କୋରୋନା ହୋଇଛି କାଳ: ଜୁଲାଇ ଶେଷ ବେଳକୁ ଆସିପାରେ ରାଫେଲ
Advertisement
Article Detail0/zeeodisha/odisha681847

କୋରୋନା ହୋଇଛି କାଳ: ଜୁଲାଇ ଶେଷ ବେଳକୁ ଆସିପାରେ ରାଫେଲ

ଚଳଇତ ବର୍ଷ ଜୁଲାଇ ଶେଷ ବେଳକୁ ଭାରତ ଆସିପାରେ ଚତୁର୍ଥ ପୀଢିର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ |   

କୋରୋନା ହୋଇଛି କାଳ: ଜୁଲାଇ ଶେଷ ବେଳକୁ ଆସିପାରେ ରାଫେଲ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କୋରୋନା ଭାଇରସ | ଏହାର ପ୍ରଭାବ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିଛି | ଅର୍ଥନୀତି ଠାରୁ ଆରମ୍ଭ ବ୍ୟବସାୟିକ କ୍ଷେତ୍ର ମଧ୍ୟ ଏହା ଯୋଗୁଁ ପ୍ରଭାବିତ ହୋଇଛନ୍ତି | ଏଥିରୁ ବାଦ ପଡି ନାହିଁ ସାମରିକ କ୍ଷେତ୍ର | ଯାହାର ଫଳ ସ୍ୱରୂପ ସାମରିକ ହତିଆର କିମ୍ବା ଯୁଦ୍ଧାସ୍ତ୍ରର ନିର୍ମାଣ ଏହି ମହାମାରୀର ଯୋଗୁଁ ବନ୍ଦ ହୋଇପଡିଛି | 
ଏହି କ୍ରମରେ ଫ୍ରାନ୍ସରୁ ଆସିବାକୁ ଥିବା ଚତୁର୍ଥ ପୀଢିର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଭାରତକୁ ମିଳିବାରେ ବିଳମ୍ବ ହେବ | ବର୍ତ୍ତମାନ ସ୍ଥିତିରେ ଭାରତୀୟ ବାୟୁସେନା ପାଇଁ ଅତ୍ୟାବଶ୍ୟକ ହୋଇପଡିଛି ଏହି ଶ୍ରେଣୀର ଫାଇଟର ଜେଟ| ଭାରତର ସାମରିକ କ୍ଷମତା ବଢାଇବା ପାଇଁ ବର୍ତ୍ତମାନ ଏହା ଉପଲବ୍ଧ ହୋଇ ପାରିବ ନାହିଁ |

ଏହାର କାରଣ ହେଉଛି ରାଫେଲ ଯୁଦ୍ଧ ବିମାନ କରୁଥିବା ଡାସଲ୍ଟ ଆଭିଏସନ ଏକ ଫ୍ରାନ୍ସ ଭିତ୍ତିକ କମ୍ପାନୀ | କୋରନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶଙ୍କ ମଧ୍ୟରେ ରହିଛି ଫ୍ରାନ୍ସ | ମହାମାରୀ କାରଣରୁ ଏହି ୟୁରୋପୀୟ ଦେଶରେ ୧ ଲକ୍ଷ ୭୮ ହଜାର ୮୭୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୨୭ ହଜାର ୪୨୫ ଲୋକଙ୍କ ମୃତ୍ୟୁ ଘଟିଛି |   

ଗତ ବର୍ଷ ଅକ୍ଟୋବରରେ ଭାରତ ଔପଚାରିକ ଭାବେ ପ୍ରଥମ ରାଫେଲ ଯୁଦ୍ଧ ବିମାନକୁ ମେରିନାକ ଫ୍ୟାକ୍ଟ୍ରିରୁ ନେଇଥିଲା | ଚଳିତ ମେ ମାସରେ ଅନ୍ୟ ୪ଟି ଏୟାରକ୍ରାଫ୍ଟ ହରିୟାଣାର ଅମ୍ବାଲାସ୍ଥିତି ପହଞ୍ଚିବାର ଥିଲା | ଯାହାକୁ ୧୭ ଗୋଲ୍ଡେନ ଏରୋ ସ୍କ୍ୱାଡ୍ରନରେ ସାମିଲ କରାଯାଇଥାନ୍ତା | ଫ୍ରାନ୍ସରୁ ୫୮ ହଜାର କୋଟି ବିନିମୟରେ ୩୬ଟି ରାଫେଲ ବିମାନ ଆଣିବାକୁ ଯୋଜନା କରିଛି ଭାରତ | ଏଥିରେ ବାୟୁସେନା ପକ୍ଷରୁ  ଦୁଇଟି ସ୍କ୍ୱାଡ୍ରନ ନିର୍ମାଣ କରାଯିବ | ଯାହାକୁ ପଶ୍ଚିମରେ ଅମ୍ବାଲା ଏବଂ ପୂର୍ବରେ ଜୋରହାଟ ଠାରେ ମୁତୟନ କରାଯିବ|    

ବର୍ତ୍ତମାନ ସ୍ଥିତିରେ ଏହାର ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି | ସ୍ଥିତିରେ ପରିବର୍ତ୍ତନ ଆସିଲେ ପୁନର୍ବାର ଜାରି ରହିବ ଏହାର ନିର୍ମାଣ କାର୍ଯ୍ୟ |  ଆସନ୍ତା ଜୁଲାଇ ଶେଷ ବେଳକୁ ଏହା ବାୟୁସେନା ନିକଟରେ ଉପଲବ୍ଧ ହେବା ନେଇ ଆଶାବାଦୀ ରହିଛି ଭାରତ | ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏବଂ ଚୀନର ସାମରିକ କ୍ଷେତ୍ରରେ ସନ୍ଦେହପୂର୍ଣ୍ଣ ଆଭିମୁଖ୍ୟ ଯୋଗୁଁ ଭାରତୀୟ ବାୟୁସେନା ପାଇଁ ସାମ୍ପ୍ରତିକ ସ୍ଥିତିରେ ଅତି ଆବଶ୍ୟକ ହୋଇପଡିଛି ରାଫେଲ ଯୁଦ୍ଧ ବିମାନ |

ବିଶ୍ୱରେ ଅନ୍ୟ ଏକ ଅତ୍ୟାଧୁନି ଯୁଦ୍ଧ ବିମାନ ଭାବେ ଜଣାଶୁଣା ରାଫେଲ | ଘଣ୍ଟାପ୍ରତି ୧୯୧୩ କିମି ଅର୍ଥାତ ଶବ୍ଦ ଠାରୁ ଦୁଇ ଗୁଣ ବେଗରେ ଏହା ଉଡାଣ ଭରିପାରେ | ଏହା ଦ୍ୱାରା ୫୦୦ କମି ଦୂରରେ ଥିବା ଶତ୍ରୁ ପକ୍ଷର ଯେ କୌଣସି ଟାର୍ଗେଟକୁ ସ୍କଲ୍ପ ମିସାଇଲ ଦ୍ୱାରା ଟାର୍ଗେଟ କରି ହେବ | ଆକାଶମାର୍ଗରେ ଯେ କୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରିବା ଏଥିରେ ମେଟିଓର ମିସାଇଲ ଲଗାଯାଇଛି |  ଯାହାର ଲକ୍ଷ୍ୟ ଭେଦ କରିବାର ହେଉଛି ୧୦୦ କିମି| 

 

;