ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ପ୍ରିୟଙ୍କାଙ୍କ ଫୋନ ମଧ୍ୟ ହୋଇଛି ହ୍ୟାକ୍!
Advertisement

ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ପ୍ରିୟଙ୍କାଙ୍କ ଫୋନ ମଧ୍ୟ ହୋଇଛି ହ୍ୟାକ୍!

ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ ଦେଶର ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଦେଶର ବରିଷ୍ଠ ସାମ୍ୱାଦିକଙ୍କ ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନିକ ଅଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଉପରେ କରାଯାଇଛି ଗୁଇନ୍ଦାଗିରି । ହ୍ୱାଟସଆପ ମାଧ୍ୟମରେ ଇସ୍ରାଇଲୀ ସଫ୍ଟୱେୟର ଏହି ଗୁଇନ୍ଦାଗିରି କରିଛି ବୋଲି ଜଣାପଡିଛି । ଯାହାପରେ ରବିବାର କଂଗ୍ରେସ ମୋଦି ସରକାରଙ୍କ ଉପରେ ଜୋରଦାର ପ୍ରହାର କରିଛି ।

ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ପ୍ରିୟଙ୍କାଙ୍କ ଫୋନ ମଧ୍ୟ ହୋଇଛି ହ୍ୟାକ୍!

ନୂଆଦିଲ୍ଲୀ: ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ ଦେଶର ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଦେଶର ବରିଷ୍ଠ ସାମ୍ୱାଦିକଙ୍କ ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନିକ ଅଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଉପରେ କରାଯାଇଛି ଗୁଇନ୍ଦାଗିରି । ହ୍ୱାଟସଆପ ମାଧ୍ୟମରେ ଇସ୍ରାଇଲୀ ସଫ୍ଟୱେୟର ଏହି ଗୁଇନ୍ଦାଗିରି କରିଛି ବୋଲି ଜଣାପଡିଛି । ଯାହାପରେ ରବିବାର କଂଗ୍ରେସ ମୋଦି ସରକାରଙ୍କ ଉପରେ ଜୋରଦାର ପ୍ରହାର କରିଛି ।

ଦଳର ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲ କହିଛନ୍ତି ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ହ୍ୱାଟସଆପ ତରଫରୁ ସ୍ପାଇୱେୟର ସହ ଜଡ଼ିତ ଏକ ମେସେଜ ମିଳିଛି । ତାଙ୍କ ଫୋନକୁ ହ୍ୟାକ କରାଯାଇଥିଲା । ଏହି ମାମଲାରେ ମୋଦି ସରକାରଙ୍କୁ ତଦନ୍ତ କରାଇବା ଆବଶ୍ୟକ । ଏହାସହ ମାମଲାକୁ ଗୁରୁତ୍ୱ ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫୋନ ହ୍ୟାକ୍ କରାଯାଇଛି ବୋଲି ସୁର୍ଜେୱାଲା ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ମୋଦି ସରକାର ବିରୋଧଙ୍କ ଉପରେ ନଜର ରଖିଛନ୍ତି । ସରକାର ବିରୋଧୀଙ୍କ ଠାରୁ ରାଜନୈତିକ ସୂଚନା ଏକାଠି କରୁଛନ୍ତି । ଯାହା ଏକ ଗୁରୁତର ଅପରାଧ । ବିଜେପି ସରକାର ଓ ଏଜେନ୍ସି ଇସ୍ରାଇଲର ଏନଏସଓର ଏକ ସଫ୍ଟୱେୟରର ବ୍ୟବହାର କରି ରାଜନେତା, ସମ୍ପାଦକ, ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ୱାଦିକ, ଶିକ୍ଷାବିଦଙ୍କ ଫୋନ ହ୍ୟାକ୍ କରିଛି ।

ଏହା ବ୍ୟତୀତ  ସେ ବିଜେପକୁ ଭାରତୀୟ ଗୁଇନ୍ଦାଗିରି ଦଳର ଆଖ୍ୟା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ପେଗାସୁସ ସ୍ପାଇୱେୟର ମାଧ୍ୟମରେ ଫୋନ ଟ୍ୟାପ କରାଯାଇଛି ଓ ସରକାର ଏହି ବିଷୟରେ ଜାଣିଥିଲେ । ସରକାରଙ୍କୁ ମେ ୨୦୧୯ରୁ ଏହାର ସୂଚନା ରହିଛି ବୋଲି ସୁର୍ଜେୱାଲା କହିଛନ୍ତି ।

ଅନ୍ୟପଟେ ଶନିବାର ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ଯେ ମୋଦି ସରକାର ଇସ୍ରାଇଲୀ ସଫ୍ଟୱେୟର ପେଗାସୁସ ସାହାଯ୍ୟରେ ସମସ୍ତଙ୍କ ଗୁଇନ୍ଦାଗିରି କରାଇଛନ୍ତି । ଏପରି କରିବା ନା କେବଳ ଅସାମ୍ୱିଧାନିକ ବରଂ ଏହା ମଧ୍ୟ ଏକ ଲଜ୍ଜାଜନକ ଘଟଣା । ଏପରି ଖୁଲାସା ବହୁତ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଦଳର ନେତାଙ୍କୁ ସମ୍ୱୋଧନ କରି ସେ କହିଛନ୍ତି ।  

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗୁଇନ୍ଦାଗିରି କରିବା ମାମଲାରେ ହ୍ୱାଟସଆପ ଠାରୁ ଜବାବ ମାଗିଛି କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଛି । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ମଧ୍ୟ ସ୍ୱୀକାର କରିଛି । ଇସ୍ରାଇଲୀ ସଫ୍ଟୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି । ଇସ୍ରାଇଲ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗାସୁସ ନାମକ ସ୍ପାଇୱେୟର ମାଧ୍ୟମରେ ସାମ୍ୱାଦିକ ଓ ଏକ୍ଚିଭିଟିସଙ୍କୁ ଉପରେ ଗୁଇନ୍ଦାଗିରି କରିଛି ହ୍ୱାଟସଆପ । ଅନ୍ୟପକ୍ଷେ କମ୍ପାନୀ ଏହା ସ୍ପଷ୍ଟ କରି ନାହିଁ ଯେ ସ୍ପାଇୱେୟର ମାଧ୍ୟମରେ କେତେ ଜଣ ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି ।

ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦା ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?   

ମିଳୁଥିବା ସୂଚନାନୁସାରେ, ଏନଏସଓ ଗ୍ରୁପ ଭାରତ ସମେତ ୨୦ଟି ଦେଶର ପ୍ରାୟ ୧୪ ଶହ ରାଜଦୂତ, ନେତା, ସାମ୍ୱାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏନଏସଓ ଗ୍ରୁପ ଗୁଇନ୍ଦାଗିରି କରିବା ପାଇଁ ପେଗାସୁସ ସଫ୍ଟୱେୟରର ବ୍ୟବହାର କରାଯାଇଛି । ହ୍ୱାଟସଆପ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କୁ ଆଲର୍ଟ କରଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ହ୍ୱାଟସଆପ ଏହି ବ୍ୟକ୍ତିଙ୍କ ନାଁର ଖୁଲାସା କରି ନାହିଁ ।