ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ସହର ଠାରୁ ମାତ୍ର ୨୨ କିଲୋମିଟରର ଦୂରରେ ରହିଛି ସିତଲେନପାଲି  ପ୍ରାଥମିକ ବିଦ୍ୟାଳୟ ।   ପ୍ରାୟ ଦେଢ ବର୍ଷ ହେଲା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ବାହାରେ ବସି ପାଠ ପଢୁଛନ୍ତି । କେତେ ବେଳେ ସ୍କୁଲ ବାରଣ୍ଡାରେ ତ କେତେବେଳେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପାଠପଢାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସିତଲେନପାଲି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ।

ବିଦ୍ୟାଳୟ ଥାଇ ମଧ୍ୟ ନଥିଲା ସହ ସମାନ । ଦେଢ ବର୍ଷ ତଳେ ବିଦ୍ୟାଳୟର ଛାତ ଉପରେ ଏକ ଗଛ ଉପୁଡ଼ି ପଡ଼ିଯାଇଥିଲା । ଫଳରେ ଗୃହଟି ଭାଙ୍ଗିଯାଇଥିଲା । ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ମରାମତି ହୋଇନାହିଁ । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଭାବକ ଏବଂ ସ୍କୁଲ ଶିକ୍ଷକ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । କିଛି ଅଧିକାରୀ ଅନେକ ସମୟରେ ବିଦ୍ୟାଳୟକୁ ଆସି ଫଟୋ ଉଠାଇଥିଲେ ସୁଦ୍ଧା କୌଣସି ପ୍ରତିକାର କରିନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଅଭିଭାବକ ।

ଅଭିଭାବକମାନେ ଏନେଇ ମାନେଶ୍ୱର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଜଣାଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଗୃହକୁ ମରାମତି କରାଯାଇନାହିଁ । ସ୍କୁଲ ଶିକ୍ଷକଙ୍କ କହିବାନୁଯାୟୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କଲା ପରେ ମଧ୍ୟ କେହି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି । ସେଥିପାଇଁ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପାଠପଢା ଯାଉଛି । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ସମ୍ବଲପୁରର ସିତଲେନ ପାଲି ପ୍ରାଥମିକ ସ୍କୁଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।