ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ୧୦୨ ତମ ଜନ୍ମ ବାର୍ଷିକୀ । ନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ମନେ ପକାଉଛନ୍ତି । ଏହି ବିଶେଷ ମୁହୂର୍ତ୍ତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ଜେଜେମାଙ୍କୁ ମଧ୍ୟ ମନେ ପକାଇଛନ୍ତି । ନିଜ ଜେଜେମାଙ୍କୁ ମନେ ପକାଇ ସେ ଟ୍ୱିଟରେ ଏକ କବିତା ମଧ୍ୟ ସେୟାର କରିଛନ୍ତି ।
In memory of the bravest woman I have known. #IndiraGandhi
“In the fell clutch of circumstance
I have not winced nor cried aloud.Under the bludgeonings of chance
My head is bloody, but unbowed. pic.twitter.com/ifmXkighYo— Priyanka Gandhi Vadra (@priyankagandhi) November 19, 2019
ପ୍ରିୟଙ୍କା ଏହି ଟ୍ୱିଟରେ କବିତା ସହ ଏକ ଫଟୋ ସେୟାର କରିଛନ୍ତି । ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ ସବୁଠାରୁ ସାହସୀ ମହିଳାଙ୍କ ସ୍ମୃତିରେ... । ସେ ଯେଉଁ କବିତାଟି ସେୟାର କରିଛନ୍ତି, ତାହାକୁ ୱିଲିୟମ ହେଲ୍ନି ଦ୍ୱାରା ଲେଖା ଯାଇଛି । ପ୍ରିୟଙ୍କାଙ୍କ ତୁଳନା ସର୍ବଦା ନିଜ ଜେଜେମା ଇନ୍ଦିରାଙ୍କ ସହ କରାଯାଇଥାଏ । କାରଣ ଇନ୍ଦିରାଙ୍କ ମୁଖ ମଣ୍ଡଳର ଝଲକ ପ୍ରିୟଙ୍କା ମଧ୍ୟରେ ଦେଖା ଯାଇଥାଏ । ଏହାସହ ପ୍ରିୟଙ୍କାଙ୍କ ଶାଢ଼ୀ ପିନ୍ଧିବାର ଶୈଳୀ ଅବା ତାଙ୍କ ହେୟାର ଷ୍ଟାଇଲ ସବୁ ଇନ୍ଦିରାଙ୍କ ଝଲକ ଦେଖାଇ ଥାଏ ।
सशक्त, समर्थ नेतृत्व और अद्भुत प्रबंधन क्षमता की धनी, भारत को एक सशक्त देश के रूप में, स्थापित करने में अहम भूमिका रखने वाली लौह-महिला और मेरी प्यारी दादी स्व० श्रीमती इंदिरा गांधी जी की जयंती पर शत् शत् नमन।#IndiraGandhi pic.twitter.com/7ezAIsSQ9N
— Rahul Gandhi (@RahulGandhi) November 19, 2019
ସେହି ପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏକ ଟ୍ୱିଟ କରି ନିଜ ଜେଜେମାଙ୍କୁ ମନେ ପକାଇଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ସଶକ୍ତ, ସମର୍ଥ ନେତୃତ୍ୱ ଓ ଅଦ୍ଭୁତ ପ୍ରବନ୍ଧନର କ୍ଷମତାଧାରୀ, ଭାରତକୁ ଏକ ସଶକ୍ତ ଦେଶ ରୂପେ ସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଲୌହ ମହିଳା ଓ ମୋର ପ୍ରିୟ ଜେଜେମା ସ୍ୱଂୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତିରେ ଶତ ଶତ ପ୍ରଣାମ ।
ଅନ୍ୟପକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପିଏମ ମୋଦି ଟ୍ୱିଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ମକାଇଛନ୍ତି । ସେ କହିଛନ୍ତି ଯେ ଆମର ପୂର୍ବତନ ପିଏମ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନର ଜୟନ୍ତିରେ ଶ୍ରଦ୍ଧାଞ୍ଜଳି । ସେହିପରି ସୋନିଆ ଗାନ୍ଧୀ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ସମାଧି ସ୍ଥଳରେ ଯାଇ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସୋନିଆଙ୍କ ସହ ମନମୋହନ ସିଂହ, ପ୍ରଣବ ମୁଖାର୍ଜୀ ଶକ୍ତି ସ୍ଥଳରେ ପହଞ୍ଚି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥର ରାହୁଲ ଗାନ୍ଧୀଙ୍କୁ ଶକ୍ତି ସ୍ଥଳରେ ଦେଖିବାକୁ ମିଳି ନାହିଁ । ବିଗତ ଥର ସେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶକ୍ତି ସ୍ଥଳ ଆସିଥିଲେ । ଇନ୍ଦିରାଙ୍କ ଜନ୍ମ ନଭେମ୍ୱର ୧୯, ୧୯୧୭ରେ ଆହ୍ଲାବାଦରେ ହୋଇଥିଲା । ସେ ଦେଶର ୧୫ ବର୍ଷ ଯାଏ ପ୍ରଧାନମନ୍ତ୍ରୀ ରହିଥିଲେ । ଅକ୍ଟୋବର ୩୧, ୧୯୮୪ରେ ତାଙ୍କୁ ହତ୍ୟା କରାଯାଇଥିଲା ।