ଜିଡିପି ହ୍ରାସ ପରେ ଟ୍ୱିଟ କରି ଏମିତି କିଛି କହିଲେ ପ୍ରିୟଙ୍କା
ଆର୍ଥିକ ମାନ୍ଦାବସ୍ଥା ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ବିଜେପି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଥିବା କହିଛନ୍ତି ପ୍ରିୟଙ୍କା । ଏବେ ଦେଶର GDP ୪।୫ ପ୍ରତିଶତ ରହିଛି । ଆଉ ଏହା ହିଁ ମୋଦି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ବଖାଣୁଛି ବୋଲି ସେ କହିଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ବିଜେପି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଥିବା କହିଛନ୍ତି ପ୍ରିୟଙ୍କା । ଏବେ ଦେଶର GDP ୪।୫ ପ୍ରତିଶତ ରହିଛି । ଆଉ ଏହା ହିଁ ମୋଦି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ବଖାଣୁଛି ବୋଲି ସେ କହିଛନ୍ତି ।
ଶୁକ୍ରବାର ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈୟ ମାସିକ ରିପୋର୍ଟ ଆସିଥିଲା । ଯେଉଁଥିରେ ଜିଡିପି ୪।୫%ରେ ପହଞ୍ଚିଛି । ଅର୍ଥାତ ବର୍ତ୍ତମାନ ଅତି ସଙ୍କଟ ଦେଇ ଗତି କରୁଛି ଦେଶର ଅର୍ଥ ବ୍ୟବସ୍ଥା । ଯାହାକୁ ନେଇ ଶନିବାର ସକାଳୁ ଟ୍ୱିଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଦେଶର ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନରେ ପହଞ୍ଚାଇବାକୁ କେନ୍ଦ୍ର ସରକାର କହୁଥିବା ବେଳେ, କଟାକ୍ଷ କରିଛନ୍ତି ପ୍ରିୟଙ୍କା । ୨ କୋଟି ନିଯୁକ୍ତି, ଫସଲର ମୂଲ୍ୟ ୨ ଗୁଣ ବୃର୍ଦ୍ଧି, ମେକ ଇନ ଇଣ୍ଡିଆ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
वादा तेरा वादा...
2 करोड़ रोजगार हर साल,
फसल का दोगुना दाम,
अच्छे दिन आएँगे,
Make in India होगा,
अर्थव्यवस्था 5 ट्रिलियन होगी...क्या किसी वादे पर हिसाब मिलेगा?
आज GDP ग्रोथ 4.5% आई है। जो दिखाता है सारे वादे झूठे हैं....1/2 pic.twitter.com/Y9BXWVa3k0
— Priyanka Gandhi Vadra (@priyankagandhi) November 30, 2019
୨୦୧୯-୨୦୨୦ ଆର୍ଥିକ ବର୍ଷର ଦ୍ୱିତୀୟ ୩ ମାସରେ ଜିଡିପି ୪।୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦।୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ ୨୦୧୮-୧୯ ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨।୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭।୧% ରହିଥିବା ବେଳେ ଏବେ ଏଥିରେ ହ୍ରାସ ଘଟିଛି ।
ଗତ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ଗତ ୬ ବର୍ଷରେ ସବୁଠାରୁ ଧିମା ରହିଥିଲା। ଜିଡିପି ସଂଖ୍ୟା ସହ ୮ କୋଟି ଇନ୍ଫ୍ରାଷ୍ଟ୍ରକଚର ଇଣ୍ଡଷ୍ଟ୍ରିଜ୍ର ତଥ୍ୟ ମଧ୍ୟ ଦିଆଯାଇଛି। ଏହା ସ୍ପଷ୍ଟ ପ୍ରମାଣିତ କରିଛି ଯେ ଅକ୍ଟୋବରରେ ଆଉଟ୍ପୁଟ୍ରେ ୫।୮% ହ୍ରାସ ହୋଇଛି। ପ୍ରାୟ ୬ରୁ ୮କୋଟି ଶିଳ୍ପ କ୍ଷେତ୍ର ଗଭୀର ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
କୋଇଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ ୧୭।୬% ହ୍ରାସ ଘଟିଛି । ଜୁଲାଇ-ସେପ୍ଟେମ୍ବର ତ୍ରୟମାସର ରେଜଲ୍ଟ ଆସିବା ପୂର୍ବରୁ ୬ ଥର ନକାରାତ୍ମକ ଜିଡିପି ଆସି ସାରିଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ୫%ରେ ପହଞ୍ଚିଥିଲା। ୬ ବର୍ଷରେ ଏହା ସବୁଠାରୁ ସର୍ବନିମ୍ନ ରହିଥିଲା। ଏହା ପୂର୍ବରୁ ଭାରତ, ଚୀନକୁ ପଛରେ ପକାଇ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ଦେଶ ଥିଲା। କିନ୍ତୁ ୨୦୧୮-୧୯ର ଶେଷ କ୍ୱାର୍ଟରରେ ଏବଂ ୨୦୧୯-୨୦ର ପ୍ରଥମ କ୍ୱାର୍ଟରରେ ଭାରତର ଅଭିବୃଦ୍ଧି ଚୀନଠାରୁ ମଧ୍ୟ କମ୍ ସ୍ଥିତିରେ ପହଞ୍ଚିଛି ।
ଆହୁରି ପଢନ୍ତୁ; ଇଂରାଜୀ ଦିଦିଙ୍କ 'ଅସମ୍ଭାଳ' ଜ୍ଞାନ, ଧାଡିଏ ବି ପଢି ପାରିଲେନି
ଭାରତର ଅର୍ଥନୀତି ଅଭିବୃଦ୍ଧି ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି। ଘରୋଇ ଖର୍ଚ୍ଚରେ ହ୍ରାସ, ନିବେଶ ଓ ରପ୍ତାନୀରେ ହ୍ରାସ ଏଗୁଡ଼ିକରୁ ଅନ୍ୟତମ। କିନ୍ତୁ ଉତ୍ପାଦନ ପାଇଁ ଆବଶ୍ୟକ ଅର୍ଥର ମଧ୍ୟ ଅଭାବ ରହିଛି। ଏପରିକି ବଜାରରେ ଚାହିଦା ମଧ୍ୟ କମିବାରେ ଲାଗିଛି। ଗତ କିଛି ମାସରେ କେନ୍ଦ୍ର ସରକାର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେବାକୁ ଏଗୁଡ଼ିକରେ ନିବେଶ ହୋଇଥିଲେ ହେଁ ତାହା କେତେଦୂର ସଫଳ ଜଣାପଡ଼ିନାହିଁ। ଚଳିତବର୍ଷ ଲଗାତାର ୫ ଥର RBI ରେପୋ ରେଟରେ ହ୍ରାସ କରିଛନ୍ତି ।
ଆହୁରି ପଢନ୍ତୁ; ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର
More Stories