ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି। ଏହି ସମୟରେ ଆମ ସମସ୍ତଙ୍କୁ ଏକାଠି ହୋଇ ଲଢିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଭିଡ଼ିଓ କନଫରେନସିଂରେ ସୂଚନା ଦେଇଛନ୍ତି। ଭିଡ଼ିଓ କନଫରନେସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ସହିତ ରାଜ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।
ସମସ୍ତେ ମିଳିମିଶି ଏକାଠି ହୋଇ କୋରୋନା ବିରୋଧରେ ଲଢେଇ ଜାରି ରଖିବାକୁ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଥିଲେ। ମୋଦିଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥି ସିଂହ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। କୋରୋନା ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ମୋଦି ଆଲୋଚନା କରିଥିଲେ। ଏହା ସହିତ କେନ୍ଦ୍ର ନେଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରିଥିଲେ।
ତେବେ ମୁଖ୍ୟମନ୍ତ୍ରୀମାନଙ୍କୁ ଦୃଢ ପଦକ୍ଷେପ ପାଇଁ ମୋଦି ପ୍ରଶଂସା କରିଥିବା ବେଳେ ଲକଡାଉନକୁ ଆହୁରି ଦୃଢଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜନସାଧାରଣଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀକୁ କିପରି ସହଜରେ ପହଞ୍ଚିପାରିବ ସେନେଇ ମଧ୍ୟ ଧ୍ୟାନ ଦେବାକୁ ସେ କହିଥିଲେ। ଏହା ସହିତ ଦିଲ୍ଲୀର ଜମାତରୁ ଯାଇଥିବା ଲୋକମାନଙ୍କୁ ତୁରନ୍ତ ଠାବ କରିବା ସହିତ ସେମାନଙ୍କର ଚିକିତ୍ସା ତଥା ଯାଞ୍ଚ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।