ଜାଣନ୍ତୁ ଗ୍ରୀନ ଟି ବ୍ୟବହାରର ଉପକାର ଓ ଅପକାର

ଫିଟନେସକୁ ଅଗ୍ରାଧିକାର ଦେଉଥିବା ବ୍ୟକ୍ତି ବିଶେଷ କରି ଗ୍ରୀନ ଟି ତାଙ୍କ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ହେଲେ ଗ୍ରୀନ ଟିକୁ ହାଲକା ଉଷୁମ ପାଣିରେ କେତେ ମାତ୍ରାରେ ପିଇବା ଦରକାର ତାହା ହୁଏତ କେହି ଜାଣି ନଥିବେ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଗ୍ରୀନ ଟି କୁ ଆପଣ କେତେବେଳେ ଓ କେମିତି ବ୍ୟବହାର କରିବେ ।  

ଜାଣନ୍ତୁ ଗ୍ରୀନ ଟି ବ୍ୟବହାରର ଉପକାର ଓ ଅପକାର

ସୁଚିତ୍ରା ସେଣ୍ଡ, ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଫିଟ ରହିବାକୁ ଚାହାଁନ୍ତି । ଏପରିକି କେଉଁ ଖାଦ୍ୟ ଖାଇଲେ ଆମକୁ ସଠିକ ପୋଷକ ମିଳିବ ଓ ଆମେ ଫିଟ ରହିବା ତାହା ଅଳ୍ପ ବହୁତ ସମସ୍ତେ ଜାଣିଛନ୍ତି । ମୋଟାପଣ ଠାରୁ ଦୂରରେ ରହିବା ପାଇଁ ସାଧାରଣତଃ ଗ୍ରୀନ ଟି ସେବନ କରିବାକୁ ସମସ୍ତେ ପସନ୍ଦ କରନ୍ତି । ପ୍ରତିଦିନ ସଠିକ ନିୟମ ଅନୁସାରେ ଆମେ ଗ୍ରୀନ ଟି ସେବନ କଲେ ମୋଟାପଣ ଦୂର ହେବ ନିଶ୍ଚୟ । ଗ୍ରୀନଟି ଶରୀର ପାଇଁ କେତେ ଉପଯୋଗୀ ତାହା ସମସ୍ତେ ଜାଣନ୍ତି । ଫିଟନେସକୁ ଅଗ୍ରାଧିକାର ଦେଉଥିବା ବ୍ୟକ୍ତି ବିଶେଷ କରି ଗ୍ରୀନ ଟି ତାଙ୍କ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ହେଲେ ଗ୍ରୀନ ଟିକୁ ହାଲକା ଉଷୁମ ପାଣିରେ କେତେ ମାତ୍ରାରେ ପିଇବା ଦରକାର ତାହା ହୁଏତ କେହି ଜାଣି ନଥିବେ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଗ୍ରୀନ ଟି କୁ ଆପଣ କେତେବେଳେ ଓ କେମିତି ବ୍ୟବହାର କରିବେ ।

୧. ଖାଲି ପେଟରେ ପିଅନ୍ତୁ ନାହିଁ ଗ୍ରୀନ ଟି
ଖଲିପେଟରେ ଗ୍ରୀନ ଟି ସେବନ କରିବା ଉଚିତ ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତେବେ ସେଥିରୁ ନିବୃତ ରୁହନ୍ତି । କାରଣ ଏହା ଆପଣଙ୍କୁ ଏସିଡିଟି କରିବାରେ ସହାୟକ ହୋଇଥାଏ । କିଛି ଲୋକ ଖାଦ୍ୟ ଗ୍ରହଣ କରିବା ପରେ ଗ୍ରୀନ ଟି ପାନ କରନ୍ତୁ । ଏକ କପ ଗ୍ରୀନ ଟିରେ ୨୪-୨୫ଏମଜି Caffeine ରହିଥାଏ । ଏହା ବ୍ୟତୀତ ଯଦି ଆପଣ ଦିନକୁ ୪ରୁ ୫ କପ ଗ୍ରୀନ ଟି ପିଇଉଛନ୍ତି ତେବେ Caffeineର ମାତ୍ରା ବଢିଯିବ । ଏହା ଯୋଗୁ ଆପଣଙ୍କ ମୁଣ୍ଡବୁଲେଇବା, ନିଦ ଠିକ ଭାବେ ନ ହେବା, ଡାଇବେଟିସ ଓ ମୁଣ୍ଡ ପୋଡ଼ାଜଳା ଭଳି ସମସ୍ୟା ଦେଖାଦେଇଥାଏ ।

୨. ଖାଦ୍ୟ ଖାଇବା ବେଳେ ପିଅନ୍ତୁ ନାହିଁ ଗ୍ରୀନ ଟି
ଗ୍ରୀନ ଟି ପିଇବାର ଅଛି ତ ଦୁଇଟି ମିଲ ମଝିରେ ପିଅନ୍ତୁ । କିନ୍ତୁ ଆପଣ କେବେ ବି ଖାଦ୍ୟ ଖାଇବା ସହ ଗ୍ରୀନ ଟି ପିଅନ୍ତୁ ନାହିଁ । କାହିଁକି ନାଁ ଗ୍ରୀନ ଟିରେ catechinର ମାତ୍ରା ଅଧିକ ରହିଛି । ଯାହା ଶରୀରରେ ଆଇରନ ସୃଷ୍ଟି କରିବାରେ ସମସ୍ୟା କରିଥାଏ । ଏଥିପାଇଁ ଗ୍ରୀନ ଟିକୁ ଖାଦ୍ୟ ସାଙ୍ଗରେ ପିଇବା ଅଭ୍ୟାସ ଠାରୁ ଦୂରରେ ରୁହନ୍ତୁ । ଯଦି ଆପଣ ପ୍ରତ୍ୟେହ ଗ୍ରୀନ ଟି ପିଉଛନ୍ତି ତେବେ ଦୈନିକ ଖାଦ୍ୟ ତାଲିକାରେ ଆଇରନ ଓ ଭିଟାମିନର ମାତ୍ର ଅଧିକ କରନ୍ତୁ ।

୩. ଔଷଧ ସାଙ୍ଗରେ ଖାଇବା ମଧ୍ୟ କ୍ଷତିକାରକ
ଏପରି କିଛି ଔଷଧ ଅଛି ଯାହା Nervous ସିଷ୍ଟମ ପାଇଁ ହୋଇଥାଏ । ତେଣୁ ଔଷଧ ନେଉଥିବା ବେଳେ ଗ୍ରୀନ ଟି ସହ ସେବନ କରନ୍ତୁ ନାହିଁ । ଗ୍ରୀନ ଟି କିଛି ଔଷଧ ସହ ମିଶିଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଗ୍ରୀନ ଟିରେ ଥିବା Caffeine Nervous ସିଷ୍ଟମକୁ ପ୍ରୋ ଆକ୍ଟିଭ କରିଦେଇଥାଏ । ଯାହା ଦ୍ୱାରା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

୪. ଗର୍ଭବସ୍ଥାରେ ଗ୍ରୀନ ଟି ଠାରୁ ଦୂରରେ ରୁହନ୍ତୁ
ଗର୍ଭାବସ୍ଥାରେ ଆପଣଙ୍କୁ ଗ୍ରୀନ ଟି ପିଇବା ମନା । ଏପରିକି ଆପଣ ଯଦି ପିଲାଙ୍କୁ ସ୍ତନ୍ୟପାନ କରାଉଛନ୍ତି ତେବେ ଗ୍ରୀନ ଟି ପାନ କରିବା ଠାରୁ ଦୂରରେ ରୁହନ୍ତୁ । ଗର୍ଭାବସ୍ଥାରେ ପେଟରେ ବଢୁଥିବା ଶିଶୁ ପାଇଁ ଗ୍ରୀନ ଟି ଘାତକ ହୋଇଥାଏ । ଗର୍ଭବସ୍ଥା ପରେ ଆପଣ ଗ୍ରୀନ ଟି ସେବନ କଲେ ମାଆ କ୍ଷୀର ମାଧ୍ୟମରେ ଶିଶୁର ଶରୀରରେ ଗ୍ରୀନ ଟି ପ୍ରବେଶ କରେ । ଯାହା ଗ୍ରୀନ ଟି ସେବନ କରିବା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

୪. ବଢିବାରେ Osteoporosisର ସମସ୍ୟା
Osteoporosisରେ କ୍ୟାଲସିୟମର କମି ପାଇଁ ହାଡ ଦୁର୍ବଳ ହୋଇଥାଏ । ଗ୍ରୀନ ଟି ସେବନ ଯୋଗୁ ହାଡ ମଜଭୁତ ପାଇଁ କ୍ୟାଲସିୟମର ବ୍ୟବହାର ହୋଇପାରେନାହିଁ । ଯାହାଫଳରେ ଶରୀରର ହାଡ ଦୁର୍ବଳ ହୋଇଥାଏ ।