ପ୍ରିୟଙ୍କାଙ୍କୁ ସମାଲୋଚନା କଲା ବିଜେପି
topStories0hindi617537

ପ୍ରିୟଙ୍କାଙ୍କୁ ସମାଲୋଚନା କଲା ବିଜେପି

ଆଜି ଉତ୍ତରପ୍ରଦେଶ ସରକାର ଏବଂ ପୋଲିସକୁ କଡ଼ା ସମାଲୋଚନା କରିଥିଲେ । 

ପ୍ରିୟଙ୍କାଙ୍କୁ ସମାଲୋଚନା କଲା ବିଜେପି

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଯୁକ୍ତିତର୍କ ଜାରି ରହିଛି । ତେବେ ଆଜି ଉତ୍ତରପ୍ରଦେଶ ସରକାର ଏବଂ ପୋଲିସକୁ କଡ଼ା ସମାଲୋଚନା କରିଥିଲେ । ଜବାବରେ ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଡଃ ଦିନେଶ ଶର୍ମା କଂଗ୍ରେସ ଏବଂ ତାର ସହଯୋଗୀ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ । ଡଃ ଶର୍ମା କହିଥିଲେ କି, ରାଜ୍ୟରେ ହିଂସା ତଥା ଏଭଳି ଦୁର୍ଭାଗ୍ୟଜନକ ଘଟଣା ପାଇଁ କଂଗ୍ରେସ ପ୍ରଚାର କରୁଛି । ହୋଡ଼ିଂ ମାଧ୍ୟମରେ ଲୋକମାନଙ୍କୁ ଉସୁକାଉଛି । କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ପାଇଁ ଏଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି 

ସେ ଆହୁରି କହିଛନ୍ତି କି, କଂଗ୍ରେସର ମହାସଚିବ ପ୍ରିୟଙ୍କା ଦେଶରେ ହିନ୍ଦୁତ୍ୱକୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି ଏହା ସହିତ ସେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ ସେ ଦଳକୁ ସମାଲୋଚନା କରି କହିଥିଲେ କି, ଲୋକସଭା ନିର୍ବାଚନରେ ଉଭୟ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଭୋଟ ଖସୁଥିବାରୁ ସେମାନେ ଭୟ କରିଯାଇଛନ୍ତି ତେବେ ଏହି ଦଳମାନେ ଭୁଲିଯାଉଛନ୍ତି ଯେ, ସେମାନେ ହିଂସାକୁ ପରୋକ୍ଷ ଭାବେ ସମର୍ଥନ ଜଣାଉଛନ୍ତି ଯେଉଁମାନେ ପୋଲିସ ଉପରକୁ ପଥର ଫିଙ୍ଗିଛନ୍ତି, ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ବା ଗୁଳି ମାରିଛନ୍ତି ପ୍ରିୟଙ୍କା ସେମାନଙ୍କୁ ହିଁ ସମର୍ଥନ କରୁଛନ୍ତି ବୋଲି ଡଃ ଶର୍ମା କହିଛନ୍ତି 

ସମାଜବାଦୀ ପାର୍ଟୀ ଓ କଂଗ୍ରେସ ଲୋକମାନଙ୍କୁ ଭ୍ରମରେ ପକାଉଥିବା ଡଃ ଶର୍ମା ଅଭିଯୋଗ କରିଛନ୍ତି । ଡଃ ଶର୍ମା କହିଛନ୍ତି ଭଗଓ୍ୱାଙ୍କୁ କଳଙ୍କିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏହି ଦୁଇ ଦଳ । ଏମାନଙ୍କୁ ଲାଗୁଛି ଯେ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କର କ୍ଷତି ପହଞ୍ଚାଇବେ । ରାଜ୍ୟରେ ହିଂସାକାଣ୍ଡ ଘଟାଇବା ପାଇଁ ଏମାନେ ହୋଡି଼ଂ ଲଗାଉଛନ୍ତି । ଲୋକମାନଙ୍କ ମଧ୍ୟର ମିଥ୍ୟ ପ୍ରଚାର କରୁଛନ୍ତି । ଏସବୁ କେବଳ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଏମାନେ ପ୍ରୟାସ କରୁଛନ୍ତି ବୋଲି ଡଃ ଶର୍ମା କହିଛନ୍ତି । 

ତେବେ ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ସିଏଏକୁ ବିରୋଧ କରୁଥିବା ଲୋକମାନଙ୍କୁ ଧମକ ଦିଆଯାଉଛି ଏପରିକି ପୂର୍ବତନ ଆଇପିଏସ ଅଧିକାରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା ଉକ୍ତ ଅଫିସରଙ୍କ ନାମ 48 ଜଣିଆ ତାଲିକାରେ ସାମିଲ କରାଯାଇଥିଲା ରାଜ୍ୟରେ ଘଟି ଯାଇଥିବା ହିଂସାକାଣ୍ଡକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର, ପ୍ରଶାସନ ଏଭଂ ପୋଲିସ ଏଭଳି ପଦକ୍ଷେପ ସବୁ ନେଉଛି  ଏ ସବୁକୁ ନିନ୍ଦା କରି କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଚିଠି ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି

ପ୍ରିୟଙ୍କା ଆହୁରି ମଧ୍ୟ କହିଥିଲେ କି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଜି ଦୌଡ଼ିବା ଆରମ୍ଭ କରିଦେଲେଣି । ଏହା ସହିତ ପ୍ରିୟଙ୍କା ରାଜ୍ୟ ସରକାରଙ୍କ ନିକଟରେ 4ଟି ସର୍ତ୍ତ ରଖିଥିଲେ । ସେ କହିଥିଲେ କି ହିଂସାକୁ ନେଇ ପୋଲିସ କରୁଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ । ଏହା ବ୍ୟତୀତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଘଟଣାର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । 

 

Trending news