BHUରେ ମୁସଲିମ ସଂସ୍କୃତ ଅଧ୍ୟାପକଙ୍କ ସମର୍ଥନରେ ଛାତ୍ର, ପ୍ରିୟଙ୍କା କଲେ ଟ୍ୱିଟ
ଆଜି ଅର୍ଥାତ ଗୁରୁବାର ଏହି ମୁସଲିମ ଅଧ୍ୟାପକ ଫିରୋଜ ଖାନଙ୍କ ସମର୍ଥନରେ ବାହାରିଛନ୍ତି ଅନ୍ୟ ବିଭାଗ ବିଦ୍ୟାର୍ଥୀ । ଅନ୍ୟପକ୍ଷେ ବିଶ୍ୱ ବିଦ୍ୟାଳୟର ହୋଲକର ଭବନର ବାହାରେ ସଂସ୍କୃତ ବିଦ୍ୟାର୍ଥୀମାନେ ଅଧ୍ୟାପକ ଫିରୋଜ ଖାନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।
Trending Photos

ବାରାଣାସୀ: ବାରାଣାସୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ(BHU)ରେ ସଂସ୍କୃତ ଶିକ୍ଷା ବିଭାଗରେ ଜଣେ ମୁସଲିମ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ବିଗତ କିଛି ଦିନ ଧରି ଏହାର ବିରୋଧ କରାଯାଉଛି । ଏହା ମଧ୍ୟରେ ଆଜି ଅର୍ଥାତ ଗୁରୁବାର ଏହି ମୁସଲିମ ଅଧ୍ୟାପକ ଫିରୋଜ ଖାନଙ୍କ ସମର୍ଥନରେ ବାହାରିଛନ୍ତି ଅନ୍ୟ ବିଭାଗ ବିଦ୍ୟାର୍ଥୀ । ଅନ୍ୟପକ୍ଷେ ବିଶ୍ୱ ବିଦ୍ୟାଳୟର ହୋଲକର ଭବନର ବାହାରେ ସଂସ୍କୃତ ବିଦ୍ୟାର୍ଥୀମାନେ ଅଧ୍ୟାପକ ଫିରୋଜ ଖାନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।
ଫିରୋଜ ଖାନଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ବିଦ୍ୟାର୍ଥୀମାନେ ଧମକ ଦେଇଛନ୍ତି ଯେ ଯଦି ସେମାନଙ୍କ ଦାବି ପୂରଣ କରା ନଗଲେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଜଣେ ଛାତ୍ର କହିଛନ୍ତି ଯେ ଆମର ବିରୋଧ ସନାତନୀ ସଂସ୍କୃତିର ପଢାଇବାକୁ ନେଇ ରହିଛି । ଯଦି ଆମର ଦାବି ନ ମାନିବେ ତେବେ ଆମେ କୋର୍ଟ ଯିବୁ । ବିଶ୍ୱ ବିଦ୍ୟାଳୟର ଅନ୍ୟ ବିଭାଗ ବିଦ୍ୟାର୍ଥୀମାନେ ହାତରେ ପୋଷ୍ଟର ଏହାର ଫିରୋଜ ଖାନଙ୍କ ସମର୍ଥନରେ ମାର୍ଚ୍ଚ ବାହାର କରିଛନ୍ତି । ସେହି ପୋଷ୍ଟରରେ ଲେଖାଯାଇଛି ଯେ ଆମେମାନେ ଫିରୋଜ ଖାନଙ୍କ ସହ ଅଛୁ, ସଂସ୍କୃତ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁ ।
हमारी भाषाएँ और संस्कृति हमारी विशेषता है, हमारी मजबूती है। संस्कृत भाषा में ही लिखा गया है, “सर्वे भवन्तु सुखिनः। सर्वे सन्तु निरामयाः।
इस भाषा में विशालता है। हमारे देश के संविधान में विशालता है। विश्वविद्यालय में संस्कृत कोई भी अध्यापक पढ़ा सकते हैं।https://t.co/OvlFGH2l7n
— Priyanka Gandhi Vadra (@priyankagandhi) November 21, 2019
ଫିରୋଜଙ୍କ ସମର୍ଥନରେ ମାର୍ଚ୍ଚ ବାହା କରିଥିବା ଜଣେ ବିଦ୍ୟାର୍ଥୀ କହିଛନ୍ତି ଯେ କିଛି ବିଦ୍ୟାର୍ଥୀ ବିଶ୍ୱ ବିଦ୍ୟାଳୟର ମୂଲ୍ୟକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଆମେ ଏପରି ସମାଜର କଳ୍ପନା କରୁଛୁ, ଯେଉଁଠି ସବୁ ଧର୍ମର ଲୋକେ ଶିକ୍ଷା ଗ୍ରହଣ କରି ପାରିବେ । ଏହି ବିବାଦକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ସଂସ୍କୃତ ଭାଷାରେ ବିଶାଳତା ରହିଛି ଓ ଏଥିରେ ସମସ୍ତଙ୍କ କଲ୍ୟାଣର କଥା କୁହାଯାଇଛି । ଏଥିପାଇଁ ଏହି ଭାଷାର ଶିକ୍ଷା ଦେବା ପାଇଁ କୌଣସି ଜାତି ବା ସମୁଦାୟର ଅଧ୍ୟାପକଙ୍କ ବିରୋଧ କରିବା ଉଚିତ ନୁହଁ ।
More Stories