ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ, ଏୟାରସ୍ପେଶ ଦେବାକୁ ମନା କଲା ପାକ୍
Advertisement

ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ, ଏୟାରସ୍ପେଶ ଦେବାକୁ ମନା କଲା ପାକ୍

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ଉଦ୍ଦେଶ୍ୟରେ  ପ୍ରଧାନମନ୍ତ୍ରୀ ସାଉଦି ଯାଉଛନ୍ତି । ସୋମବାର ରାତିରେ ମୋଦି ସାଉଦି ଆରବ ରାଜଧାନୀ ରିୟାଦରେ ପହଞ୍ଚିବେ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ଉଦ୍ଦେଶ୍ୟରେ  ପ୍ରଧାନମନ୍ତ୍ରୀ ସାଉଦି ଯାଉଛନ୍ତି । ସୋମବାର ରାତିରେ ମୋଦି ସାଉଦି ଆରବ ରାଜଧାନୀ ରିୟାଦରେ ପହଞ୍ଚିବେ । 

ପୂର୍ବରୁ ମୋଦିଙ୍କୁ ସାଉଦିକୁ ନିମନ୍ତ୍ରଣ କରିଥିଲେ ସେଠାକାର ରାଜା ସଲମାନ କିଙ୍ଗ୍ ଅବଦୁଲ୍ ଅଜିଜ୍ । ତେବେ ମୋଦି ଏହି ଗସ୍ତରେ ସାଉଦି କିଙ୍ଗଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାସ୍କୃତିକ ସମ୍ପର୍କ ବୃର୍ଦ୍ଧି ଉପରେ ଗୁରୁତ୍ୱ ଦିଆଯାଇପାରେ । 

ସେହିପରି ସାଉଦି ଆରବର ରାଜଧାନୀ ରିୟାଦର ଫ୍ୟୁଚର୍ ଇନଭେଷ୍ଟମେଣ୍ଟ ଇନିସିଏଟିଭ (ଏଫଇଆଇ) ଫୋରମରେ ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁଜ ହେଲେ, ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃର୍ଦ୍ଧି ପାଇବ । 

ସେପଟେ ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁନି ପାକିସ୍ତାନ । ସବୁବେଳେ ଭାରତ ବିରୋଧୀ କାର୍ଯ୍ୟ କରୁଛି । ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବାୟୁସୀମା(ଏୟାରସ୍ପେସ)ର ବ୍ୟବହାର କରିବାକୁ ମନା କରିଛି ପାକ୍ । ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବାର ଅନୁମତି ମାଗିଥିଲା ଭାରତ ।   

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦିଶିକ ମନ୍ତ୍ରୀ ଶାହ ମହସୁଦ କୁରୈଶୀ ଏଥର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଲିଖିତ ଆକାରରେ ସୂଚିତ କରିଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବାକୁ ଭାରତ ଅନୁମତି ମାଗିଥିଲା । କିନ୍ତୁ ପାକିସ୍ତାନ ଭାରତର ଏହି ଅନୁରୋଧକୁ ସ୍ୱୀକାର କରିନାହିଁ ।  

ଆପଣଙ୍କୁ ଏଠାରେ କହି ରଖୁଛୁ , ବିଗତ ମାସରେ ପିଏମ ମୋଦିଙ୍କ ଆମେରିକା ଗସ୍ତ ପାଇଁ ମଧ୍ୟ ପାକ୍ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ମିଳିନଥିଲା । ଏହାସହ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ମଧ୍ୟ ଏୟାରସ୍ପେସ ଖୋଲିବାକୁ ମନା କରିଥିଲା।